ପୁଣିଥରେ ବିବାହ କରିବେ ହାର୍ଦ୍ଦିକ ପାଣ୍ଡ୍ୟା

୨୦୨୦ରେ କରୋନା ଲକଡାଉନ୍‌ ବେଳେ ନତାଶା ଓ ହାର୍ଦ୍ଦିକ ଗୁପ୍ତ ଭାବେ ବିବାହ କରିଥିଲେ। ଭଭୟ କୋର୍ଟ ମ୍ୟାରେଜ କରିଥିଲେ ।

Hardik Pandy

ମୁମ୍ବାଇ: ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ କଥାଟି ସତ । ବର୍ତ୍ତମାନ ଭାରତୀୟ ଟି-୨୦ ଦଳର ଅଧିନାୟକ ଭାର କାନ୍ଧେଇଥିବା ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ଥରେ ବିବାହ କରିବାକୁ ଯାଉଛନ୍ତି। ସେ ନିଜ ବିବାହ ପାଇଁ ଉଦୟପୁରକୁ ବାଛିଛନ୍ତି । ଭାଲେଣ୍ଟାଇନ୍ସ ଡେ'ର ବିଶେଷ ଉତ୍ସବରେ ପାଣ୍ଡ୍ୟା ଏବଂ ନତାଶା ବିବାହ ବନ୍ଧନରେ ବାନ୍ଧିବାକୁ ଯାଉଛନ୍ତି। ଅନେକ ହଲିଉଡ, ବଲିଉଡ ତାରକା ଏବଂ କ୍ରିକେଟର ଏହି ବିବାହରେ ଯୋଗ ଦେବେ।

ପୁଣି ବର ସାଜିବେ ହାର୍ଦ୍ଦିକ। ଆଉ ତାଙ୍କ କନିଆଁ ବେଶରେ ନଜର ଆସିବେ ପତ୍ନୀ ନତାଶା । ୨୦୨୦ରେ କରୋନା ଲକଡାଉନ୍‌ ବେଳେ ନତାଶା ଓ ହାର୍ଦ୍ଦିକ ଗୁପ୍ତ ଭାବେ ବିବାହ କରିଥିଲେ। ଭଭୟ କୋର୍ଟ ମ୍ୟାରେଜ କରିଥିଲେ । ଏକ ସାକ୍ଷାତକାରରେ ଏନେଇ ହାର୍ଦ୍ଦିକ ଖୁଲାସା କରିଥିଲେ। ଏହାପରେ ପୁଅ ଅଗସ୍ତ୍ୟା ଜନ୍ମ ନେଇଥିଲା।

ତେବେ କରୋନା ଅବଧିରେ, କେବଳ ପରିବାର ସଦସ୍ୟ ସେମାନଙ୍କ କୋର୍ଟ ବିବାହରେ ଯୋଗ ନେବାକୁ ସକ୍ଷମ ହୋଇଥିଲେ। ବର୍ତ୍ତମାନ ସେ ହିନ୍ଦୁ ରୀତିନୀତି ଅନୁଯାୟୀ ବିବାହ କରିବାକୁ ଚାହୁଁଛନ୍ତି । ତେଣୁ ପ୍ରସିଦ୍ଧ ସହର ଉଦୟପୁରର ଏକ ରିସୋର୍ଟରେ ଦୁହେଁ ବିବାହ କରିବେ ବୋଲି ଜଣାପଡିଛି । ସେମାନଙ୍କର ବିବାହ କାର୍ଯ୍ୟକ୍ରମ ଫେବୃଆରୀ ୧୩ ରୁ ଆରମ୍ଭ ହେବ, ଯାହା ଫେବୃଆରୀ ୧୬ ପର୍ଯ୍ୟନ୍ତ ଚାଲିବ। ହଳଦୀ, ମେହେନ୍ଦି ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟ ରହିବ। ୧୪ ଫେବୃଆରୀରେ ଦୁହେଁ ବିବାହ କରିବେ । ଏହି ବିବାହରେ ଅନେକ କ୍ରିକେଟ ଷ୍ଟାର ଯୋଗ ଦେବେ ବୋଲି କୁହାଯାଉଛି ।

ତେବେ ନତାଶା ଓ ହାର୍ଦ୍ଦିକଙ୍କ ବିବାହ ସମ୍ପର୍କରେ ଏନେଇ କୌଣସି ଅଫିସିଆ ଘୋଷଣା ହୋଇନାହିଁ । ପୂର୍ବରୁ ୨୦୨୦ ମାର୍ଚ୍ଚ ୩୧ରେ ଭଭୟ ବିବାହ କରିଥିଲେ । ଏହି ବିବାହକୁ ନେଇ ବେଶ୍‌ ଚର୍ଚ୍ଚା ହୋଇଥିଲା । ନତାଶା ବିବାହ ପୂର୍ବରୁ ଗର୍ଭବତୀ ଥିବା ମଧ୍ୟ କୁହାଯାଉଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+