Hardik Pandya Divorce: ନତାଶାଙ୍କ ପାଇଁ ଟିମ୍ ଇଣ୍ତିଆ ସହ ନ୍ୟୁୟର୍କ ଗସ୍ତରେ ଯାଇପାରିଲେ ନାହିଁ ହାର୍ଦ୍ଦିକ !

Hardik Pandya Divorce: ଭାରତୀୟ କ୍ରିକେଟ୍ ଦଳର କିଛି ଖେଳାଳୀ ନ୍ୟୁୟର୍କ ଗସ୍ତରେ ଯାଇଛନ୍ତି । ଅଧିନାୟକ ରୋହିତ ଶର୍ମା, ଋଷଭ ପନ୍ଥ, ରବିନ୍ଦ୍ର ଜାଡେଜା ଏବଂ ସୂର୍ଯ୍ୟକୁମାର ଯାଦବଙ୍କ ସମେତ ଅନେକ ଖେଳାଳି ଟି -20 ବିଶ୍ୱକପ 2024 ପାଇଁ ଯାଇଛନ୍ତି କିନ୍ତୁ ହାର୍ଦ୍ଦିକ ପାଣ୍ଡ୍ୟା, ବିରାଟ କୋହଲି ଏବଂ ସଞ୍ଜୁ ସାମସନ ଏପର୍ଯ୍ୟନ୍ତ ଯାଇ ନାହାଁନ୍ତି । ଏକ ରିପୋର୍ଟ ଅନୁଯାୟୀ, ଏହି ତିନି ଖେଳାଳି ପରେ ନ୍ୟୁୟର୍କ ଗସ୍ତରେ ଯିବା ପାଇଁ କଣ୍ଟ୍ରୋଲ୍ ବୋର୍ଡରେ ଆବେଦନ କରିଛନ୍ତି।

ରିପୋର୍ଟ ଅନୁସାରେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବ୍ୟକ୍ତିଗତ ଜୀବନରେ ବର୍ତ୍ତମାନ କିଛି ଠିକ୍ ଚାଲି ନାହିଁ । ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶା ପରସ୍ପରଠୁ ଅଲଗା ହେବା ପାଇଁ ଯାଉଛନ୍ତି । କିନ୍ତୁ ଏପର୍ଯ୍ୟନ୍ତ ଉଭୟଙ୍କ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ । ନିକଟରେ ନତାଶାଙ୍କୁ ଜଣେ ବନ୍ଧୁଙ୍କ ସହ ଦେଖିବାକୁ ମିଳିଥିଲା ​ । ଏହି ସମୟରେ ରିପୋର୍ଟ ତାଙ୍କୁ ଛାଡପତ୍ର ବିଷୟରେ ପ୍ରଶ୍ନ ପଚାରିଥିଲେ, ହେଲେ ସେ କୌଣସି ଉତ୍ତର ଦେଇ ନଥିଲେ । ପାଣ୍ଡ୍ୟାଙ୍କ ନ୍ୟୁୟର୍କ ନ ଯିବାର କାରଣ ମଧ୍ୟ ତାଙ୍କ ବ୍ୟକ୍ତି ଗତ ଜୀବନ ଚାଲିଥିବା ଏହି ଘଟଣା ବୋଲି କୁହାଯାଉଛି ।

Hardik Pandya Divorce

ନତାଶା ଏବଂ ପାଣ୍ଡ୍ୟା 2020 ମସିହାରେ ବିବାହ କରିଥିଲେ । ମୁମ୍ବାଇରେ ଏକ ପାର୍ଟି ସମୟରେ ଦୁହେଁଙ୍କର ପ୍ରଥମ ଦେଖା ହୋଇଥିଲା । ଏହାପରେ ସେମାନଙ୍କର ବନ୍ଧୁତା ପ୍ରେମରେ ପରିଣତ ହୋଇଥିଲା । ପରେ ସେମାନେ ବିବାହ ମଧ୍ୟ କରିଥିଲେ । ବର୍ତ୍ତମାନ ହାର୍ଦ୍ଦିକ ଏବଂ ନତାଶାଙ୍କ ଡିଭୋର୍ସ ଖବର ଚର୍ଚ୍ଚାରେ ରହିଛି ।

ଏହି ଦୁଇଜଣଙ୍କ ମଧ୍ୟରେ ଖରାପ ସମ୍ପର୍କର କାରଣ ଏପର୍ଯ୍ୟନ୍ତ ଜଣା ପଡିନାହିଁ । ହାର୍ଦ୍ଦିକଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ବିବୃତ୍ତି ଦେଇନାହାଁନ୍ତି। କୋହଲିଙ୍କ ବିଶୟରେ କହିବା ପାଇଁ ଗଲେ, ସେ ଟିମ୍ ଇଣ୍ଡିଆ ସହିତ କାହିଁକି ଯାଇନାହାଁନ୍ତି ସେ ସମ୍ପର୍କରେ କୌଣସି ସୂଚନା ମିଳିପାରି ନାହିଁ । କୋହଲି ମେ ୩୦ ତାରିଖରେ ନ୍ୟୁୟର୍କ ଯାଇପାରନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+