Get Updates
Get notified of breaking news, exclusive insights, and must-see stories!

ବାରବାଟୀରେ ଚମକିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ

ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ ଦେଇଛି ଟିମ ଇଣ୍ଡିଆ। ଟସ୍‌ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତୀୟ ଦଳ ନିର୍ଦ୍ଧାରିତ ୨୦ ଓଭରରେ ୬ ଉଇକେଟ ବିନିମୟରେ ୧୭୫ ରନ ସଂଗ୍ରହ କରିଛି। ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଏବଂ ପରବର୍ତ୍ତୀ ସମୟରେ ନିୟମିତ ବ୍ୟବଧାନରେ ଉଇକେଟ ହରାଇବା କାରଣରୁ ଦଳ ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲା। ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ ଭଲ ପ୍ରଦର୍ଶନ କରିପାରି ନ ଥିଲେ।

Hardik Pandya

ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତକୁ ପ୍ରଥମ ଓଭରରେ ଝଟକା ଲାଗିଥିଲା। ଶୁଭମନ ଗିଲ୍(୪ ରନ) ବଡ଼ ସଟ୍ ଖେଳିବାକୁ ଯାଇ ଲୁଙ୍ଗି ଏନଗିଡିଙ୍କ ଶିକାର ହୋଇଥିଲେ। ଅଧିନାୟକ ସୂର୍ଯ୍ୟକୁମାର ଯାଦବ ୧୨ ରନ କରି ନିରାଶ କରିଥିଲେ। ଦ୍ରୁତ ବୋଲରଙ୍କୁ ସୁହାଉଥିବ ବାରବାଟୀ ପିଚରେ ଦକ୍ଷିଣ ଆଫ୍ରିକାର ବୋଲର ଭାରତୀୟ ବ୍ୟାଟରଙ୍କୁ ହାତ ଖୋଲିବାକୁ ସୁଯୋଗ ଦେଇ ନଥିଲେ। ଅଭିଷେକ ଶର୍ମା ୧୨ ବଲରୁ ୧୭ ରନ କରି ତୃତୀୟ ବ୍ୟାଟର ଭାବେ ପାଭିଲିୟନ ଫେରିଥିଲେ। ତିଳକ ବର୍ମା କ୍ରିଜରେ ଜମିଥିଲେ ହେଁ ୩୨ ବଲରୁ ୨୬ ରନର ଧିମା ଇନିଂସ ଖେଲିଥିଲେ।

ଭାରତ ଆଶା ଅନୁଯାୟୀ, ଦ୍ରୁତ ଗତିରେ ରନ କରି ପାରି ନ ଥିଲା। କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା କ୍ରିଜକୁ ଆସିବା ମାତ୍ରେ ବିସ୍ଫୋରକ ବ୍ୟାଟିଂ କରିଥିଲେ। ତାଙ୍କ ସହ ଅକ୍ଷର ପଟେଲ୍ ଉତ୍ତମ ଯୋଗଦାନ ଦେଇଥିଲେ। କିନ୍ତୁ ଅକ୍ଷର ପଟେଲ୍ ୨୩ ରନ କରି ମିଳିଥିବା ଆରମ୍ଭର ଫାଇଦା ଉଠାଇ ପାରି ନ ଥିଲେ। ଶିବମ ଦୁବେ(୧୧ ରନ) କିଚି ଖାସ୍ କରି ପାରି ନ ଥିଲେ। ଅନ୍ୟପଟେ ହାର୍ଦ୍ଦିକ ପାଣ୍ଡ୍ୟା ନିଜର ବିସ୍ଫୋରକ ବ୍ୟାଟିଂ ଜାରି ରଖି ଚୌକା ଓ ଛକା ବର୍ଷା କରି ଚାଲିଥିଲେ। ପାଣ୍ଡ୍ୟା ବାରବାଟୀରେ ନିଜର ଟି-୨୦ ଅନ୍ତର୍ଜାତୀୟରେ ଷଷ୍ଠ ଅର୍ଦ୍ଧଶତକ ହାସଲ କରିଛନ୍ତି। ମାତ୍ର ୨୮ ବଲରୁ ୬ ଚୌକା ଓ ୪ ଛକା ସହ ଅପରାଜିତ ୫୯ ରନ କରିଥିଲେ। ଫଳରେ ଭାରତ ନିର୍ଦ୍ଧାରିତ ଓଭରରେ ୬ ଓ୍ଵିକେଟ୍ ହରାଇ ୧୭୫ ରନ କରିଛି। ଜିତେଶ ଶର୍ମା ୧୦ ରନ କରିଥିଲେ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+