IPL 2025: ଗୁଜରାଟ ଟାଇଟନ୍ସକୁ ୫୮ ରନ୍‌ରେ ପରାସ୍ତ କଲା ରାଜସ୍ଥାନ ରୟାଲ୍‌ସ

ଚଳିତ ଆଇପିଏଲ୍‌ର ୨୩ତମ ମ୍ୟାଚ୍‌ରେ ଗୁଜରାଟ ଟାଇଟନ୍ସ ୫୮ ରନ୍‌ରେ ରାଜସ୍ଥାନ ରୟାଲ୍‌ସକୁ ପରାସ୍ତ କରିଛି । ଗୁଜରାଟ ୨୧୮ ରନ୍‌ର ବିଜୟ ଲକ୍ଷ୍ୟ ଦେବା ପରେ ରାଜସ୍ଥାନ ୪ ବଲ୍‌ ପୂର୍ବରୁ ୧୫୯ ରନ୍‌ରେ ଅଲ୍‌ଆଉଟ୍ ହୋଇ ଶୋଚନୀୟ ପରାଜୟ ବରଣ କରିଛି। ଗୁଜରାଟ ପଞ୍ଚମ ମୁକାବିଲାରୁ ଚତୁର୍ଥ ବିଜୟ ହାସଲ କରି ପଏଣ୍ଟ୍‌ ତାଲିକାର ପ୍ରଥମକୁ ଉଠିଛି। ଅନ୍ୟପକ୍ଷରେ ପଞ୍ଚମ ମ୍ୟାଚ୍‌ରୁ ତୃତୀୟ ପରାଜୟ ବରଣ କରି ସପ୍ତମ ସ୍ଥାନରେ ରହିଛି ।

IPL 2025

ରାଜସ୍ଥାନ ରୟାଲ୍‌ସ ଟସ୍ ଜିତି ଗୁଜରାଟକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ତେବେ ଏହି ନିଷ୍ପତ୍ତି ଲ୍ଳ ସେତେଟା ଫାଇଦା ଦେଇ ନଥିଲା। ବରଂ ଅଧିନାୟକ ଶୁବମନ ଗିଲ୍‌ (୨)ଙ୍କୁ ମାତ୍ର ୧୪ ରନ୍‌ରେ ହରାଇବା ସତ୍ତ୍ବେ ଗୁଜରାଟ ୬ ୱିକେଟ୍ ହରାଇ ୨୧୭ ରନ୍‌ର ବଡ଼ ସ୍କୋର୍ କରି ‌ନେଇଥିଲା। ଏଥିରେ ଓପନର୍ ସାଇ ସୁଦର୍ଶନ (୮୨) ପ୍ରମୁଖ ଭୂମିକା ତୁଲାଇଥିଲେ। ବିସ୍ଫୋରକ ବ୍ୟାଟିଂ କରି ସୁଦର୍ଶନ ମାତ୍ର ୩୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ।

ମଝି ଓଭରଗୁଡ଼ିକରେ ଜୋସ୍ ବଟଲର୍‌ (୩୬) ଓ ଶାହରୁଖ ଖାନ୍ (୩୬) ଉପଯୋଗୀ ପାଳି ଖେଳିଥିଲେ। ତେବେ ରାହୁଲ ତିୱାତିଆ (୨୪* ରନ୍, ୧୨ ବଲ୍) ଓ ରସିଦ ଖାନ (୧୨* ରନ୍, ୪ ବଲ୍)ଙ୍କ ଧୂଆଁଧାର ବ୍ୟାଟିଂ ବଳରେ ଗୁଜରାଟ ୨୦୦ ରନ୍ ଟପିଥିଲା। ଏହି ଦୁଇ ଜଣ ମାତ୍ର ୧୬ ବଲ୍‌ରୁ ୩୬ ରନ୍ ଯୋଡ଼ିଥିଲେ।

ସଂକ୍ଷିପ୍ତ ସ୍କୋର୍: ଗୁଜରାଟ ଟାଇଟନ୍ସ ୨୦ ଓଭରରେ ୨୧୭/୬ (ସାଇ ସୁଦର୍ଶନ ୮୨, ଜୋସ୍ ବଟଲର୍ ୩୬, ଶାହରୁଖ ଖାନ୍ ୩୬, ରାହୁଲ ତିୱାତିଆ ୨୪*, ତୁଷାର ଦେଶପାଣ୍ଡେ ୨/୫୩, ମହୀଶ ତୀକ୍ଷଣା ୨/୫୪)। ରାଜସ୍ଥାନ ରୟାଲ୍‌ସ ୧୯.୨ ଓଭରରେ ୧୫୯ (ସିମରନ୍ ହେଟମାୟର ୫୨, ସଞ୍ଜୁ ସାମସନ ୪୧, ରିୟାନ ପରାଗ ୨୬, ପ୍ରସିଦ୍ଧ କ୍ରିଷ୍ଣା ୩/୨୪, ସାଇ କିଶୋର ୨/୨୦)।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+