ନତାଶା ଷ୍ଟାନକୋଭିକଙ୍କ ପୋଷ୍ଟରେ କମେଣ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା; ସୋସିଆଲ ମିଡିଆରେ ଭାଇରାଲ୍, ପୁଣି ଯୋଡ଼ି ହେବ କି ସଂପର୍କ ?
ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ତଥା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ଛାଡ଼ପତ୍ର ହୋଇଛି । ବର୍ତ୍ତମାନ ତାଙ୍କ ପତ୍ନୀ ଠାରୁ ଅଲଗା ହୋଇଯାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା ।
ନିକଟରେ ସେ ଇନଷ୍ଟାଗ୍ରାମରେ ଏନେଇ ପୋଷ୍ଟ ସେୟାର କରିଛନ୍ତି ।ତେବେ ଏହି ସମ୍ପର୍କ ଭାଙ୍ଗିବାର କାରଣ ଏପର୍ଯ୍ୟନ୍ତ ଜଣାପଡିନାହିଁ । ନିକଟରେ ନତାଶା ଷ୍ଟାନକୋଭିକ୍ ମଧ୍ୟ ପୁଅ ଅଗସ୍ତ୍ୟଙ୍କ ସହ ସର୍ବିଆକୁ ଚାଲି ଯାଇଥିଲେ।
ସେହି ଦିନ ଠାରୁ ନତାଶା ଇନଷ୍ଟାଗ୍ରାମରେ ନିଜର ଭାବନା ପ୍ରକାଶ କରିଆସୁଥିଲେ ମଧ୍ୟ ବର୍ତ୍ତମାନ ତାଙ୍କର ଗୋଟିଏ ପୋଷ୍ଟ ପ୍ରଶଂସକଙ୍କ ଦୃଷ୍ଟି ଆକର୍ଷଣ କରିଛି । ନତାଶା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଅନେକ ଫଟୋ ପୋଷ୍ଟ କରିଛନ୍ତି । ଯାହା ଉପରେ ହାର୍ଦ୍ଦିକ ପାଣ୍ଡ୍ୟା କମେଣ୍ଟ ଦେଇଛନ୍ତି। ହାର୍ଦ୍ଦିକ ଏହି ଫଟୋ ଗୁଡ଼ିକୁ ଲାଇକ କରିଥିଲେ ଏବଂ ଗୋଟିଏ ନୁହେଁ ଦୁଇଟି କମେଣ୍ଟ ଦେଇଥିଲେ । ଏହି ଦୁଇଟି କମେଣ୍ଟରେ ଇମୋଜି ଥିଲା ।

ଏହି ଫଟୋ ଗୁଡ଼ିକ ଉପରେ ହାର୍ଦ୍ଦିକଙ୍କର ଆଉ ଏକ ଭାଇ କ୍ରୁନାଲଙ୍କର ରହିଛି । ସେ କମେଣ୍ଟ ବକ୍ସରେ ଏକ ହାର୍ଟ ଇମୋଜି ସେୟାର କରିଥିଲେ । ଯାହାକୁ ଦେଖି ଲୋକମାନେ ନା ନା କମେଣ୍ଟ କରୁଛନ୍ତି । ଜଣେ ଲେଖିଛନ୍ତି , ଏବେ ବି ପ୍ରେମ ଅଛି ।
ନତାଶାଙ୍କ ପୋଷ୍ଟକୁ ୪ ଲକ୍ଷରୁ ଅଧିକ ଲୋକ ପସନ୍ଦ କରିଥିବାବେଳେ ପ୍ରାୟ ୫୫୦୦ଟି କମେଣ୍ଟ କରାଯାଇଛି। ୨ ଲକ୍ଷରୁ ଅଧିକ ଲୋକ କେବଳ ହାର୍ଦ୍ଦିକଙ୍କ କମେଣ୍ଟକୁ ଲାଇକ କରିଛନ୍ତି । କହିବାକୁ ଗଲେ ଯେ ହାର୍ଦ୍ଦିକ ଏବଂ ନତାଶା ମଧ୍ୟରେ ସମ୍ପର୍କ ପ୍ରାୟ ୪ ବର୍ଷ ଧରି ଚାଲିଥିଲା। କୋଭିଡ କାରଣରୁ ସେମାନେ ବିବାହ ଉତ୍ସବ ପାଳନ କରିପାରି ନ ଥିବାରୁ ଗତ ବର୍ଷ ଉଦୟପୁରରେ ଦୁହେଁ ପୁନର୍ବାର ବିବାହ କରିଥିଲେ ।












Click it and Unblock the Notifications