Happy New Year 2025: ଜିରୋ ନାଇଟ ସେଲିବ୍ରେସନ ନେଇ ପରିବହନ ବିଭାଗର କଟକଣା
ଆସୁଛି ନୂଆବର୍ଷ । ପୂରୁଣା ବର୍ଷକୁ ବିଦାୟ ଦେବାକୁ ପାର୍ଟି ମୁଡରେ ରାଜଧାନୀବାସୀ । ଖାସ କରି ନୂଆବର୍ଷ ଆରମ୍ଭ ପୂର୍ବରୁ ଜିରୋ ନାଇଟ ସେଲିବ୍ରେସନ ପାଇଁ ସବୁଆଡେ ପ୍ରସ୍ତୁତି ଚାଲିଛି । ଏହାରି ଭିତରେ ଭୁବନେଶ୍ୱରରେ ସେଲିବ୍ରେସନ ପାଇଁ କିଭଳି କଟକଣା ଓ ଅନୁମତି ରହିଛି ସେନେଇ ପୋଲିସ ଆଗୁଆ ଜଣାଇଛି ।
ହୋଟେଲ, ପାର୍ଟି ଇଭେଣ୍ଟ, କ୍ଲବ ଓ ସୋସାଇଟରେ ପାର୍ଟି ପାଇଁ ଅନୁମତି ଥିବା ବେଳେ ମଦ ପିଇ ବିଶୃଙ୍ଖଳା କଲେ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ ହେବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସଫାସଫା କୁହାଯାଇଛି । ସେପଟେ ମଦ ବିକ୍ରି ଉପରେ ଆଇନ ମନ୍ତ୍ରୀ କଡ଼ା ନିର୍ଦ୍ଦେଶନାମା ଜାରି କରିଛନ୍ତି ।
ନୂଆବର୍ଷ ସମୟରେ ସବୁଠାରୁ ଆହ୍ବାନ ହେଉଛି ଡ୍ରଙ୍କ ଆଣ୍ଡ ଡ୍ରାଇଭ୍ । ପ୍ରତ୍ୟେକ ବର୍ଷ ମଦ୍ୟପାନ କରି ରାସ୍ତାକୁ ଓହ୍ଲାଇବା ଦ୍ବାରା ଦୁର୍ଘଟଣା ଘଟିଥାଏ । ଏପରିକି ଧନଜୀବନ ହାନୀ ସହ ଅନେକ ପ୍ରକାର ସମସ୍ୟା ଦେଖାଦେଇଥାଏ । ସେ ଦୃଷ୍ଟିରୁ ଡ୍ରଙ୍କ-ଡ୍ରାଇଭ୍ ନେଇ କମିଶନରେଟ ପୋଲିସ ପକ୍ଷରୁ କଡ଼ା ଚେତାବନୀ ଦିଆଯାଇଛି ।

ମଦ୍ୟପାନ ନ କରି ଗାଡ଼ି ଚଲାଇବାକୁ ଭୁବନେଶ୍ୱର ଡିସିପି ପିନାକ ମିଶ୍ର ନିବେଦନ କରିଛନ୍ତି । ଭୁବନେଶ୍ୱର ଡିସିପି କହିଛନ୍ତି, "ଯଦି କେଉଁଠି ସେଲିବ୍ରେସନ ପାଇଁ ଯାଉଛନ୍ତି , ତାହାଲେ ନିଜର ବ୍ୟକ୍ତିଗତ ଡ଼୍ରାଇଭର ନେଇକି ଯିବାର ବୁଦ୍ଧିମତାର କାମ । ଯଦି ଆପଣ ମଦ୍ୟପାନ କରିଛନ୍ତି ତାହାଲେ ଆମେ ନିବେଦନ କରିବୁ ଗାଡି ଚାଲାନ୍ତୁ ନାହିଁ । ଆମେ ଆମର ଏନଫୋର୍ସମେଣ୍ଟ ଓ ରେଗୁଲେସନ ଜାରି ରଖିବୁ । ଆମ ଦ୍ବାରା ଯାହା ଆରେଞ୍ଜମେଣ୍ଟ, ଏଭିକ୍ସେନ ସୁରକ୍ଷା ଓ ନିରାପତ୍ତା ଦୃଷ୍ଟିରୁ ତାହା ଜାରି ରଖିବୁ ।












Click it and Unblock the Notifications