ବିଶ୍ୱକପ 2023: ରବିବାର ଅଷ୍ଟ୍ରେଲିଆ ବିପକ୍ଷ ମ୍ୟାଚ ପୂର୍ବରୁ ଭାରତକୁ ଝଟକା, ଆହତ ହେଲେ ଏହି ଖେଳାଳି
Hardik Pandya injury: ଭାରତୀୟ କ୍ରିକେଟ୍ ଦଳ ରବିବାର ଦିନ ଅଷ୍ଟ୍ରେଲିଆ ବିପକ୍ଷରେ ଆଇସିସି ଦିନିକିଆ ବିଶ୍ୱକପ୍ ଆରମ୍ଭ କରିବାକୁ ଯାଉଛି । ଟୁର୍ନାମେଣ୍ଟର ପ୍ରଥମ ମ୍ୟାଚରେ ଟିମ୍ ଇଣ୍ଡିଆ 5 ଥର ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ସହିତ ମୁହାଁମୁହିଁ ହେବ ।
ତେବେ ଏହି ମ୍ୟାଚରେ ପ୍ରବେଶ କରିବା ପୂର୍ବରୁ ମଧ୍ୟ ଭାରତ ଅସୁବିଧାର ସମ୍ମୁଖୀନ ହୋଇଛି । ଓପନର୍ ଶୁବମାନ ଗିଲଙ୍କ ଡେଙ୍ଗୁରେ ପୀଡିତ ଥିବା ଖବର ବାହାରକୁ ଆସିଥିବା ବେଳେ ଅଭ୍ୟାସ ସମୟରେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିବା ଖବର ଆସିଛି ।

ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ ମ୍ୟାଚ୍ ପୂର୍ବରୁ ଟେନ୍ସରେ ଅଭ୍ୟାସ ସମୟରେ ଭାରତୀୟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆହତ ହୋଇଥିଲେ । ବ୍ୟାଟିଂ ଅଭ୍ୟାସ କରୁଥିବା ହାର୍ଦ୍ଦିକଙ୍କ ଆଙ୍ଗୁଠିରେ ଦ୍ରୁତ ବଲରେ ଆଘାତ ଲାଗିଥିଲା ଏବଂ ଏହା ପରେ ସେ ଆଉ ବ୍ୟାଟିଂ କରି ନଥିଲେ । ତେବେ ଆଘାତ ଅତ୍ୟନ୍ତ ଗୁରୁତର ବୋଲି କୁହାଯାଉ ନାହିଁ । ସତର୍କତା ଭାବରେ ଅଭ୍ୟାସ ନ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଟିମ୍ ଇଣ୍ଡିଆ ୱାର୍ମ ଅପ୍ ମ୍ୟାଚ ଖେଳିପାରି ନଥିଲା । ବର୍ଷା ହେତୁ ଟିମ୍ ଇଣ୍ଡିଆର ଉଭୟ ୱାର୍ମ ଅପ୍ ମ୍ୟାଚ୍ ବାତିଲ କରାଯାଇଥିଲା । ଭାରତୀୟ ଦଳର ପ୍ରଥମ ମ୍ୟାଚ୍ ଇଂଲଣ୍ଡ ସହିତ ଥିବାବେଳେ ଦ୍ୱିତୀୟ ମ୍ୟାଚ୍ ନେଦରଲ୍ୟାଣ୍ଡ ସହିତ ଥିଲା ।












Click it and Unblock the Notifications