WCL 2024: ରିଲ୍ସ କରି ବିବାଦରେ ତିନି କ୍ରିକେଟର, କ୍ଷମାମାଗିଲେ ଭଜି

ନିକଟରେ ଭାରତ ଲିଜେଣ୍ଡ୍‌ସ ବିଶ୍ବ ଚମ୍ପିଆନ୍‌ ହୋଇଛି । ଆଉ ଭାରତୀୟ ଭେଟେରାନ୍ କ୍ରିକେଟ୍‌ ଦଳ ଫାଇନାଲରେ ପାକିସ୍ତାନକୁ ପରାସ୍ତ କରିଥିଲା । ଉକ୍ତ ମ୍ୟାଚ୍‌ ପରେ ଭାରତୀୟ ଖେଳାଳି ଉତ୍ସବ ମୁଖର ହୋଇଥିଲେ । ଦୁଇ ଭାରତୀୟ ଖେଳାଳି ହରଭଜନ ସିଂହ ଓ ସୁରେଶ ରୈନା ଭିକି କୌଶଲଙ୍କ 'ତୌବା ତୌବା' ଗୀତରେ ଛୋଟେଇ ଛୋଟେଇ ଚାଲି ନୃତ୍ୟ କରିଥିଲେ । ଏହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍‌ ହୋଇଥିଲା।

ପରେ ପାରା ବ୍ୟାଡ୍‌ମିଣ୍ଟନ୍ ଖେଳାଳି ମାନସୀ ଜୋଶୀ ଏହାକୁ ଦୃଢ଼ ବିରୋଧ କରିଥଲେ। ଉଭୟ ଖେଳାଳି ଏପରି କରି ଭିନ୍ନକ୍ଷମଙ୍କୁ ପରିହାସ କରୁଛନ୍ତି ବୋଲି ମାନସୀ ଅଭିଯୋଗ କରିଥିଲେ।

Harbhajan Singh

ଏକାଧିକ ଆନ୍ତର୍ଜାତିକ ପାରା ବ୍ୟାଡ୍‌ମିଣ୍ଟନ ପଦକ ଜିତିଥିବା ମାନସୀ ଲେଖିଥିଲେ, ତୁମମାନଙ୍କ ପରି ତାରକାଙ୍କଠାରୁ ଦାୟିତ୍ବ ସମ୍ପନ୍ନ ଆଚରଣର ଆଶା ଥିଲା । ଭିନ୍ନକ୍ଷମ ବ୍ୟକ୍ତିମାନେ ଯେପରି ଚାଲିଥାଆନ୍ତି; ଏହାର ନକଲ କରି ସେମାନଙ୍କୁ ଅପମାନିତ କରନ୍ତୁ ନାହିଁ । ତୁମ ଆଚରଣ ଆମର କେତେ କ୍ଷତି କରିପାରିବ; ତାହା ଜାଣିନାହଁ। ତୁମ ଭିଡିଓକୁ ଲୋକେ ପସନ୍ଦ କରିବା ଦେଖି ଆହୁରି ଖରାପ ଲାଗୁଛି।

ବିଶେଷକରି ଭିନ୍ନକ୍ଷମ ପିଲାମାନେ ଏହି ଭିଡିଓ ଦେଖି ଭାଙ୍ଗିପଡ଼ିବେ। ଏପରି ରିଲ୍‌ କରିବା ଅକ୍ଷମଣୀୟ। ମାନସୀଙ୍କ ଏପରି ତୀବ୍ର ପ୍ରତିକ୍ରିୟା ପରେ କ୍ଷମା ମାଗିଛନ୍ତି ହରଭଜନ। କାହାକୁ ଅପମାନିତ କରିବା ତାଙ୍କ ଉଦ୍ଦେଶ୍ୟ ନ ଥିଲା ବୋଲି ଭଜି 'ଏକ୍ସ'ରେ ଲେଖିଛନ୍ତି। ଏଥିରେ ହରଭଜନ ଲେଖିଛନ୍ତି, ଇଂଲଣ୍ଡରେ ଆମ ଦଳ ଲିଜେଣ୍ଡ୍‌ସ ବିଶ୍ବ ଚମ୍ପିଆନ୍‌ ହେବା ପରେ ଆମର 'ତୌବା ତୌବା' ଭିଡିଓକୁ ସାମାଜିକ ଗଣମାଧ୍ୟମରେ ସମାଲୋଚନା କରୁଥିବା ବ୍ୟକ୍ତିଙ୍କୁ ଆମ ମନୋଭାବ ସ୍ପଷ୍ଟ କରିଦେବାକୁ ଚାହେଁ। କାହାରି ଭାବାବେଗ ଉପରେ ଆଘାତ ଦେବା ଆମର ଉଦ୍ଦେଶ୍ୟ ନଥିଲା। ଆମେ ସମସ୍ତ ବ୍ୟକ୍ତି ଓ ସମ୍ପ୍ରଦାୟକୁ ସମ୍ମାନ କରିଥାଉ ।

ଆନ୍ତର୍ଜାତିକ କ୍ରିକେଟ୍‌ ଛାଡ଼ିବା ପରେ ଏହି ବୟସରେ ୧୫ ଦିନ ଧରି କ୍ରମାଗତ କ୍ରିକେଟ୍‌ ଖେଳିବାର ପ୍ରଭାବ ଆମ ଶରୀର ଉପରେ କିପରି ପଡ଼ିଥିଲା; ଉକ୍ତ ଭିଡିଓରେ ମଜାରେ ଆମେ ତାହା ଦେଖାଇବାକୁ ଚାହିଁଥିଲୁ। ନିୟମିତ ଖେଳି ଆମ ଦେହ ହାତ ଦରଜ ହୋଇ ଯାଇଥିଲା। ଏହାର ପ୍ରତିଫଳନ ଭିଡିଓରେ ଥିଲା। କାହାକୁ ଅପମାନ ଦେବାକୁ ଆମେ ଆଦୌ ଚାହିଁନଥିଲୁ। ଦୟାକରି ଏହି ପ୍ରସଙ୍ଗକୁ ଏଠାରେ ବନ୍ଦକରି ଆଗକୁ ବଢ଼ନ୍ତୁ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+