Get Updates
Get notified of breaking news, exclusive insights, and must-see stories!

ହାର୍ଦ୍ଦିକଙ୍କୁ ମିଳିଗଲା କି ନୂଆ ଜୀବନସାଥୀ: ଏହି ବଲିଉଡ୍ ଅଭିନେତ୍ରୀଙ୍କୁ ଫଲୋ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ମୁମ୍ବାଇ; ଟି-୨୦ ବିଶ୍ୱକପ ୨୦୨୪ର ବିଜୟ ପରେ ଭାରତୀୟ କ୍ରିକେଟର୍‌ ହାର୍ଦ୍ଦିକ ପାଣ୍ଡ୍ୟା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ସେ ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକ ଅଲଗା ହୋଇଛନ୍ତି । ନତାଶାଙ୍କଠାରୁ ଅଲଗା ହେବା ପରେ ପାଣ୍ଡ୍ୟା ବର୍ତ୍ତମାନ ଅନ୍ୟ ଜଣେ ଅଭିନେତ୍ରୀଙ୍କ ନିକଟତର ହୋଇଛନ୍ତି । ନିକଟରେ ରାଧିକା ଏବଂ ଅନନ୍ତ ଅମ୍ବାନୀଙ୍କ ବିବାହରେ ହାର୍ଦ୍ଦିକ ଅନନ୍ୟା ପାଣ୍ଡେଙ୍କ ସହ ନଜର ଆସିଥିଲେ ।

ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଅନନ୍ୟା ପାଣ୍ଡେ ଇନଷ୍ଟାଗ୍ରାମରେ ପରସ୍ପରକୁ ଫଲୋ କରିଥିଲେ। ଏହି ଖବର ଆସିବା ମାତ୍ରେ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଏହି ବିବାହରେ ପାଣ୍ଡ୍ୟା ଏବଂ ଅନନ୍ୟା ବହୁତ ଡ୍ୟାନ୍ସ ମଧ୍ୟ କରିଥିଲେ। ଏହାର ଅନେକ ଭିଡିଓ ସୋସିଆଲ ମିଡିଆରେ ଶେୟାର କରାଯାଇଥିଲା।

ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ନାମ ଅଭିନେତା ଆଦିତ୍ୟ ରୟ କାପୁରଙ୍କ ସହ ଯୋଡି ହୋଇଛି। ଅନନ୍ୟା ଏବଂ ଆଦିତ୍ୟଙ୍କୁ ପୂର୍ବରୁ ଅନେକ ଥର ଏକାଠି ଦେଖିବାକୁ ମିଳିଥିଲା। ଉଭୟେ ଏହି ପ୍ରସଙ୍ଗରେ କୌଣସି ପ୍ରକାରର ପ୍ରତିକ୍ରିୟା ଦେଇ ନ ଥିଲେ। କିନ୍ତୁ ବର୍ତ୍ତମାନ ଅନନ୍ୟାଙ୍କ ନାମ ହାର୍ଦ୍ଦିକଙ୍କ ସହ ଯୋଡି ହୋଇଛି।

Hardik Pandya

୨୦୨୦ରେ ପାଣ୍ଡ୍ୟା ଏବଂ ନତାଶା ବିବାହ କରିଥିଲେ। ଉଭୟେ ୨୦୧୮ରେ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ। ଏହା ପରେ ପରସ୍ପରକୁ ଡେଟ କରିବା ଆରମ୍ଭ କଲେ। ୨୦୨୦ରେ ଦୁହେଁ ବିବାହ କରିଥିଲେ। ସେହି ବର୍ଷ ତାଙ୍କ ପୁଅ ଅଗସ୍ତ୍ୟ ଜନ୍ମ ହୋଇଥିଲେ। ବର୍ତ୍ତମାନ ଉଭୟ ଅଲଗା ହୋଇଯାଇଛନ୍ତି। ନତାଶା ପୁଅକୁ ନେଇ ସର୍ବିଆ ଫେରିଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+