ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ ୮ ୱିକେଟରେ କରିଛି ପରାସ୍ତ

ଗୁଜୁରାଟ ଟାଇଟାନ୍ସ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରକୁ 8 ୱିକେଟରେ ପରାସ୍ତ କରିଛି। ଆଇପିଏଲ 2025ରେ, ଆରସିବି ପ୍ରଥମ ଥର ପାଇଁ ନିଜ ଘରୋଇ ଗ୍ରାଉଣ୍ଡ ଅର୍ଥାତ୍ ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳୁଥିଲା ଯେଉଁଠି ଟିମକୁ ପରସ୍ତର ସ୍ୱାଦ ଚାଖିବା ପାଇଁ ପଡିଛି । ଲଗାତାର ଦୁଇଟି ବିଜୟ ହାସଲ କରିବା ପରେ, ବେଙ୍ଗାଲୁରୁକୁ ଗୁଜରାଟ ହାତରୁ ପରାଜୟର ସମ୍ମୁଖୀନ ହେବାକୁ ପଡିଲା। ଏହି ମ୍ୟାଚ୍‌ରେ ବେଙ୍ଗାଲୁରୁ ପ୍ରଥମେ ବ୍ୟାଟିଂ କରି 169 ରନ୍ କରିଥିବା ବେଳେ ଗୁଜରାଟ 13 ବଲ୍ ବାକି ଥାଇ ଲକ୍ଷ୍ୟ ହାସଲ କରିବାରେ ସଫଳ ହୋଇଛି ।

IPL 2025

ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ, ମହମ୍ମଦ ସିରାଜ ଗୁଜରାଟର ବିଜୟର ମୂଳଦୁଆ ପକାଇଥିଲେ। ସିରାଜ ତିନୋଟି ୱିକେଟ ନେଇ ଆରସିବିକୁ 169 ରନରେ ସୀମିତ ରଖିଥିଲେ। ବାଙ୍ଗାଲୋର ପାଇଁ ଲିଆମ୍ ଲିଭିଙ୍ଗ୍‌ଷ୍ଟୋନ୍ 54 ରନ୍‌ର ଅର୍ଦ୍ଧଶତକ ହାସଲ କରିଥିଲେ, କିନ୍ତୁ ବିରାଟ କୋହଲି ଏବଂ ଅଧିନାୟକ ରଜତ ପାଟିଦାରଙ୍କ ଭଳି ପ୍ରସିଦ୍ଧ ବ୍ୟାଟ୍ସମ୍ୟାନ୍‌ମାନେ ବିଫଳ ହୋଇଥିଲେ।

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର IPL 2025 ରେ ସେମାନଙ୍କର ପ୍ରଥମ ଦୁଇଟି ମ୍ୟାଚ୍ ଜିତିଥିଲା। ପ୍ରଥମେ ଏହା KKRକୁ 7 ୱିକେଟରେ ପରାସ୍ତ କରିଥିଲା, ତା'ପରେ ଏହା ଚେନ୍ନାଇ ସୁପର କିଙ୍ଗସ ଉପରେ 50 ରନର ବିଜୟ ହାସଲ କରିଥିଲା। କିନ୍ତୁ ଏବେ ଗୁଜରାଟ 8 ୱିକେଟରେ ବିଜୟୀ ହୋଇ ରଜତ ପାଟିଦାରଙ୍କ ଦଳକୁ ବିଜୟର ହ୍ୟାଟ୍ରିକ୍ ହାସଲ କରିବାରୁ ରୋକି ଦେଇଛି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+