ଦିଲ୍ଲୀ କ୍ୟାପିଟାଲ୍ସକୁ 10 ଓ୍ବିକେଟରେ ହରାଇ ପ୍ଲେ ଅଫରେ ପ୍ରବେଶ କଲା ଗୁଜୁରାଟ ଟାଇଟନ୍ସ

ପ୍ଲେ ଅଫରେ ପ୍ରବେଶ କଲା ଗୁଜୁରାଟ ଟାଇଟନ୍ସ । ଦିଲ୍ଲୀ କ୍ୟାପିଟାଲ୍ସକୁ 10 ଓ୍ବିକେଟରେ ହରାଇ ପଏଣ୍ଟ ଟେବୁଲ ଶୀର୍ଷ ସ୍ଥାନରେ ଜିଟି । ଆଇପିଏଲର 60 ତମ ମୁକାବିଲାରେ ଗୁଜୁରାଟ ଠାରୁ ପରାସ୍ତ ହୋଇଛି ଦିଲ୍ଲୀ କ୍ୟାପିଟାଲ୍ସ ।

ସାଇ ସୁଦର୍ଶନଙ୍କ ଅପରାଜିତ ଦମଦାର ଶତକ, ମାତ୍ର 7ରନରୁ ଶତକରୁ ବଞ୍ଚିତ ହେଲେ ଶୁବମନ ଗିଲ । ଶତକୀୟ ପାଳି ଖେଳିଥିଲେ ମଧ୍ୟ ଦଳକୁ ବିଜୟୀ କରିପାରିଲାନି କେଏଲ ରାହୁଲ ।

ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଦିଲ୍ଲୀ କ୍ୟାପିଟାଲ୍ସ ଓ ଗୁଜୁରାଟ ଟାଇଟନ୍ସ ମଧ୍ୟରେ ମ୍ୟାଚ ଖେଳାଯାଇଥିଲା । ଟସ ଜିତି ପ୍ରଥମେ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା ଗୁଜୁରାଟ । ଫଳରେ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ 20 ଓଭରରେ 3 ଓ୍ବିକେଟ ହରାଇ 199 ରନ କରିଥିଲା ଦିଲ୍ଲୀ । କେଏଲ ରାହୁଲ ଆଜି ଧୂଆଁଧାର ବ୍ୟାଟିଂ କରିଥିଲେ । ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ମ୍ୟାଚ ଖେଳି ସେ ଅପରାଜିତ ରହି ଶତକୀୟ ପାଳି ଖେଳିଥିଲେ । 65 ବଲରେ 112 ରନ କରିଥିଲେ ରାହୁଲ । ଏଥିରେ 14 ଚୌକା ଓ 4ଟି ଛକା ସାମିଲ ରହିଛି । କିନ୍ତୁ ତାଙ୍କର ଏ ଶତକ ବୃଥା ଯାଇଛି । ଦଳ ଆଜି ଗୁଜୁରାଟ ଠାରୁ ପରାଜିତ ହୋଇଛି । ଅନ୍ୟମାନଙ୍କ ମଧ୍ୟରେ ଅଭିଶେଖ ପୋରାଲ 30 ଓ ଅକ୍ସର ପଟେଲ 25 ରନ କରିଥିଲେ ।

Gujarat Titans enter playoffs

200 ରନର ବିଜୟ ଲକ୍ଷ୍ୟ ନେଇ ପଡିଆକୁ ଓହ୍ଲାଇଥିଲା ଗୁଜୁରାଟ । ଆରମ୍ଭରୁ ଲଢୁଆ ବ୍ୟାଟିଂ କରିଥିଲେ ଦୁଇ ଓପନର ସାଇ ସୁଦର୍ଶନ ଓ ଶୁବମନ ଗିଲ । ଉଭୟଙ୍କ ବ୍ୟାଟରୁ ଛକା ଚୌକାର ବର୍ଷା ହୋଇଥିଲା । ଜଗି ରଖି ବ୍ୟାଟିଂ କରି ଦଳକୁ ବିଜୟ ଦ୍ବାରରେ ପହଞ୍ଚାଇଥିଲେ ଉଭୟ । ସାଇ 61 ବଲରେ 108 ରନ କରିଥିଲେ । ଏଥିରେ 12 ଚୌକା ଓ 4ଟି ଛକା ସାମିଲ ରହିଛି । ସେହିପରି ଗିଲ 53 ବଲରେ 93 ରନ କରିଥିଲେ । ଏଥିରେ 3ଟି ଚୌକା ଓ 7ଟି ଛକା ସାମିଲ ରହିଛି । 19 ଓଭରରେ ଦଳ କୌଣସି ଓ୍ବିକେଟ ନହରାଇ 205 ରନ କରି ବିଜୟୀ ହୋଇଥିଲା ।

ପ୍ଲେ ଅଫରେ ଗୁଜୁରାଟ ଟାଇଟନ୍ସ :

ପ୍ରଥମେ ଆରସିବି, ଦ୍ବିତୀୟରେ ପଞ୍ଜାବ ପ୍ଲେ ଅଫକୁ ପ୍ରବେଶ କରିଥିବା ବେଳେ ତୃତୀୟ ଦଳ ଭାବେ ପ୍ଲେ ଅଫକୁ ପ୍ରବେଶ କରିଛି ଗୁଜୁରାଟ । ବର୍ତ୍ତମାନ ପର୍ଯ୍ୟନ୍ତ ଦଳ 12ଟି ମ୍ୟାଚରୁ 9ଟିରେ ବିଜୟୀ ହୋଇ 18 ପଏଣ୍ଟ ସହ ପଏଣ୍ଟ ଟେବୁଲର ଶୀର୍ଷରେ ରହିଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+