ଓଡ଼ିଶା ଗସ୍ତରେ ଭାରତୀୟ କ୍ରିକେଟର ହନୁମା ବିହାରୀ
ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ କ୍ରିକେଟର ହନୁମା ବିହାରି । ଭୁବନେଶ୍ୱରରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଭୁବନେଶ୍ୱର ଆସିଛନ୍ତି ହନୁମା ।
ଭୁବନେଶ୍ୱର: ଓଡ଼ିଶା ଗସ୍ତରେ ଆସିଛନ୍ତି ଭାରତୀୟ କ୍ରିକେଟର ହନୁମା ବିହାରି । ଭୁବନେଶ୍ୱରରେ ଏକ କ୍ରିକେଟ ଟୁର୍ଣ୍ଣାମେଣ୍ଟରେ ମୁଖ୍ୟ ଅତିଥି ଭାବେ ଯୋଗଦେବାକୁ ଭୁବନେଶ୍ୱର ଆସିଛନ୍ତି ହନୁମା । ଆଜି ଅପରାହ୍ନରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚି ଟୁର୍ଣ୍ଣାମେଣ୍ଟ ଯୋଗ ଦେଇଥିଲେ ।
ଉଲ୍ଲେଖଥାଉ କି, ଭାରତୀୟ କ୍ରିକେଟ ଦଳର ଅଷ୍ଟ୍ରେଲିଆ ଗସ୍ତର ଟେଷ୍ଟ ସିରିଜରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ଟେଷ୍ଟ ଦଳର ଏହି ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ । ସିଡନୀରେ ଖେଳାଯାଇଥିବା 3ୟ ଟେଷ୍ଟ ମ୍ୟାଚରେ ଏକ ନିଶ୍ଚିତ ପରାଜରୁ ଭାରତକୁ ରକ୍ଷା କରିଥିଲେ ହନୁମା । ରବି ଅଶ୍ୱୀନଙ୍କ ସହ ମିଶି ସେ 3ୟ ଟେଷ୍ଟ ମ୍ୟାଚକୁ ଡ୍ର ରଖିଥିଲେ । ହନୁମା ବିହାରୀ ୧୬୧ ବଲରେ ୨୩ ରନ କରିଥିଲେ। ପରେ ଆହତ କାରଣରୁ ଗାବ୍ବାରେ ଖେଳାଯାଇଥିବା 4ର୍ଥ ଟେଷ୍ଟରୁ ବାଦ ପଡିଥିଲେ । ତେବେ 4ର୍ଥ ଟେଷ୍ଟ ଜିତିବା ସହ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଜିତି ଇତିହାସ ରଚିଥିଲା ଟିମ ଇଣ୍ଡିଆ ।

ତେବେ ଟେଷ୍ଟ ସିରିଜକୁ ନେଇ ହନୁମା କହିଛନ୍ତି, ଟିମ ଇଣ୍ଡିଆ ପାଇଁ ଅଷ୍ଟ୍ରେଲିଆ ସିରିଜ୍ ସବୁଠାରୁ କଷ୍ଟସାଧ୍ୟ ଥିଲା। ପ୍ରଥମ ଟେଷ୍ଟର ୨ୟ ଇନିଂସରେ ୩୬ ରନରେ ଅଲଆଉଟ୍ ହେବା। ଏହା ପରେ ବିରାଟ୍ କୋହଲିଙ୍କ ସ୍ୱଦେଶ ଫେରିବା ଏବଂ ଏକାଧିକ ଖେଳାଳିଙ୍କ ଆହତ ସତ୍ତ୍ୱେ ଆମେ ଯେଉଁ ଭଳି କମବ୍ୟାକ୍ କଲୁ, ତାହା ପ୍ରଶଂସାଯୋଗ୍ୟ। ଆଉ ଏଭଳି ଏକ ସିରିଜରେ ଟିମର ସଦସ୍ୟ ହେବା ମୋ ପାଇଁ ଭାଗ୍ୟର କଥା।
ବିହାରୀ କହିଛନ୍ତି, ଆଗକୁ ଇଂଲଣ୍ଡ ସିରିଜ୍ ଆସୁଛି। ଏହି ସିରିଜ୍ ପାଇଁ ମୁଁ ଶତପ୍ରତିଶତ ଫିଟ୍ ହୋଇନାହିଁ। ଆଶା କରୁଛି ଶୀଘ୍ର ଫିଟ୍ ହୋଇ ଇଂଲଣ୍ଡ ବିପକ୍ଷ ଶେଷ ଦୁଇଟି ଟେଷ୍ଟ ମ୍ୟାଚ୍ ପାଇଁ ଉପଲବ୍ଧ ହେବି।












Click it and Unblock the Notifications