Hardik-Natasha: କାହିଁକି ହେଲା ହାର୍ଦ୍ଦିକ ପାଣ୍ଡ୍ୟା-ନତାଶା ଷ୍ଟାନକୋଭିକଙ୍କ ଛାଡପତ୍ର ?
ଟିମ ଇଣ୍ଡିଆର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଛାଡପତ୍ର ହୋଇଯାଇଛି । ଦୁହେଁ ଏ ନେଇ ଗୁରୁବାର ସୋସିଆଲ ମିଡିଆରେ ଶେୟାର କରି ବିବାହ ବିଚ୍ଛେଦ ଖବରକୁ ସ୍ପଷ୍ଟ କରିଥିଲେ ।
ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି , ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ଦୁହେଁ ଏକାଠି ରହି ନିଜର ଶ୍ରେଷ୍ଠତ୍ୱ ଦେଇଥିଲୁ । କିନ୍ତୁ ବର୍ତ୍ତମାନ ଆମ ଦୁହଁ ଜଣଙ୍କର ଏହି ନିଷ୍ପତ୍ତି । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ । ଆମେ ଦୁହେଁ ତାଙ୍କୁ ସମସ୍ତ ସମ୍ଭାବ୍ୟ ସୁଖ ଦେବାକୁ ଚେଷ୍ଟା କରିବୁ ।
୨୦୨୦ରେ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ନତାଶାଙ୍କ ବିବାହ ହୋଇଥିଲା। ହେଲେ ଦୁଇ ଜଣ ଦୀର୍ଘ ସମୟ ଧରି ଏକାଠି ରହୁ ନଥିଲେ । କୋଭିଡ ସମୟରେ ହାର୍ଦ୍ଦିକ ଏବଂ ନତାଶା ବିବାହ କରିଥିଲେ । କିନ୍ତୁ ସେହି ସମୟରେ ଲକଡାଉନ ଯୋଗୁ ସେବାନେ ଧୁମ୍ଧାମରେ ବିବହା କରିପାରିନଥିଲେ ।

ଏଭଳି ପରିସ୍ଥିତିରେ ସେମାନେ ୧୪ ଫେବୃଆରୀ ୨୦୨୩ରେ ପୁନର୍ବାର ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଦ୍ୱିତୀୟ ବିବାହ ପରେ କିଛି ଦିନ ପାଇଁ ସବୁକିଛି ଠିକ ରହିଲା, କିନ୍ତୁ ଏହା ପରେ ଧୀରେ ଧୀରେ ସେମାନଙ୍କ ସମ୍ପର୍କ ଖରାପ ହେବାକୁ ଲାଗିଲା। ତେବେ ଆସନ୍ତୁ ଜାଣିବା ସେମାନଙ୍କ ପୃଥକ ହେବାର କାରଣ କ'ଣ ହୋଇପାରେ ।
୨୦୧୯ରେ ହାର୍ଦ୍ଦିକ ଏବଂ ନତାଶା ଏକ ପାର୍ଟୀରେ ଦୁହେଁ ଦୁହିଁଙ୍କୁ ଭେଟିଥିଲେ। କେତେବେଳେ ବନ୍ଧୁତା ପ୍ରେମରେ ପରିଣତ ହେଲା ସେତେବେଳେ ଉଭୟ ଜାଣି ନ ଥିଲେ। ଯାହା ପରେ ନତାଶା ଏବଂ ହାର୍ଦ୍ଦିକ ୨୦୨୦ରେ ଲକଡାଉନ ସମୟରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ବିବାହର ଦୁଇମାସ ପରେ ନତାଶା ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିଲେ ଏବଂ ଏହିପରି ଭାବେ ନତାଶାଙ୍କ କ୍ୟାରିୟର ବନ୍ଦ ହୋଇଯାଇଥିଲା। ବୋଧହୁଏ ଗୋଟିଏ କାରଣ ଏହା ବି ହୋଇପାରେ ଯେ ନତାଶା ଯେଉଁ କାମ ପୂରଣ କରିବାକୁ ଭାରତକୁ ଆସିଥିଲେ, ବିବାହ ପରେ ତାହା ହୋଇପାରିନାହିଁ ଯାହା ସେମାନଙ୍କ ଛାଡପତ୍ରର କାରଣ ହୋଇଗଲା ।
ଟି -୨୦ ବିଶ୍ୱକପ ପୂର୍ବରୁ ହାର୍ଦ୍ଦିକ ପାଣ୍ଡ୍ୟା ତାଙ୍କ କ୍ୟାରିୟରର ଏକ ଖରାପ ପର୍ଯ୍ୟାୟ ଦେଇ ଗତି କରୁଥିଲେ । ଦିନିକିଆ ବିଶ୍ୱକପ ଆଘାତ ଯୋଗୁ ସେ ମଧ୍ୟଭାଗରୁ ଟୁର୍ନାମେଣ୍ଟରୁ ବାହାରିଥିଲେ । ଏହା ପରେ ସେ ଆଇପିଏଲକୁ ଫେରିଥିଲେ । ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ହୋଇଥିଲେ । ତାଙ୍କୁ ବହୁତ ଟ୍ରୋଲ କରାଯାଇଥିଲା। ଏସବୁ ମଧ୍ୟରେ ପଡ଼ିଆରେ ଥିବା ଖେଳ ମଧ୍ୟ ପ୍ରଭାବଶାଳୀ ଦେଖାଯାଉ ନଥିଲା ।
ଏଭଳି ପରିସ୍ଥିତିରେ କୁହାଯାଇଥିଲା ଯେ ହାର୍ଦ୍ଦିକଙ୍କ କ୍ୟାରିୟର ଶେଷ ହେବାକୁ ଯାଉଛି, କିନ୍ତୁ ସେ ଟି -୨୦ ବିଶ୍ୱକପରେ ଦୃଢ ପ୍ରତ୍ୟାବର୍ତ୍ତନ କରି ନିଜର ବୁଡ଼ି ଯାଉଥିବା କ୍ୟାରିୟରକୁ ବଞ୍ଚାଇ ଦେଇଥଲେ, କିନ୍ତୁ ବୋଧହୁଏ ସେତେବେଳକୁ ବିଳମ୍ବ ହୋଇଯାଇଥିଲା। ହାର୍ଦ୍ଦିକଙ୍କ ହ୍ରାସ ପାଇଥିବା ଷ୍ଟାରଡମ ହୁଏତ ନତାଶାଙ୍କ ସହିତ ତାଙ୍କର ମତଭେଦ ସୃଷ୍ଟି କରିଥାଇପାରେ ଯାହା ସେମାନଙ୍କ ଛାଡପତ୍ରକୁ ନେଇ ଆସିଥିଲା।












Click it and Unblock the Notifications