ଚର୍ଚ୍ଚାରେ ପଡ଼ିଲା ପୂର୍ଣ୍ଣଚ୍ଛେଦ, ଛାଡପତ୍ର ନେଇ ସ୍ପଷ୍ଟ କଲେ ହାର୍ଦ୍ଦିକ
ନୂଆଦିଲ୍ଲୀ: ଷ୍ଟାର କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଓ ତାଙ୍କ ପତ୍ନୀ ନତାଶା ଷ୍ଟାନକୋଭିକଙ୍କ ମଧ୍ୟରେ ବିବାହ ବିଚ୍ଛେଦ ଖବର କିଛି ଦିନ ହେଲା ସୋସିଆଲ ମିଡିଆରେ ଜୋରସୋରରେ ଚର୍ଚ୍ଚା ହେଉଥିଲା । ଉଭୟଙ୍କ ମଧ୍ୟରେ ପାରିବାରିକ ସମ୍ପର୍କ ଠିକ ନଥିବା ବେଳେ ଷ୍ଟାର କପଲ ଖୁବଶୀଘ୍ର ଛାଡପତ୍ର ଦେବାକୁ ଯାଉଛନ୍ତି ବୋଲି ଆଲୋଚନା ଜୋରଧରିଥିଲା । ଏମିତିକି କିଛି ଦିନ ତଳେ ନତାଶା ନିଜର ଇନଷ୍ଟାଗ୍ରାମ ଆଇଡିରୁ ନିଜ ନାଁରୁ ପାଣ୍ଡ୍ୟା ସରନେମ ହଟାଇବା ପରେ ଏହି ଚର୍ଚ୍ଚାକୁ ଆହୁରୀ ଆହୁରି ବଢ଼ିଥିଲା । ଦୀର୍ଘ ଦିନ ହେଲା ନତାଶା ସୋସିଆଲ ମିଡିଆରେ ପାଣ୍ଡ୍ୟା ଓ ତାଙ୍କର କୌଣସି ଫୋଟ ପୋଷ୍ଟ କରୁନଥିବା ବେଳେ ଉଭୟଙ୍କ କପଲ ଫୋଟ ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲେଟ କରିଥିବା ଦେଖିବାକୁ ମିଳଥିଲା ।
ଯାହାକୁ ନେଇ ଉଭୟଙ୍କ ପାରିପାରିକ ଜୀବନରେ ଫାଟ ଥିବା ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ହେଉଥିଲା । ବର୍ତ୍ତମାନ ଏହି ଚର୍ଚ୍ଚାରେ ପଡ଼ିଛି ପୂର୍ଣ୍ଣଛେଦ । ଛାଡପତ୍ର ନେଇ ଇନଷ୍ଟାଗ୍ରାମ ପୋଷ୍ଟରେ ସ୍ପଷ୍ଟ କଲେ ହାର୍ଦ୍ଦିକ । ଏକା ସମୟରେ ହାର୍ଦ୍ଦିକ ଏବଂ ନତାଶା ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ଛାଡ଼ପତ୍ର ନେଦଇ ସ୍ପଷ୍ଟ କରିଛନ୍ତି । ପାଣ୍ଡ୍ୟା ଏବଂ ନତାଶାଙ୍କ ଛାଡପତ୍ର ଖବର ଦୀର୍ଘ ଦିନ ଧରି ଚାଲିଥିଲା । କିନ୍ତୁ ବର୍ତ୍ତମାନ ଏହା ଉଭୟ ନିଶ୍ଚିତ କରିଛନ୍ତି ।

ଇନଷ୍ଟାଗ୍ରାମରେ ପୋଷ୍ଟ ଶେୟାର କରି ହାର୍ଦ୍ଦିକ ଲେଖିଛନ୍ତି , ପ୍ରାୟ ୪ ବର୍ଷ ପରେ ହାର୍ଦ୍ଦିକ ଏବଂ ମୁଁ ପାରସ୍ପରିକ ସହମତିରେ ଅଲଗା ହେବାକୁ ନିଷ୍ପତ୍ତି ନେଇଛୁ । ଆମେ ଦୁହେଁ ଏକାଠି ରହି ନିଜର ଶ୍ରେଷ୍ଠତ୍ୱ ଦେଇଥିଲୁ । କିନ୍ତୁ ବର୍ତ୍ତମାନ ଆମ ଦୁହଁ ଜଣଙ୍କର ଏହି ନିଷ୍ପତ୍ତି । ଏହା ଆମ ପାଇଁ ବହୁତ କଷ୍ଟସାଧ୍ୟ ନିଷ୍ପତ୍ତି ଥିଲା । ଅଗସ୍ତ୍ୟ ଆମର ଉଭୟ ଜୀବନର ଏକ ଅଂଶ ହୋଇ ରହିବ । ଆମେ ଦୁହେଁ ତାଙ୍କୁ ସମସ୍ତ ସମ୍ଭାବ୍ୟ ସୁଖ ଦେବାକୁ ଚେଷ୍ଟା କରିବୁ ।












Click it and Unblock the Notifications