Happy Birthday Yuvraj Singh: ଯୁବରାଜଙ୍କ ବ୍ୟାଟରୁ ଆସିଥିଲା ୬ବଲରେ ୬ଛକା, ଦେଖନ୍ତୁ ଭିଡ଼ିଓ...
Yuvraj Singh 6 Sixes: ବିଶ୍ୱ କ୍ରିକେଟର ବଡ ମ୍ୟାଚ୍ ବିଜେତା ଭାବରେ ଜଣାଶୁଣା ଯୁବରାଜ ସିଂହଙ୍କ ଆଜି ଜନ୍ମଦିନ । ଆଉ ତାଙ୍କ ରେକର୍ଡ଼ ପାଇଁ ସେ ଆଜି ବି ପ୍ରତି ଭାରତୀୟଙ୍କ ହୃଦୟରେ ଅଛନ୍ତି । ଇଂଲଣ୍ଡ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ବଲରେ ମାରିଥିଲେ ଛ ବଲରେ ଛ ଛକା ।
ବିଶ୍ୱ କ୍ରିକେଟର ସବୁଠାରୁ ବଡ ମ୍ୟାଚ୍ ବିଜେତା ଖେଳାଳିଙ୍କ ମଧ୍ୟରେ ଯୁବରାଜ ସିଂ ଗଣିତ ହୋଇଛନ୍ତି । ପ୍ରଥମ ଟି -20 ବିଶ୍ୱକପରେ ଏହାର ଏକ ଉଦାହରଣ ଦେଖିବାକୁ ମିଳିଥିଲା । ୧୯ ସେପ୍ଟେମ୍ବର ଦିନ ଯେତେବେଳେ ଭାରତୀୟ ଦଳ ଡର୍ବାନ୍ ଗ୍ରାଉଣ୍ଡରେ ଖେଳିବାକୁ ଆସିଥିଲେ, ସେତେବେଳେ କେହି କଳ୍ପନା କରି ନ ଥିଲେ ଯେ ଆଜି କ୍ରିକେଟ୍ ଇତିହାସରେ ଏକ ବଡ଼ ରେକର୍ଡ ସୃଷ୍ଟି ହେବ ।
ଲିଗ୍ ପର୍ଯ୍ୟାୟରେ ଏକ ମ୍ୟାଚରେ ଇଂଲଣ୍ଡ ସହିତ ଭାରତୀୟ ଟିମର ଥିଲା ମୁକିବାଲ । ଏହି ମ୍ୟାଚରେ ଟିମ୍ ଇଣ୍ଡିଆ ପ୍ରଥମେ ବ୍ୟାଟିଂ କରି ୨୧୮ ରନ୍ କରିଥିଲା । ଯେଉଁଥିରେ ଯୁବରାଜ ସିଂହଙ୍କ ୫୮ ରନର ପାରି ଖେଳିଥିଲେ । କିନ୍ତୁ ମ୍ୟାଚ୍ରେ ୧୯ ତମ ଓଭରରେ ରୋମାଞ୍ଚ ଦେଖିବାକୁ ମିଳିଥିଲା ।
୧୮ ତମ ଓଭର ଶେଷ ପରେ ଆଣ୍ଡ୍ରିୟୁ ଫ୍ଲିଣ୍ଟଫ୍ ଓ ଯୁବରାଜ ସିଂହଙ୍କ ମଧ୍ୟରେ କିଛି ବାକ୍ ଯୁଦ୍ଧ ହୋଇଥିଲା । ଯାହାର ପ୍ରଭାବ ୧୯ ତମ ଓଭରରେ ଦେଖିବାକୁ ମିଳିଥିଲା ।

ଇଂଲଣ୍ଡର ସେତେବେଳର ଯୁବ ବୋଲର ଷ୍ଟ୍ରୁଆର୍ଟ ବର୍ଡଙ୍କ ଓଭରରେ ୬ଟି ବଲ୍ରେ ମାରିଲେ ୬ଟି ଛକ୍କା । ଯାହାକି ସେତେବେଳେ ଥିଲା ବିଶ୍ୱ ରେକର୍ଡ । ଏପିରିକି ଟି-୨୦ କ୍ରିକେଟରେ ୬ଟି ବଲରେ ୬ଟି ଛକ୍କା ମାରିବାରେ ଏହା ଥିଲା ପ୍ରଥମ ଘଟଣା । ଯୁବରାଜ ସେହି ମ୍ୟାଚରେ ୧୨ ବଲରୁ ୫୦ ରନ ସଂଗ୍ରହ କରିଥିଲେ ।
Look out in the crowd!
On this day in 2007, @YUVSTRONG12 made #T20WorldCup history, belting six sixes in an over 💥 pic.twitter.com/Bgo9FxFBq6
— ICC (@ICC) September 19, 2021
ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଯୁବରାଜ ସିଂହ ୪୨ ବର୍ଷରେ ପାଦ ଦେଇଛନ୍ତି । ଆଜିର ଦିନରେ ଅର୍ଥାତ୍ ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ ସିଂହ । ସେ ଭାରତୀୟ କ୍ରିକେଟ (ଦିନକିଆ)ଦଳରେ ୨୦୦୦ ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ ୨୦୦୩ରେ ଖେଳିଥିଲେ ।












Click it and Unblock the Notifications