Gukesh Dommaraju: ବିଶ୍ବ ବିଜେତା ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ
ବିଶ୍ବ ବିଜେତା ହେଲେ ଭାରତୀୟ ଗ୍ରାଣ୍ଡମାଷ୍ଟର ଡୋମାରାଜୁ ଗୁକେଶ । ଓ୍ବାର୍ଲ୍ଡ ଚେସ ଚାମ୍ପିୟନସିପରେ ଡିଙ୍ଗ୍ ଲିରେନଙ୍କୁ ହରାଇ ବିଶ୍ୱର ସର୍ବକନିଷ୍ଠ ଚେସ୍ ଚାମ୍ପିୟନ ହେବାର ଗୌରବ ହାସଲ କରିଛନ୍ତି ।
ସିଙ୍ଗାପୁରରେ ଆୟୋଜିତ ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପରେ ଗୁରୁବାର ଦିନ ୧୮ ବର୍ଷୀୟ ଗୁକେଶ ୧୪ତମ ତଥା ଶେଷ ସମୟରେ ୭.୫ ପଏଣ୍ଟ ହାସଲ କରିଥିବା ବେଳେ ତାଙ୍କ ଚୀନି ପ୍ରତିନ୍ଦ୍ୱନ୍ଦ୍ବୀ ଲିରେନ ୬.୫ ପଏଣ୍ଟରେ ସୀମିତ ରହିଯାଇଥିଲେ ।
ଇତିହାସ ରଚିଲେ ଗୁକେଶ:
ଗୁକେଶ ୧୪ତମ ଗେମରେ ୫୮ତମ ଗୋଟି ଚାଳନା ପରେ ବିଜୟ ହାସଲ କରିଛନ୍ତି । ୪ ଘଣ୍ଟାର ସଂର୍ଘଷ ପରେ ବିଜୟ ହାସଲ କରିଥିଲେ ଗୁକେଶ । ୫୫ ତମ ଗୋଟି ଚାଳନାରେ ଡିଙ୍ଗ୍ ଲିରେନ ତ୍ରୁଟିପୂର୍ଣ୍ଣ ଗୋଟି ଚଳାଇଥିବା ହୃଦୟଙ୍ଗମ କରିଥିଲେ ଗୁକେଶ । ସେ ତାଙ୍କ ରୁକକୁ ଏଫ-୨ ସ୍ଥାନକୁ ଚଳାଇବା ପରେ ଗୁକେଶ ଉତ୍ସାହିତ ଦେଖାଯାଇଥିଲେ ଓ ୫୮ ତମ ଗୋଟି ଚାଳନାରେ ଲିରେନଙ୍କୁ ହରାଇଥିଲେ । ଯାହା ପରେ ବାଜିମାତ କରି ନେଇଥିଲେ ଗୁକେଶ । ମାତ୍ର ୧ ପଏଣ୍ଟ ବ୍ୟବଧାନରେ ବିଶ୍ୱ ବିଜେତା ସାଜିଛନ୍ତି ଗୁକେଶ । ଗୁକେଶ ଏହି ଗୌରବ ହାସଲ କରିବାରେ ବିଶ୍ୱନାଥନ ଆନନ୍ଦଙ୍କ ପରେ ଦ୍ୱିତୀୟ ଭାରତୀୟ ଖେଳାଳି ।

ବିଜୟ ପରେ ଭାବବିହ୍ୱଳ ହୋଇପଡିଥିଲେ ଗୁକେଶ । ଏହି ଅବସରରେ ସେ କହିଛନ୍ତି, "ମୁଁ ଭାବବିହ୍ୱଳ ହୋଇପଡିଲି କାରଣ ମୋତେ ସେହି ସ୍ଥିତିରେ ଜିତିବାର ଆଶା ନଥିଲା । କିନ୍ତୁ ଯେତେବେଳେ ମୁଁ ତ୍ରୁଟି ଦେଖିଲି, ସେତେବେଳେ ମୋତେ ଆଭାସ ହେଲା କି ମୁଁ ନିଜର ସ୍ୱପ୍ନ ପୂରଣ କରିନେଲି । ପ୍ରତ୍ୟେକ ଚେସ୍ ଖେଳାଳି ଏହି ଅନୁଭବ କରିବା ପାଇଁ ଚାହାଁନ୍ତି । ସର୍ବପ୍ରଥମେ ମୁଁ ଭଗବାନଙ୍କୁ ଧନ୍ୟବାଦ ଦେଉଛି ।ମୁଁ ନିଜ ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ଧନ୍ୟବାଦ ଜଣାଉଛି । ଏହି ମୂହୁର୍ତ୍ତ ପାଇଁ ମୁଁ ୧୦ ବର୍ଷ ହେଲା ସ୍ୱପ୍ନ ଦେଖିଆସୁଛି ।
ଗୁକେଶଙ୍କ ସଫଳତା:
- ୨୦୨୪: ଓ୍ବାର୍ଲ୍ଡ ଚେସ୍ ଚାମ୍ପିୟନସିପ (ସର୍ବକନିଷ୍ଠ)
- ୨୦୨୪: ପ୍ୟାରିସ କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ବିଜେତା
- ୨୦୨୪: ଚେସ ଅଲିମ୍ପିଆଡରେ ଭାରତକୁ ବିଜୟ ପ୍ରଦାନ
- ୨୦୨୩: କ୍ୟାଣ୍ଡିଡେଟ୍ସ ଟୁର୍ଣ୍ଣାମେଣ୍ଟ ପାଇଁ ଯୋଗ୍ୟତା ଅର୍ଜନ
- ୨୦୨୨ ଚେସ ଅଲିମ୍ପିଆଡ: ସ୍ୱର୍ଣ୍ଣ ପଦକ ହାସଲ
- ୨୦୧୯: ୧୨ ବର୍ଷରେ ଗ୍ରାଣ୍ଡମାଷ୍ଟର
- ୨୦୧୮: ଓ୍ବାର୍ଲ୍ଡ ୟୁଥ ଚେସ୍ ଚାମ୍ପିୟନସିପ ବିଜେତା (ଅଣ୍ଡର-୧୨ କାଟାଗୋରି)
- ୨୦୧୫: ଅଣ୍ଡ-୯ ଏସିଆନ ସ୍କୁଲ ଚେସ ଚାମ୍ପିୟନସିପ୍ ( କ୍ୟାଣ୍ଡିଡେଟ୍ ମାଷ୍ଟର ଟାଇଟଲ












Click it and Unblock the Notifications