ମୋହିତ ମ୍ୟାଜିକ: ଜିତିଲା ଗୁଜୁରାଟ, ରାହୁଲଙ୍କ ଅର୍ଦ୍ଧଶତକ ବେକାର
ନୂଆଦିଲ୍ଲୀ : ଶେଷ ଓଭରରେ ମୋହିତ ମ୍ୟାଜିକ। ଜିତିଲା ଗୁଜୁରାଟ। ସାତ ରନରେ ପୁନେକୁ ହରାଇଲା ଗୁଜୁରାଟ। ମୋହିତ ମ୍ୟାନ ଅଫ୍ ଦି ମ୍ୟାଚ୍। କେ ଏଲ ରାହୁଲଙ୍କ ଧିମା ଅର୍ଦ୍ଧଶତକ ଦଳ ପାଇଁ ବଡ କାରଣ ସାଜିଲା। ଶେଷ ଓଭର ଆଡ଼କୁ ବାରମ୍ବାର ୱିକେଟ ଯିବା ଦଳ ପାଇଁ ପରାଜୟ ଆଣିଲା।
ମାତ୍ର ୧୨ ରନ ଅନ୍ତିମ ଓଭରରେ ଦରକାର ଥିବା ବେଳେ ପ୍ରଥମ ବଲରେ ଦୁଇ ରନ ହୋଇଥିଲା। ୫ ବଲରେ ୧୦ ରନର ଆବଶ୍ୟକ ଥିବା ବେଳେ ରାହୁଲଙ୍କ ୱିକେଟ ଯାଇଥିଲା ଆଉ ମ୍ୟାଚ୍ ଗୁଜୁରାଟ ହାତକୁ ଆସିଥିଲା। ଶେଷ ୫ ଓଭରରେ ମାତ୍ର ୨୩ ରନ ହୋଇଥିବା ବେଳେ ୬ ୱିକେଟ ଯାଇଥିଲା। ମୋହିତ ଶର୍ମା ଓ ନୁର ଅହମ୍ମଦ ୨ଟି ୱିକେଟ ନେଇଥିବା ବେଳେ ରସିଦ ଖାନଙ୍କୁ ଗୋଟିଏ ୱିକେଟ ମିଳିଛି ।

୧୩୬ ରନର ଟାର୍ଗେଟକୁ ପିଛା କରି ୫୫ ରନରେ ପ୍ରଥମ ୱିକେଟ ହରାଇଥିଲା ଲକ୍ଷ୍ନୌ। ଏକ ସମୟରେ ୧୪.୩ ଓଭରରେ ୧୦୬ ରନ କରି ଦୃଢ଼ ସ୍ଥିତିରେ ଥିଲା ଲକ୍ଷ୍ନୌ। ତେବେ ପରେ ୱିକେଟର ପତନ ପରେ ଲକ୍ଷ୍ନୌ ପରାଜୟ ବରଣ କରିଥିଲା। କେ ଏଲ ରାହୁଲ ୬୧ ବଲରେ ୬୮ ରନ କରିଥିଲେ।
ସେହିପରି ପ୍ରଥମେ ବ୍ୟାଟିଂ କରି ଗୁଜୁରାଟ ୨୦ ଓଭରରେ ୧୩୫ ରନ କରିଥିଲା। ଦଳ ପକ୍ଷରୁ ଶାହା ୪୭ ରନ କରିଥିଲେ। ସେହିପରି ପୁନେ ପାଇଁ ଷ୍ଟୋଇନିସ ଓ କ୍ରୁନାଲଙ୍କୁ ୨ଟି ଲେଖାଏଁ ୱିକେଟ୍ ମିଳିଥିଲା। ଅମିତ ମିଶ୍ରା ଓ ନବୀନ ଉଲ୍ ହକଙ୍କୁ ୧ଟି ଲେଖାଏଁ ୱିକେଟ୍ ମିଳିଥିଲା।












Click it and Unblock the Notifications