ହାଇଦ୍ରାବାଦକୁ ପରାସ୍ତ କଲା ଗୁଜୁରାଟ, କାମ ଦେଲାନି ଅଭିଷେକଙ୍କ ଅର୍ଦ୍ଧଶତକ
ଘରୋଇ ଗ୍ରାଉଣ୍ଡରେ କମାଲ କଲା ଗୁଜୁରାଟ ଟାଇଟନ୍ସ । ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଆଇପିଏଲର 51 ନମ୍ବର ମ୍ୟାଚରେ ହାଇଦ୍ରାବାଦ ସନରାଇର୍ଜସକୁ 38 ରନରେ ହରାଇଲା ଗୁଜୁରାଟ । ହାଇଦ୍ରାବାଦ ଆଗରେ ଥିଲା 225 ରନର ଟାର୍ଗେଟ ।
ଟାର୍ଗେଟକୁ ପିଛା କରି 6 ୱିକେଟରେ 186 ରନ କରିବାରେ ସକ୍ଷମ ହୋଇଥିଲା । କାମ ଦେଲାନି ଅଭିଷେକ ଶର୍ମାଙ୍କ ଅର୍ଦ୍ଧଶତକ ।
ଟାର୍ଗେଟକୁ ପିଛା କରି ସନରାଇଜର୍ସ ହାଇଦ୍ରାବାଦ ପ୍ରଥମରୁ ଭଲ ପ୍ରଦର୍ଶନ କରିଥିଲା । ଟ୍ରୋବିସ୍ ହେଡ୍ ଓ ଅଭିଶେକ ଶର୍ମା ମିଳିତ ଭାବେ 27 ବଲରେ 49 ରନର ପାର୍ଟନରସିପ କରିଥିଲେ । କୃଷ୍ଣାଙ୍କ ଘାତକ ବଲର ଶିକାର ହୋଇ ଆଉଟ ହୋଇଥିଲେ ହେଡ୍ । ହେଡ୍ 16 ବଲରେ 20 ରନ କରିଥିଲେ । ଯେଉଁଥିରେ 4 ଚଉକା ରହିଛି । ସେହିପରି ଇଶାନ କିଷନ ଭଲ ପ୍ରଦର୍ଶନ କରିବାରେ ବିଫଳ ରହିଥିଲେ । 13 ରନ କରି ସେ ଆଉଟ ହୋଇଥିଲେ । ଏଥର ମ୍ୟାଚରେ ଦ୍ରୁତ ବୋଲର କୋଏଣ୍ଟଜି ଡେବ୍ୟୁ କରିଛନ୍ତି ।
ଅଭିଶେକ ଶର୍ମା ଭଲ ପ୍ରଦର୍ଶନ କରିଥିଲେ । 28 ବଲରେ ସେ ଅର୍ଦ୍ଧଶତକ କରିଥିଲେ । ଇଶାନ୍ତଙ୍କ ତାଙ୍କୁ ଆଉଟ କରିଥିଲେ । ଅଭିଶେକ 41 ବଲରେ 74 ରନ କରିଛନ୍ତି । ଯେଉଁଥିରେ 6ଟି ଚଉକା ରହିଛି । ଅଭିଶେକ ଓ କ୍ଲାସେନଙ୍କ ମଧ୍ୟରେ 57 ରନର ପାର୍ଟନରସିପ ହୋଇଥିଲା । ହିନାରିକ 23, ଅନିକେତ ବର୍ମା 3, କାମିନ୍ଦୁ 0 ରନ କରିଥିଲେ । ପ୍ୟାଟ କମିନ୍ସ 19, ନିତିଶ ରେଡ୍ଡି 21 କରିପାରିଥିଲେ ।
ଗୁଜୁରାଟ ବ୍ୟାଟିଂ:
ଗୁଜୁରାଟ ଟାଇଟନ୍ସ ଟସ ହାରି ପ୍ରଥମେ ବ୍ୟାଟିଂ କରିଥିଲା । 6 ୱିକେଟରେ 224 ରନ କରିଥିଲା । ଆରମ୍ଭରୁ ଦଳ ଜବରଦସ୍ତ ଖେଳିଥିଲା । କ୍ୟାପଟେନ ଶୁଭମନ ଗିଲ ଓ ସାଇ ସୁଦର୍ଶନଙ୍କ ଜବରଦସ୍ତ ପାୱାର ପ୍ଲେ ଦେଖିବାକୁ ମିଳିଥିଲା । ପାର୍ଟନରସିପରେ ଦୁହେଁ 41 ବଲରେ 87 ରନ କରିଥିଲେ । ଜିଶାନଙ୍କ ବଲର ଶିକାର ହୋଇ ଆଉଟ ହୋଇଥିଲେ ସାଇ ସୁଦର୍ଶନ । ସୁଦର୍ଶନ 23 ବଲରେ 48 ରନ କରିଥିଲେ । ଯେଉଁଥିରେ 9 ଚଉକା ରହିଛି । ସୁଦର୍ଶନ ଆଉଟ ହେବା ପରେ 25 ବଲରେ ଗିଲ୍ ଅର୍ଦ୍ଧଶତକ ପୂରା କରିଥିଲେ ।

ଏହାପରେ 76 ରନରେ ଆଉଟ ହୋଇଥିଲେ ଗିଲ । 38 ବଲରେ 10 ଚଉକା ଓ 2 ଛକା ମାରିଥିଲେ । ଏହାପରେ ବଟଲର ଓ ୱାଶିଂଟନ ସୁନ୍ଦର ମିଶି ଖେଳ ସମ୍ଭାଳିଥିଲେ । 31 ବଲରେ 50 ରନ କରିଥିଲେ । 61 ରନ କରି ବଟଲର ଆଉଟ ହୋଇଥିଲେ । ଶେଷ ଓଭରରେ ୱାଶିଂଟନ ସୁନ୍ଦର 21, ରାହୁଲ 6, ରାଶିଦ ଖାନ 0ରେ ୱିକେଟ ହରାଇଥିଲେ ।
ଟେବୁଲରେ 2 ନମ୍ବରରେ ଗୁଜୁରାଟ:
ଚଳିତ ଆଇପିଏଲ ସିଜିନରେ ଗୁଜୁରାଟ ଟାଇଟନ୍ସର 10ତମ ମ୍ୟାଚରେ ଏହା ହେଉଛି ସପ୍ତମ ବିଜୟ । ସେହିପରି ହାଇଦ୍ରାବାଦର ଏହା ହେଉଛି ସପ୍ତମ ପରାଜୟ । ଏହି ବିଜୟ ପରେ ପଏଣ୍ଟ ଟେବୁଲରେ ଦ୍ବିତୀୟ ସ୍ଥାନରେ ପହଞ୍ଚିଛି ଗୁଜୁରାଟ । ଏଥିସହ ହାଇଦ୍ରାବାଦ ନବମ ସ୍ଥାନରେ ରହିଛି । ପ୍ରଥମ ସ୍ଥାନରେ ଅଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ପରାଜୟ ପରେ ପ୍ଲେ ଅଫରେ ପହଞ୍ଚିବା ହାଇଦ୍ରାବାଦ ପାଇଁ କଷ୍ଟସାଧ୍ୟ ହୋଇପାରେ ।












Click it and Unblock the Notifications