ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରାଧା ଯାଦବ
ବନ୍ୟାରେ ଫସିଲେ ଟିମ୍ ଇଣ୍ଡିଆର ଷ୍ଟାର କ୍ରିକେଟର ରାଧା ଯାଦବ । ପ୍ରବଳ ବର୍ଷା ଯୋଗୁଁ ଗୁଜରାଟ ଭଦୋଦରାରେ ବନ୍ୟା ସ୍ଥିତି ଦେଖାଦେଇଛି । ଏଥିଯୋଗୁଁ ସହରର ବିଭିନ୍ନ ସ୍ଥାନରେ ବନ୍ୟା ଜଳ ପ୍ରବେଶ କରିଛି । ଆଉ ଏହି ବନ୍ୟାରେ ଫସିଛନ୍ତି ଟିମ୍ ଇଣ୍ଡିଆର ମହିଳା କ୍ରିକେଟର ରାଧା ଯାଦବ ।
ସେ ଭଦୋଦରାରେ ଥିବା ନିଜ ଘରେ ଫସି ରହିଥିଲେ । ସ୍ଥିତି ଏମିତି ହୋଇଥିଲା ଯେ ଏନଡିଆରଏଫ ପହଞ୍ଚି ରାଧା ଏବଂ ଅନ୍ୟମାନଙ୍କୁ ଉଦ୍ଧାର କରିଥିଲା ।

ଏ ନେଇ ରାଧା ଯାଦବ ନିଜେ ସୋସିଆଲ ମିଡିଆରେ ସୂଚନା ଦେବା ସହ ରାଧା ଯାଦବ ଏନଡିଆରଏଫକୁ ଧନ୍ୟବାଦ ଦେଇଛନ୍ତି । ସୂଚନା ଅନୁସାରେ ଭାରତୀୟ ମହିଳା କ୍ରିକେଟ ଟିମର ପ୍ରମୁଖ ସଦସ୍ୟ ହେଉଛନ୍ତି ରାଧା ଯାଦବ । ସେ ଭାରତ ପାଇଁ ଗୋଟିଏ ଦିନିକିଆ ଏବଂ ୫୫ଟି ଟି-ଟ୍ବେଣ୍ଟି ମ୍ୟାଚ୍ ଖେଳିଛନ୍ତି ।ସେପଟେ ଗୁଜରାଟରେ ଲଗାଣ ବର୍ଷା ପରେ ଗମ୍ଭୀର ହୋଇଛି ବନ୍ୟା ସ୍ଥିତି । ଗତ ୨ ଦିନ ମଧ୍ୟରେ ୨୯ ଜଣଙ୍କ ମୃତ୍ୟୁ ହେଲାଣି । ରେସକ୍ୟୁ ଟିମ୍ ଏଯାଏ ୪୦ ହଜାର ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି । ସେନା ଓ ଏନଡିଆରଏଫ୍ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ବନ୍ୟାଞ୍ଚଳରେ ଫସି ରହିଥିବା ଲୋକଙ୍କୁ ହେଲିକପଟର ସହାୟତାରେ ଉଦ୍ଧାର କରାଯାଉଛି । ଗୁଜରାଟର ବହୁ ସହରାଞ୍ଚଳ ଜଳବନ୍ଦୀ ହୋଇଥିବାରୁ ଉତ୍କଟ ହୋଇ ପଡ଼ିଛି ବନ୍ୟା ସ୍ଥିତି ।
ବିଶେଷକରି ମୋର୍ବି, ଭଦୋଦରା, ଭାରୁଚ, ଜାମନଗର, ଅରବାଲି, ପଞ୍ଚମହଲା, ଦ୍ୱାରକା ଏବଂ ଡାଙ୍ଗ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁଁ ପାଣି ଘେରରେ ରହିଛି ଏସବୁ ସହରାଞ୍ଚଳର ବହୁ ତଳିଆ ଇଲାକା । ଭଦୋଦରା ଓ ଜାମନଗର, କଚ୍ଛ ଓ ଦ୍ବାରିକା ଅଞ୍ଚଳରେ ସ୍ଥିତି ଅଧିକ ଗୁରୁତ୍ବପୂର୍ଣ୍ଣ ଥିବାରୁ ସ୍କୁଲ ବନ୍ଦ ଘୋଷଣା କରିଛି ପ୍ରଶାସନ












Click it and Unblock the Notifications