For Quick Alerts
Turn On Notification  
For Daily Alerts
Oneindia App Download

ଲୁହରେ ଭିଜିଲା ଶ୍ମଶାନ ଘାଟ : ପିତାଙ୍କ ପାଖରେ କୋହ ସମ୍ଭାଳି ପାରିଲେନି ପାଣ୍ଡ୍ୟା ବ୍ରଦର୍ସ

ଶନିବାର ଦିନ ଦୁଇ ଭାଇ ବଡୋଦରାରେ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ପିତାଙ୍କ ଅନ୍ତିମ ସଂସ୍କାରରେ ସେ ନିଜକୁ ସମ୍ଭାଳି ପାରିନଥିବା ଦେଖିବାକୁ ମିଳିଥିଲା ।

|

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଷ୍ଟାର୍‌ ଅଲ୍‌ ରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ଭାଇ କୃଣାଲ ପାଣ୍ଡ୍ୟାଙ୍କ ବାପାଙ୍କର ଶନିବାର ପରଲୋକ ଘଟିଛି । ଆଜି ସକାଳେ ଦୁଇ ଭାଇ ପିତାଙ୍କୁ ଶେଷ ବିଦାୟ ଦେଇଛନ୍ତି।

Hardik Pandya

ଶନିବାର ଦିନ ଦୁଇ ଭାଇ ବଡୋଦରାରେ ପିତାଙ୍କ ଅନ୍ତିମ ସଂସ୍କାର କରିଛନ୍ତି। ପିତାଙ୍କ ଅନ୍ତିମ ସଂସ୍କାରରେ ସେ ନିଜକୁ ସମ୍ଭାଳି ପାରିନଥିବା ଦେଖିବାକୁ ମିଳିଥିଲା । ବରୋଦା ଟିମ୍‌ ପାଇଁ ବର୍ତ୍ତମାନ ସୟିଦ୍‌ ମୁସ୍ତାକ ଅଲ୍ଲୀ ଟ୍ରଫି‌ ଖେଳୁଥିଲେ କୃଣାଲ । ବାପାଙ୍କ ଦେହାନ୍ତ ଖବର ଶୁଣିବା ପରେ ସେ ଘର ଅଭିମୁଖେ ବାହାରି ଆସିଥିଲେ । ଅପରପକ୍ଷରେ ବର୍ତ୍ତମାନ ହାର୍ଦ୍ଦିକ ପାଣ୍ଡ୍ୟା ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବା‌ ପାଇଁ ଅଭ୍ୟାସ ସେସନ ଛାଡି ଆସିଥିଲେ ।

ଭାରତୀୟ କ୍ରିକେଟ ଟିମ କ୍ୟାପଟେନ ବିରାଟ କୋହଲି ପାଣ୍ଡ୍ୟାଙ୍କ ପିତାଙ୍କ ଦେହାନ୍ତ ପରେ ଶୋକ ବ୍ୟକ୍ତ କରିଛନ୍ତି। ଟ୍ୱିଟ କରି ସେ ଲେଖିଛନ୍ତି,'ପାଣ୍ଡ୍ୟା ବ୍ରଦର୍ସଙ୍କ ପିତାଙ୍କ ଖବର ସୁନିଆ ମୁଁ ବହୁତ ଦୁଃଖିତ, ମୁଁ ଦୁଇଥର ତାଙ୍କ ସହ କଥାବାର୍ତ୍ତା ହୋଇଛି। ସେ ବହୁତ ପ୍ରସନ୍ନ ଓ ଜୀବନ୍ତ ସ୍ୱଭାବର ଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ପ୍ରଦାନ କରନ୍ତୁ'

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Hardik Pandya, Krunal Pandya bid emotional farewell to their father, perform last rites together
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X