Get Updates
Get notified of breaking news, exclusive insights, and must-see stories!

ବାରବାଟୀ ଷ୍ଟାଡିୟମରେ ଏକାକୀ ପ୍ରାକ୍ଟିସ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ଫୋଟୋ ପୋଷ୍ଟ କରି ଲେଖିଲେ ଏମିତି...

ରାତି ପାହିଲେ ବାରବାଟୀ ମହାସମର। ଆସନ୍ତା ୯ ତାରିଖରେ ଅର୍ଥାତ୍ ଆସନ୍ତାକାଲି କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ କ୍ରିକେଟ୍‌ ଉତ୍କଣ୍ଠା ବୃଦ୍ଧି ପାଇବାରେ ଲାଗିଛି । ଉଭୟ ଦଳର ଖେଳାଳିମାନେ ଭୁବନେଶ୍ୱରରେ ପହଞ୍ଚି ସାରିଥିବା ବେଳେ ଭାରତୀୟ ଦଳର ଅଲ୍‌ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ରବିବାର ସନ୍ଧ୍ୟାରେ ଏକାକୀ ପ୍ରାକ୍ଟିସ୍ ପାଇଁ ବାରବାଟୀ ଷ୍ଟାଡିୟମ୍‌ରେ ପହଞ୍ଚିଥିଲେ ।

ହାର୍ଦ୍ଦିକ ବିନା ଦର୍ଶକରେ ନେଟ୍ ବୋଲରଙ୍କ ସହ ଅଭ୍ୟାସ କରିଥିଲେ । ଅଭ୍ୟାସ ପରେ ସେ ସୋସିଆଲ ମିଡିଆରେ ଫଟୋ ଅପଲୋଡ୍ କରି ଏହି ସୂଚନା ଦେଇଛନ୍ତି । ଶନିବାର ରାତିରେ ହାର୍ଦ୍ଦିକ ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲକୁ ନିଆଯାଇଥିଲା । ସେ ଏହି ପ୍ରଥମ ଟି-୨୦ ମ୍ୟାଚ୍ ଖେଳିବେ ।

hardik pandya

ରବିବାର ଅପରାହ୍ନରେ ଭାରତୀୟ ଏବଂ ଦକ୍ଷିଣ ଆଫ୍ରିକା ଦଳର ଅନ୍ୟ ଖେଳାଳିମାନେ ମଧ୍ୟ ଭୁବନେଶ୍ୱରରେ ପହଞ୍ଚି ସାରିଛନ୍ତି । ଉଭୟ ଦଳକୁ ହୋଟେଲ୍‌ରେ ଭବ୍ୟ ସ୍ୱାଗତ କରାଯାଇଛି ।ସୋମବାର ଦିନ ସାଢ଼େ ୧୧ଟାରେ ଭାରତୀୟ ଦଳର ନେଟ୍ ପ୍ରାକ୍ଟିସ୍ ବାରବାଟୀରେ ଅନୁଷ୍ଠିତ ହେବ । ଦକ୍ଷିଣ ଆଫ୍ରିକା ଟିମ୍ ସୋମବାର ସନ୍ଧ୍ୟାରେ ଫ୍ଲଡ୍ ଲାଇଟ୍ ତଳେ ଅଭ୍ୟାସ କରିବ । ଖେଳାଳିଙ୍କ ଅଭ୍ୟାସ ଦେଖିବା ପାଇଁ ଦୁଇଟି ଗ୍ୟାଲେରୀ ଖୋଲା ରଖାଯିବାର ବ୍ୟବସ୍ଥା କରାଯାଇଛି ।

ଆଜି ବାରବାଟୀରେ କରିବେ ଅଭ୍ୟାସ ଉଭୟ ଟିମ୍‌ର ଖେଳାଳି । ଏହି ମ୍ୟାଚରେ ବାରବାଟୀ ଷ୍ଟାଡିୟମ୍‌ରେ ପ୍ରଥମ ଥର ଓପନ୍‌ କନସର୍ଟ ଅନୁରୂପ ଅନୁଭୂତି ନେବେ ଦର୍ଶକ । ଭାରତରେ ଇଡେନ୍ ଗାର୍ଡେନ୍ ପରେ ଦ୍ଵିତୀୟ ଷ୍ଟାଡିୟମ୍ ଭାବେ ବାରବାଟୀରେ ଡିଏମ୍ଏକ୍ସ ଲାଇଟିଂ ସିଷ୍ଟମ ଆରମ୍ଭ ହେବ । ଏହି ସିଷ୍ଟମ ମାଧ୍ୟମରେ ସମସ୍ତ ୮ ଫ୍ଲଡ୍‌ଲାଇଟ୍‌ ଗୁଡ଼ିକ ଗୋଟିଏ ସଫ୍ଟୱେର ସହିତ ଯୋଡ଼ିହେବେ । କଣ୍ଟ୍ରୋଲ୍‌ ରୁମରୁ ଲାଇଟ ଗୁଡ଼ିକୁ ବନ୍ଦ ଓ ଆରମ୍ଭ କରାଯିବା ଭଳି ବ୍ୟବସ୍ଥା ରହିବ । ଖେଳ ଆରମ୍ଭ ପୂର୍ବରୁ ଓ ଇନିଂସ ମଝିରେ ମ୍ୟୁଜିକ୍‌ର ତାଳେତାଳେ ଲାଇଟ୍‌ଗୁଡ଼ିକ ଧପଧପ୍ ହେବ। ଏଥିସହ ଦର୍ଶକମାନଙ୍କୁ ଲାଇଟ୍‌ରେ ବିଭିନ୍ନ ଲେଖା ପ୍ରଦର୍ଶନ କରାଯାଇ ମନୋରଂଜନ ଯୋଗାଇବା ଭଳି ଯୋଜନା କରାଯାଇଛି।

ଏହି ଲାଇଟକୁ ପରୀକ୍ଷାମୂଳକ ଭାବେ ଡେମୋ ପ୍ରଦର୍ଶନ କରାଯାଇଥିଲା । ତେବେ ମ୍ୟାଚ୍ ପାଇଁ ଜାରୀ ହେଇଛି ଟ୍ରାଫିକ୍ କଟକଣା । କାଲି ହେବାକୁ ଥିବା ଟି-୨୦ ମ୍ୟାଚ ପାଇଁ ଆଜିଠୁ ଯାତାୟତ ନେଇ କଟକଣା ଲାଗୁ ହୋଇଛି । ଜନସାଧରଣଙ୍କ ଏବଂ ଦର୍ଶକଙ୍କ ପାଇଁ ନେଇ ଗୁରୁତ୍ବପୂର୍ଣ୍ଣ ସୂଚନା ଦେଇଛି କମିଶନରେଟ ପୁଲିସ । ଆଜି ଉଭୟ ଭାରତ ଓ ଦକ୍ଷିଣ ଆଫ୍ରିକା ଟିମ ଅଭ୍ୟାସ କରିବାକୁ ବାଟବାଟୀ ଯିବ। ସେଥିପାଇଁ ଆଜି ମଧ୍ୟାହ୍ନ ୧୨ଟାରୁ ରାତ୍ର ୯ ଘଟିକା ପର୍ଯ୍ୟନ୍ତ ଏବଂ ଆସନ୍ତାକାଲି ସକାଳ ୮ଘଟିକା ଠାରୁ ଭିଡ଼ ଭାଙ୍ଗିବା ପର୍ଯ୍ୟନ୍ତ ଟ୍ରାଫିକ କଟକଣା ଜାରି କରାଯାଇଛି। ମାତାମଠ ପଟୁ ମହାନଦୀ ରିଂ ରୋଡ଼ ରେ ଆସୁଥିବା ସମସ୍ତ ଯାନବାହନ ଗୁଡ଼ିକ ତଳ ବାଲିଯାତ୍ରା ପଡ଼ିଆରେ ନିଜ ଗାତିଗୁଡିକୁ ପାର୍ଟି କରି ପାରିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+