Happy Birthday Yuvraj Singh: ଏମିତି ଥିଲା କ୍ରିକେଟର ଯାତ୍ରା, ଦୁଇଥର ବିଶ୍ଵ ଚମ୍ପିୟାନ
ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ଯୁବରାଜ ସିଂହ ୪୨ ବର୍ଷରେ ପାଦ ଦେଇଛନ୍ତି । ଆଜିର ଦିନରେ ଅର୍ଥାତ୍ ୧୨ ଡିସେମ୍ବର ୧୯୮୧ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ ଯୁବରାଜ ସିଂହ । ସେ ଭାରତୀୟ କ୍ରିକେଟର ଏବଂ ପୂର୍ବତନ ଭାରତୀୟ ଦ୍ରୁତ ବୋଲର ଓ ପଞ୍ଜାବୀ ଅଭିନେତା ଯୋଗରାଜ ସିଂହଙ୍କ ପୁଅ ଅଟନ୍ତି । ସେ ଭାରତୀୟ କ୍ରିକେଟ (ଦିନକିଆ)ଦଳରେ ୨୦୦୦ ମସିହାରେ ସାମିଲ ହେଲେ ଓ ପ୍ରଥମ ଟେଷ୍ଟଦଳରେ ୨୦୦୩ରେ ଖେଳିଥିଲେ ।
ଦୁଇଥର ଭାରତ ବିଶ୍ୱ ଚାମ୍ପିଅନ୍ ହୋଇଛି
ଆଜି ତାଙ୍କୁ ୪୨ ବର୍ଷ ବୟସ ହୋଇଛି, ଏହି ଅବସରରେ ସେ ସୋସିଆଲ ମିଡିଆରେ ଅଭିନନ୍ଦନ ଗ୍ରହଣ କରୁଛନ୍ତି । ଯୁବରାଜ ତାଙ୍କ କ୍ରିକେଟ୍ କ୍ୟାରିଅରରେ ଦୁଇଥର ଭାରତର ବିଶ୍ୱ ବିଜେତା କ୍ରିକେଟ୍ ଦଳର ଖେଳୁଥିବା ଏକାଦଶରେ ଅଂଶଗ୍ରହଣ କରିଥିଲେ । ୨୦୧୧ ବିଶ୍ୱକପରେ ସେ ବ୍ୟାଟ୍ ସହିତ ବଲ୍ ସହିତ ଚମତ୍କାର କରିଥିଲେ। ଏହି ଖେଳାଳି ଭାରତକୁ ବିଶ୍ୱ ଚାମ୍ପିୟନ କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ ।
ଏହା ଭାରତ ପାଇଁ ଏକ ଆଶ୍ଚର୍ଯ୍ୟଜନକ ରେକର୍ଡ ହୋଇଛି
ଯୁବରାଜ ୧୨ ଡିସେମ୍ବର ୧୯୮୧ ରେ ଚଣ୍ଡିଗଡ଼ରେ ଜନ୍ମଗ୍ରହଣ କରିଥିଲେ । ଯୁବରାଜ ସିଂ କ୍ରିକେଟ୍ ପଡ଼ିଆରେ ଅନେକ ବଡ଼ ରେକର୍ଡ ହାସଲ କରିଛନ୍ତି । ଭାରତ ପାଇଁ ୩୦୪ ଟି ଦିନିକିଆ ମ୍ୟାଚ୍ ଖେଳିଥିବା ଯୁବରାଜ ଏହି ଫର୍ମାଟରେ ମୋଟ ୮୭୦୧ ରନ୍ ସ୍କୋର କରିବାରେ ସଫଳ ହୋଇଥିଲେ ଏହି ଅବଧିରେ ସେ ୧୪ ଶତକ ଏବଂ ୫୨ ଅର୍ଦ୍ଧଶତକ ହାସଲ କରିଥିଲେ । ଦିନିକିଆ ବ୍ୟତୀତ ସେ ୫୮ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚରେ ମଧ୍ୟ ଭାଗ ନେଇଥିଲେ । ଯୁବରାଜ ସିଂ ଟି-୨୦ ରେ ୧୧୭୭ ରନ୍ ସ୍କୋର କରିଥିଲେ । ୪୦ ଟି ଟେଷ୍ଟ ମ୍ୟାଚ୍ ରେ ଯୁବରାଜଙ୍କ ନାମରେ ୧୯୦୦ ରନ୍ ଅଛି । ୨୦୦୭ ମସିହା ୨୦-୨୦ ବିଶ୍ୱକପରେ ଇଂଲଣ୍ଡ ଦ୍ରୁତ ବୋଲର ଷ୍ଟୁଆର୍ଟ ବ୍ରଡଙ୍କ ଏକ ଓଭରର ୬ଟିଯାକ ବଲରେ ୬ଟି ଛକା ମାରିବାର ରେକର୍ଡ ବି ରହିଛି ।

୧୦ ମଇ ୨୦୧୯ ମସିହାରେ ସେ ଆନ୍ତର୍ଜାତିକ କ୍ରିକେଟରୁ ନିଜର ଅବସର ଘୋଷଣା କରିଥିଲେ । ୨୦୧୨ ମସିହାରେ ସେ ଶେଷ ଥର ପାଇଁ ଟେଷ୍ଟ କ୍ରିକେଟ, ୨୦୧୭ ମସିହାରେ ଶେଷଥର ପାଇଁ ଭାରତ ପକ୍ଷରୁ ପ୍ରତିଧ୍ୱନିତ୍ବ କରିଥିଲେ ।
ଯୁବରାଜ ୧୯ ବର୍ଷରୁ କମ୍ କୁଚ୍-ବିହାର ଟ୍ରଫିର ଫାଇନାଲ(ବିହାର ବିପକ୍ଷରେ)ରେ ୩୫୮ ରନ୍ କରି ଦୃଷ୍ଟି ଆକର୍ଷଣ କରିଥିଲେ, ସେ ମଧ୍ୟ ଏଥିରେ ପଞ୍ଜାବ ଦଳର ଅଧିନାୟକ ଥିଲେ । ତାଙ୍କୁ ୨୦୦୦ ମସିହାରେ ଶ୍ରୀଲଙ୍କାରେ ହେବାକୁ ଥିବା ୧୯ ବର୍ଷରୁ କମ୍ ବିଶ୍ୱକପରେ ସାମିଲ କରାଗଲା । ତାଙ୍କୁ ମଧ୍ୟ ୨୦୦୦ ମସିହାରେ ବେଙ୍ଗାଳୁରୁସ୍ଥିତ ଜାତୀୟ କ୍ରିକେଟ ପ୍ରତିଷ୍ଠାନରେ ଭର୍ତ୍ତି ପାଇଁ ବଛା ଯାଇଥିଲେ । ୨୦୧୧ ମସିହାରେ ସେ ଫୁସଫୁସ କର୍କଟ ରୋଗରେ ପୀଡ଼ିତ ହୋଇଥିଲେ, ସଫଳତାର ସହ କର୍କଟ ରୋଗରୁ ବାହାରି ସେ ପୁଣିଥରେ ଆନ୍ତର୍ଜାତିକ କ୍ରିକେଟରେ ୨୦୧୨ ମସିହାରେ ପ୍ରତ୍ୟାବର୍ତ୍ତନ କରିଥିଲେ ।
ଯୁବରାଜ ଓ ଓଡ଼ିଶା
୧୯୯୭ ମସିହା ଫେବୃୟାରୀ ମାସ ୮ ତାରିଖରେ ଯୁବରାଜ ତାଙ୍କର ପ୍ରଥମ ଶ୍ରେଣୀ ପଦାର୍ପଣ ଓଡ଼ିଶା ବିପକ୍ଷରେ ମୋହାଲିଠାରେ ଖେଳି ଆରମ୍ଭ କରିଥିଲେ । କଟକର ବାରବାଟୀ ଷ୍ଟାଡିୟମରେ ସେ ମୋଟ ୫ଟି ମ୍ୟାଚ ଖେଳିଥିଲେ । ଏଥିମଧ୍ୟରୁ ୨୦୧୭ ମସିହାରେ ଇଂଲଣ୍ଡ ବିପକ୍ଷରେ ଖେଳିଥିବା ୧୫୦ ରନ ତାଙ୍କର ଅନେକ ଶ୍ରେଷ୍ଠ ପ୍ରଦର୍ଶନ ମଧ୍ୟରୁ ଗୋଟିଏ । ଏହି ପାଞ୍ଚଟି ମ୍ୟାଚ ମଧ୍ୟରୁ ଭାରତ ୪ଟି ମ୍ୟାଚରେ ଜିତିଥିଲା ।
ଯୁବରାଜଙ୍କ କୃତିତ୍ୱ
ସେ ୧୪ ବର୍ଷ କମ ରୋଲର ସ୍କାଟିଙ୍ଗ ଚମ୍ପିୟନସିପ ଜିତିଥିଲେ ।
ସେ ଉପରାଷ୍ଟ୍ରପତିଙ୍କଠାରୁ porsche 911 ପୁରସ୍କାର ପାଇଥିଲେ ।
ଆଇସିସି Twenty20ବିଶ୍ୱକପ ।
ସେ ବିଶ୍ୱରେ ପ୍ରଥମ ଖେଳାଳି ଭାବେ ୨୦୧୧ ବିଶ୍ୱକପରେ ୩୦୦ ରନରୁ ଉର୍ଦ୍ଧ କରିବା ସହ ୧୫ଟି ୱିକେଟ ନେଇଥିଲେ ।
ରାଷ୍ଟ୍ରପତିଙ୍କଠାରୁ ସେ ୨୦୧୨ରେ ଅର୍ଜୁନ ପୁରସ୍କାର ପାଇଥିଲେ ।
୨୦୧୪ରେ ସେ ପଦ୍ମଶ୍ରୀ ପୁରସ୍କାର ପାଇଥିଲେ ।












Click it and Unblock the Notifications