Hardik Pandya: ଆଇସିସି ଟି-୨୦ ରାଙ୍କର ଶୀର୍ଷରେ ପହଞ୍ଚିଲେ ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା
ଟିମ୍ ଇଣ୍ଡିଆ ବାର୍ବାଡୋସରେ ଇତିହାସ ରଚିଛି । ଟି-୨୦ ବିଶ୍ବକପ୍ ବିଜୟୀ ହେବା ପରେ ଏବେ ଭାରତୀୟ କ୍ରିକେଟପ୍ରେମୀଙ୍କ ମନରେ ଖୁସି ଓ ଉତ୍ସାହ ଭରିଯାଇଛି । ଆଉ ଏହା ଭିତରେ ଏକ ଭଲ ଖବର ଅସିଛି । ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ ପାଣ୍ଡ୍ୟା ଆଇସିସି ଟି-୨୦ ରାଙ୍କର ଏକ ନମ୍ବର ସ୍ଥାନରେ ପହଞ୍ଚିଛନ୍ତି । ଏହି ସଫଳତା ପାଇବାରେ ସେ ପ୍ରଥମ ଭାରତୀୟ କ୍ରିକେଟର ।
ନିଜ ଟାଟୁ, ହେରଷ୍ଟାଇଲ ପାଇଁ କେତେବେଳେ ଚର୍ଚ୍ଚାରେ ରହିଛନ୍ତି। ପୁଣି କେତେବେଳେ ନିଜ ଦମଦାର ଖେଳ ଜରିଆରେ ଏକ ନମ୍ବର ଅଲରାଉଣ୍ଡର ପାଲଟିଛନ୍ତି। ସବୁପରେ ବି ଭାରତୀୟ କ୍ରିକେଟପ୍ରେମୀଙ୍କର ସେ ପସନ୍ଦ ରହିଆସିଛନ୍ତି।
ହାର୍ଦ୍ଦିକ ପାଣ୍ଡ୍ୟା ବିବାଦ ଘେରରେ ଫସିଛନ୍ତି। ହେଲେ ସେ ଯେତେବେଳେ ପଡ଼ିଆକୁ ଓହ୍ଲାନ୍ତି, ବ୍ୟାଟିଂ ହେଉକି ବୋଲିଂ, ଅବା ଫିଲ୍ଡିଂ ଚମତ୍କାର ପ୍ରଦର୍ଶନ କରନ୍ତି । ଟି-୨୦ ବିଶ୍ବକପରେ ସେ ପୁଣିଥରେ ଏହା ପ୍ରମାଣିତ କରିଥିଲେ । ଫାଇନାଲ ମ୍ୟାଚର ଫାଇନାଲ ଓଭର ପାଣ୍ଡ୍ୟା ବୋଲିଂ କରିଥିଲେ । ଏହି ଓଭରର ପରିଣାମ ଉପରେ ସାରା ଦେଶର ନଜର ରହିଥିଲା। ଆଉ ଦେଶବାସୀଙ୍କୁ ନିରାଶ କରିନଥିଲେ ହାର୍ଦ୍ଦିକ, ବରଂ ମାପଚୁପ ବୋଲିଂ ଜରିଆରେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ବାନ୍ଧିରଖିଥିଲେ, ଆଉ ଭାରତରକୁ ବିଜୟର ଟିକା ପିନ୍ଧାଇଥିଲେ ।

ହାର୍ଦ୍ଦିକ ନିଜ ବୋଲିଂରେ ଦୁଇ ଦୁର୍ଦ୍ଦାନ୍ତ ବ୍ୟାଟର ହେନରିକ୍ କ୍ଲାସେନ ଓ ଡାଭିଡ ମିଲରଙ୍କ ୱିକେଟ ହାସଲ କରିଥିଲେ।୧୭ ବର୍ଷ ପରେ ଟି-୨୦ ବିଶ୍ୱକପ୍ ଟ୍ରଫି ଜିତିଛି ଟିମ୍ ଇଣ୍ଡିଆ । ମହେନ୍ଦ୍ର ସିଂ ଧୋନିଙ୍କ ପରେ ଦ୍ୱିତୀୟ ଅଧିନାୟକ ଭାବେ ରୋହିତ ଶର୍ମା ଟାଇଟଲ୍ ଜିତିବାରେ ସଫଳ ହୋଇଛନ୍ତି । ତେବେ ଟ୍ରଫି ଜିତିବା ପରେ ଭାରତୀୟ ଦଳ ଗତ କିଛି ଦିନ ହେବ ବାର୍ବଡୋସ୍ରେ ଫସି ରହିଥିଲା । ସାମୁଦ୍ରିକ ବାତ୍ୟା ଯୋଗୁ ଟି -୨୦ ବିଶ୍ୱକପ ଟାଇଟଲ ଜିତିଥିବା ଟିମ୍ ଇଣ୍ଡିଆ ବାର୍ବାଡୋସ୍ରେ ଫସି ରହିଥିଲା
ଆଜି ସଂଧ୍ୟାରେ ମୁମ୍ବାଇରେ ହେବ ଗ୍ରାଣ୍ଡ୍ ସେଲିବ୍ରେସନ୍। ମେରାଇନ୍ ଡ୍ରାଇଭ୍ ଓ ୱାଙ୍ଖଡେ ଷ୍ଟାଡିୟମରେ ବିଜୟ ଉତ୍ସବ ପାଳନ କରାଯିବ। ଏହାପୂର୍ବରୁ ଦିନ ୧୧ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବ ଟିମ୍ ।












Click it and Unblock the Notifications