ଅଲଗା ହେଲେ କ୍ରିକେଟର୍ ହାର୍ଦ୍ଦିକ ପାଣ୍ତ୍ୟା ଏବଂ ପତ୍ନୀ ନତାଶା !
Hardik Pandya And Natasa Stankovic Divorce Rumors: ଚଳିତବର୍ଷ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ କିଛି ଖାସ୍ ଭଲ ରହି ନାହିଁ । ନିକଟରେ ତାଙ୍କ ଅଧିନାୟକତ୍ୱରେ ଆଇପିଏଲ୍ 2024 ରେ ମୁମ୍ବାଇ ଇଣ୍ଡିଆନ୍ସର ଖରାପ ପ୍ରଦର୍ଶନ ପାଇଁ କ୍ରିକେଟରଙ୍କୁ ଅନେକ ସମାଲୋଚନାର ଶିକାର ହେବା ପାଇଁ ପଡିଥିଲା ।

ବର୍ତ୍ତମାନ କ୍ରିକେଟର ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଅଛନ୍ତି । ଅନେକ ଗଣମାଧ୍ୟମ ରିପୋର୍ଟରେ ଦାବି କରାଯାଇଛି ଯେ, ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ତାଙ୍କ ପତ୍ନୀ ନତାଶାଙ୍କ ମଧ୍ୟରେ କିଛି ଠିକ୍ ଚାଲି ନାହିଁ । ଉଭୟଙ୍କ ଛାଡପତ୍ର ହେବାର ଗୁଜବ ମଧ୍ୟ ଚର୍ଚ୍ଚାରେ ରହିଛି । ଯାହା ପରେ ଏହି ଖବରକୁ ବର୍ତ୍ତମାନ ହେଡଲାଇନରେ ରହିଛି । ଏପରକି ଉଭୟଙ୍କୁ ନେଇ ଅନେକ ମିମିସ୍ ମଧ୍ୟ ଭାଇରାଲ ହେବାରେ ଲାଗିଛି ।
शादी से पहले बच्चा और शादी के बाद तलाक....
ऐसी क्या नौबत आ गई 🙄😞 #HardikPandya pic.twitter.com/Rx5KLNJNff
— Bhera ram (@JATbera1) May 25, 2024
ସୋସିଆଲ ମିଡିଆ ପ୍ଲାଟଫର୍ମ X' ରେ ହ୍ୟାସଟ୍ୟାଗ #ହାର୍ଦ୍ଦିକ ପାଣ୍ଡ୍ୟା, #ନାଟାତା ଏବଂ # ଡିଭୋର୍ସ ଶୀର୍ଷ ଟ୍ରେଣ୍ଡ କରୁଛନ୍ତି । ଏହି ହ୍ୟାସଟ୍ୟାଗ ସହିତ ହାର୍ଦ୍ଦିକ ପାଣ୍ଡ୍ୟା ପ୍ରଶଂସକମାନେ ଭିନ୍ନ ଭିନ୍ନ ଖବରକୁ ନେଇ ଚର୍ଚ୍ଚା କରୁଥିବାର ଦେଖିବାକୁ ମିଳୁଛି । ସେହିପରି ଅନେକ ଅନେକ ଉପଭୋକ୍ତା ଅଛନ୍ତି ଯେଉଁମାନେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପ୍ରେମ କାହାଣୀ ଏବଂ ଅଲଗା ହେବାର ଗୁଜବକୁ ପରିହାସ କରୁଥିବାର ଦେଖିବାକୁ ମିଳୁଛି ।
This trend seriously needs to stop now!!
Then do not get offended when you are called a Gold-Digger!!
The man has worked hard day & night to earn that money!!
70% of property for what??
PS : #HardikPandya & Natasha decide to part ways after 4 years!!pic.twitter.com/2yowRTqjVW
— Nisha Rose🌹 (@JustAFierceSoul) May 25, 2024
ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ବିବାହ ପୂର୍ବରୁ ପିଲା ଏବଂ ବିବାହ ପରେ ଛାଡପତ୍ର ... ଏ କିପରି ସ୍ଥିତିରେ । ଅନ୍ୟ ଜଣେ ଉପଭୋକ୍ତା କହିଛନ୍ତି ଯେ, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପାଇଁ ଏହା ଅତ୍ୟନ୍ତ କଷ୍ଟକର ସମୟ। ନତାଶା ହୁଏତ ଆପଣଙ୍କୁ ସମର୍ଥନ କରିପାରନ୍ତି ନାହିଁ ... କିନ୍ତୁ ଆମେ ସମସ୍ତେ ଆପଣଙ୍କ ସହିତ ଅଛୁ । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ମଡେଲ ନତାଶା ଏବଂ ହାର୍ଦ୍ଦିକ ପାଣ୍ଡ୍ୟା 31 ମଇ 2020 ରେ ବିବାହ କରିଥିଲେ। ଦୁଇମାସ ପରେ, ନତାଶା 30 ଜୁଲାଇରେ ଏକ ପୁତ୍ର ସନ୍ତାନଙ୍କୁ ଜନ୍ମ ଦେଇଥିଲେ ।
ସେହିପପି ଗଣମାଧ୍ୟମ ରିପୋର୍ଟରେ ଚର୍ଚ୍ଚା ହେଉଛି ଯେ, ନତାଶା ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସମ୍ପତ୍ତିର 70 ପ୍ରତିଶତ ସହ ଛାଡପତ୍ର ପାଇଁ ଦାବି କରୁଛନ୍ତି। ତେବେ ଏ ସମ୍ପର୍କରେ କୌଣସି ସରକାରୀ ଖବର ପ୍ରକାଶ ପାଇ ନାହିଁ । ଏହି ଖବର ଉପରେ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି ସବୁଠାରୁ ସହଜ ଉପାୟ ହେଉଛି - ଜଣେ ଧନୀ ସଫଳ ପୁଅକୁ ବିବାହ କର ଏବଂ ତା'ପରେ ତାଙ୍କୁ ଛାଡପତ୍ର ଦିଅ ।












Click it and Unblock the Notifications