Get Updates
Get notified of breaking news, exclusive insights, and must-see stories!

Hardik Pandya: କାହିଁକି ଟିମ୍ ଇଣ୍ଡିଆର କ୍ୟାପଟେନ ହେଲେନି ହାର୍ଦ୍ଦିକ ପାଣ୍ଡ୍ୟା  ?

ଟି-୨୦ ବିଶ୍ୱକପରେ ଉପ ଅଧିନାୟକ ଥିବା ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ ଶ୍ରୀଲଙ୍କା ଗସ୍ତ ପାଇଁ ଅଧିନାୟକ ପଦ ନ ମିଳିବା ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ଏହି ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର । ସୋମବାର ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଏବଂ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଗଣମାଧ୍ୟମ ପ୍ରତିନିଧିଙ୍କ ସହିତ ଆଲୋଚନା କରି ବିଭିନ୍ନ ଖେଳାଳିଙ୍କ ଚୟନ ଏବଂ ଦଳରୁ ବାଦ ଦେବା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ।

ତେବେ ଏହି ଅବସରରେ ଅଗରକର କହିଛନ୍ତି "ହାର୍ଦ୍ଦିକ ଏବେ ମଧ୍ୟ ଆମ ପାଇଁ ଜଣେ ଗୁରୁତ୍ୱପୂର୍ଣ୍ଣ ଖେଳାଳି । ତେବେ ନିକଟ ଅତୀତରେ ଫିଟନେସ୍ ତାଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି... । ତା'ପରେ କୋଚ୍ କିମ୍ବା ଚୟନକର୍ତ୍ତାଙ୍କ ପାଇଁ ତାଙ୍କୁ ଅଧିନାୟକ କରିବା କଷ୍ଟସାଧ୍ୟ ହୋଇଯାଏ ... । ଫିଟନେସ୍ ଏକ ସ୍ପଷ୍ଟ ଚ୍ୟାଲେଞ୍ଜ ଏବଂ ଆମେ ଏପରି ଅଧିନାୟକ ଚାହୁଁଛୁ ଯିଏକି ଅଧିକ ସମୟ ଉପଲବ୍ଧ ରହିବ। ଏ ଦୃଷ୍ଟିରୁ ଆମେ ବିଶ୍ୱାସ କରୁ ଯେ ସୂର୍ଯ୍ୟଙ୍କର ଜଣେ ଅଧିନାୟକ ହେବା ପାଇଁ ଆବଶ୍ୟକ ଦକ୍ଷତା ଅଛି .... ।

Hardik Pandya

ଆମେ ମଧ୍ୟ ଅନୁଭବ କରୁଛୁ ଯେ ଆମେ ହାର୍ଦ୍ଦିକଙ୍କୁ ଭଲ ଭାବରେ ପରିଚାଳନା କରିପାରିବା, ଆମେ ଦେଖିଛୁ ସେ ବିଶ୍ୱକପରେ ବ୍ୟାଟିଂ ଏବଂ ବୋଲିଂ ସେ ସହିତ କ'ଣ କରିପାରିବେ ... ଆମେ ପ୍ରତ୍ୟେକ ଖେଳାଳିଙ୍କ ସହ କଥା ହେଉ, ସେମାନଙ୍କର ଭୂମିକା ବଦଳିଛି ଏବଂ ହଁ ଆମେ ପାଣ୍ଡ୍ୟାଙ୍କ ସହ କଥା ହୋଇଛୁ ବୋଲି ସେ କହିଛନ୍ତି ।"

ଗମ୍ଭୀର ଆହୁରି ମଧ୍ୟ କହିଛନ୍ତି, ମୁଁ ଏକ ସଫଳ ଦଳକୁ ଆଗେଇ ନେଉଛି । ଜୟ ଶାହାଙ୍କ ସହ ମୋର ବହୁତ ଭଲ ସମ୍ପର୍କ ଅଛି । ମିଡିଆରେ ଯେଉଁସବୁ ଆଲୋଚନା ଚାଲିଛି ତାହା ଭିତ୍ତିହୀନ ବୋଲି ଗମ୍ଭୀର କହିଛନ୍ତି । ଗୌତମ ଗମ୍ଭୀର ଗୁରୁତ୍ୱପୂର୍ଣ୍ଣ ନୁହେଁ, ଭାରତୀୟ କ୍ରିକେଟ ଗୁରୁତ୍ୱପୂର୍ଣ୍ଣ ବୋଲି ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+