ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା! ଏହି କାରଣରୁ IPL ୨୦୨୪ରୁ ବାଦ୍ ପଡିପାରନ୍ତି ହାର୍ଦ୍ଦିକ ପାଣ୍ଡ୍ୟା !

IPL 2024: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍)ର 17 ତମ ସିଜନ୍ ଦିନକୁ ଦିନ ନିକଟତର ହେଉଛି । ଆଇପିଏଲ୍ ନିଲାମ ସମାପ୍ତ ହେବା ପରେ ପ୍ରଶଂସକମାନେ ଉତ୍ସାହର ସହିତ ଆକ୍ସନ୍-ପ୍ୟାକ୍ ମ୍ୟାଚ୍ ଦେଖିବା ପାଇଁ ଅପେକ୍ଷା କରିଛନ୍ତି । ହେଲେ ଏହାରି ମଧ୍ୟରେ ମୁମ୍ବାଇ ଇଣ୍ଡିଆନ୍ସକୁ ଲାଗିପାରେ ବଡ଼ ଝଟକା । ଗୋଇଠିରେ ଆଘାତ ଲାଗିବା କାରଣରୁ MI ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଆଗାମୀ ଆପିଏଲ୍ ମ୍ୟାଚରୁ ବାଦ ପଡିପାରନ୍ତି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏଥର ପାଣ୍ତ୍ୟା ଗୁଜରାଟ ଟାଇଟନ୍ ଛାଡି ମୁମ୍ବାଇ ଇଣ୍ତିଆନରେ ଯୋଗ ଦେଇଥିଲେ ।

ଆଇପିଏଲ୍ ଖେଳାଳି ନିଲାମ ପୂର୍ବରୁ ହାର୍ଦ୍ଦିକଙ୍କୁ ଗୁଜୁରାଟ ଟାଇଟାନ୍ସରୁ ମୁମ୍ବାଇ ଇଣ୍ଡିଆନ୍ସକୁ କିଣା ଯିବା ପରେ ଏହି ଖବର ପ୍ରକାଶ ପାଇଛି । ଆପିଏଲ ଖେଳାଳୀ ନିଲାମୀ ସମୟରେ ଏଥର ତାଙ୍କୁ ମୋଟା ଅଙ୍କରେ ମୁମ୍ବାଇ ଇଣ୍ତିଆନ୍ସ କିଣିଥିଲା । ବର୍ତ୍ତମାନ ଏହି ଖବର ପ୍ରକାଶ ପାଇବା ପରେ ମୁମ୍ବାଇ ଇଣ୍ଡିଆନ୍ସକୁ ଏକ ବଡ ଝଟକା ଲାଗିପାରେ ।

Hardik Pandya

ସୂତ୍ର ଏହା ମଧ୍ୟ ନିଶ୍ଚିତ କରିଛି ଯେ ହାର୍ଦ୍ଦିକ ଆଫଗାନିସ୍ତାନ ବିପକ୍ଷ ଆଗାମୀ ଟି -20 ସିରିଜରେ ଖେଳିବେ ନାହିଁ, କିନ୍ତୁ ଆଇପିଏଲର ଆଗାମୀ ସିଜନରେ ତାଙ୍କ ଅଂଶଗ୍ରହଣକୁ ନେଇ ବର୍ତ୍ତମାନ କୌଣସି ସୂଚନା ନାହିଁ । ତେବେ ପୁଣେରେ ବାଂଲାଦେଶ ବିପକ୍ଷ ବିଶ୍ୱକପ ମ୍ୟାଚ୍‌ରେ ଗୋଡରେ ଆଘାତ ଲାଗିବା ପରେ ସେ ମ୍ୟାଚ୍ ଅଧାରୁ ଛାଡିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+