IPL 2024: MI ଲଗାତାର ୩ଟି ମ୍ୟାଚ୍ ହାରିବା ପରେ, ମହାଦେବଙ୍କ ପୂଜାର୍ଚ୍ଚନା କେଲେ କ୍ୟାପଟେନ୍ ହାର୍ଦ୍ଦକ ପାଣ୍ତ୍ୟା

Hardik Pandya Somnath Temple: IPL 2024ରେ ବର୍ତ୍ତମାନ ମୁମ୍ବାଇ ଇଣ୍ଡିଆନ୍ସ ଖରାପ ସ୍ଥିତି ଦେଇ ଗତି କରୁଛି । ଏବେ ପର୍ଯ୍ୟନ୍ତ ଆଇପିଏଲ୍ ୨୦୨୪ରେ ୩ଟି ମ୍ୟାଚ୍ ଖେଳିଛି ଦଳ ଏବଂ ସବୁଥିରେ ପରାଜୟର ସମ୍ମୁଖୀନ ହୋଇଛନ୍ତି । କହିବା ପାଇଁ ଗଲେ ଏହି ଆପିଏଲ୍ ସିଜିନରେ ମୁମ୍ବାଇ ଏକ ବଡ ପରିବର୍ତ୍ତନ ଦେଖିବା ପାଇଁ ମିଳିଛି । ପ୍ରଥମେ ଦଳ ରୋହିତ ଶର୍ମାଙ୍କୁ ଅଧିନାୟକ ପଦରୁ ହଟାଇ ଦେଇଛି। ତାଙ୍କ ସ୍ଥାନରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କ୍ୟାପଟେନସିର ଦାୟିତ୍ୱ ମିଳିଛି ।

ହେଲେ ବର୍ତ୍ତମାନ ଏହି ପରିବର୍ତ୍ତନ ଦଳ ଉପରେ ଭାରି ପଡିଛି । ମୁମ୍ବାଇ ଇଣ୍ଡିଆନ୍ସ ଦଳର ଅଧିନାୟକ ହାର୍ଦ୍ଦିକଙ୍କୁ ଅନେକ ସମାଲୋଚନାର ସମ୍ମୁଖୀନ ହେବାକୁ ପଡୁଛି । ସୋସିଆଲ ମିଡିଆରେ ଲଗାତାର ତାଙ୍କୁ ଟ୍ରୋଲ କରାଯାଉଛି । ଏହାରି ମଧ୍ୟରେ ଅର୍ଥାତ୍ ଆପିଏଲ୍ ଜାରି ଥିବା ବେଳେ ଶୁକ୍ରବାର ଦିନ ସୋମନାଥ ମନ୍ଦିରରେ ପହଞ୍ଚିଥିଲେ ହାର୍ଦ୍ଦିକ ପାଣ୍ତ୍ୟା ।

Hardik Pandya

ବାସ୍ତବରେ ଅଧିନାୟକ ହେବା ପରେ ପାଣ୍ଡ୍ୟାଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଉଛି । ଏହା ସହିତ ଦଳ କ୍ରମାଗତ ତିନିଟି ମ୍ୟାଚ୍‌ରେ ମଧ୍ୟ ପରାଜୟର ସମ୍ମୁଖୀନ ହୋଇଛି। ମୁମ୍ବାଇର ପରବର୍ତ୍ତୀ ମ୍ୟାଚ୍ ଦିଲ୍ଲୀ କ୍ୟାପିଟାଲ୍ସ ସହିତ ଅଛି । ଏହି ମ୍ୟାଚ୍ ଏପ୍ରିଲ ୭ ତାରିଖରେ ଖେଳାଯିବ । ତେବେ ମ୍ୟାଚ୍ ପୂର୍ବରୁ କ୍ୟାପଟେନ ପାଣ୍ଡ୍ୟା ଦର୍ଶନ ପାଇଁ ସୋମନାଥ ମନ୍ଦିରରେ ପହଞ୍ଚିଥିଲେ। ସେ ଏଠାରେ ଭଗବାନ ଶିବଙ୍କର ପୂଜାର୍ଚ୍ଚନା କରୁଥିବାର ଦେଖିବା ପାଇଁ ମିଳିଥିଲେ । ପୂଜା କରିବାର ଅନେକ ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କ୍ରମାଗତ ତିନିଟି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଟିମ୍ ମୁମ୍ବାଇ ଇଣ୍ଡିଆନ୍ସକୁ ପରାଜୟର ସମ୍ମୁଖୀନ ହୋଇଛି। ପ୍ରଥମ ମ୍ୟାଚରେ ମୁମ୍ବାଇ ଗୁଜୁରାଟ ଟାଇଟାନ୍ସକୁ ପରାସ୍ତ କରିଥିଲା। ଏହା ପରେ ସନରାଇଜର୍ସ ହାଇଦ୍ରାବାଦ ମୁମ୍ବାଇକୁ ପରସ୍ତା କରିଥିଲା । ଏହି ମ୍ୟାଚରେ ଆଇପିଏଲ ଇତିହାସରେ ହାଇଦ୍ରାବାଦ ସବୁଠୁ ବଡ଼ ସ୍କୋର କରିଥିଲା। ଏହା ପରେ ମ୍ୟାଚରେ ମୁମ୍ବାଇ ରାଜସ୍ଥାନ ରୟାଲ୍ସକୁ ୬ ୱିକେଟରେ ପରାସ୍ତ କରିଥିଲା ।

ସୂଚନାଥାଉ ଯେ, ପାଣ୍ଡ୍ୟା ପୂର୍ବରୁ ଗୁଜୁରାଟ ଟାଇଟାନ୍ସର ଅଧିନାୟକ ଥିଲେ। ବର୍ତ୍ତମାନ ସେ ନୂଆ ଦଳକୁ ଆସିବା ପରେ ଅଧିନାୟକର ଦାୟିତ୍ୱ ତୁଳାଉଛନ୍ତି । ରୋହିତଙ୍କୁ ଅଧିନାୟକ ପଦରୁ ହଟାଇ ଦିଆଯାଇଥିଲା। ଯେଉଁଥି ପାଇଁ ତାଙ୍କ ଫ୍ୟାନ୍ସ ଖୁବ୍ ରାଗି ଯାଇଥିଲେ ଏବଂ ଦଳ ଖରାପ ପ୍ରଦର୍ଶନ ପାଇଁ ପାଣ୍ତ୍ୟାଙ୍କୁ ଖୁବ୍ ଟ୍ରୋଲ ମଧ୍ୟ କରାଯାଇଥିଲା ।

ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ବରେ ଦଳର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ ରହିଆସିଛି । କାରଣ ରୋହିତ ଦୀର୍ଘ ସମୟ ଧରି ଦଳର ଅଧିନାୟକ ଥିଲେ ଏବଂ ତାଙ୍କ ଅଧିନାୟକତ୍ୱରେ ଦଳ ଚାମ୍ପିୟନ ହୋଇଥିଲେ। ବର୍ତ୍ତମାନ ରୋହିତଙ୍କ ହାତରୁ କ୍ୟାପଟେନସି ଯିବା ପରେ ଦଳର ଖରାପ ପ୍ରଦର୍ଶନ ପାଇଁ ସୋସିଆଲ ମିଡିଆରେ ପାଣ୍ତ୍ୟାଙ୍କୁ ସମାଲୋଚନାର ଶିକାର ହେବା ପାଇଁ ପଡୁଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+