Get Updates
Get notified of breaking news, exclusive insights, and must-see stories!

ଆଇପିଏଲ 2022, କ୍ୱାଲିଫାୟର-1: କାଲି ପାୱାର ପ୍ୟାକ୍ ପ୍ରଫରମାନ୍ସ , ଆଟାକିଂ ବୋଲିଂ ୟୁନିଟ୍ ସହ ସୁସଜ୍ଜିତ ଉଭୟ ଦଳ

ମଙ୍ଗଳବାର ପ୍ରଥମ କ୍ୱାଲିଫାୟରରେ ଗୁଜୁରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟି-20 ଲିଗର ପ୍ରଥମ ସିଜନରେ ଚମତ୍କାର ପ୍ରଦର୍ଶନ କରି ଟେବୁଲ ଟପ୍ପର ହୋଇ ପ୍ରଥମ କ୍ୱାଲିଫାୟର ଖେଳିବାକୁ ଯାଉଛି ।

କୋଲକତା: କାଲିଠୁ ଆରମ୍ଭ ହେଉଛି ଆଇପିଏଲ 2022 ର ନକଆଉଟ୍ ରାଉଣ୍ଡ । ମଙ୍ଗଳବାର ପ୍ରଥମ କ୍ୱାଲିଫାୟରରେ ଗୁଜୁରାଟ ଟାଇଟାନ୍ସ ରାଜସ୍ଥାନ ରୟାଲ୍ସକୁ ଭେଟିବ। ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ଗୁଜୁରାଟ ଟି-20 ଲିଗର ପ୍ରଥମ ସିଜନରେ ଚମତ୍କାର ପ୍ରଦର୍ଶନ କରି ଟେବୁଲ ଟପ୍ପର ହୋଇ ପ୍ରଥମ କ୍ୱାଲିଫାୟର ଖେଳିବାକୁ ଯାଉଛି । ସେପଟେ ଆଇପିଏଲର ପ୍ରଥମ ଚାମ୍ପିଅନ ଦଳ ରାଜସ୍ଥାନ ରୟାଲ୍ସ ଚଳିତଥର ସଞ୍ଜୁ ସାମସନଙ୍କ ନେତୃତ୍ୱରେ ଚମତ୍କରା ପ୍ରଦର୍ଶନ କରି ପଏଣ୍ଟ ଟେବୁଲର 2ୟ ସ୍ଥାନରେ ରହିଛି ।

IPL 2022

ଲିଗ୍ ରାଉଣ୍ଡରେ ଗୁଜୁରାଟ ଟାଇଟାନ୍ସ ଏବଂ ରାଜସ୍ଥାନ ରୟାଲ୍ସ ଥରେ ଭେଟିଥିଲେ। ଏହି ମ୍ୟାଚ୍‌ରେ ହାର୍ଦ୍ଦିକ ପାଣ୍ଡ୍ୟା ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟ ପ୍ରଦାନ କରିଥିଲେ। ପାଣ୍ଡ୍ୟା 52 ବଲରୁ ଅପରାଜିତ 87 ରନ୍ କରିଥିଲେ। ତାଙ୍କ ଇନିଂସ ଆଧାରରେ ଦଳ 4 ୱିକେଟ୍ ପାଇଁ 192 ରନ୍ ସଂଗ୍ରହ କରିଥିଲା। ଏହାର ଜବାବରେ ରାଜସ୍ଥାନ ଦଳ 9 ୱିକେଟ୍ ପାଇଁ ମାତ୍ର 155 ରନ୍ ସ୍କୋର କରିପାରିଥିଲା । ଫଳରେ ଗୁଜରାଟ 38 ରନରେ ଏକ ବଡ଼ ବିଜୟ ପାଇଥିଲା ।

ସେହିପରି ଯଦି ଶେଷ 5ଟି ମ୍ୟାଚ ଦେଖିବା ଗୁଜୁରାଟ ମାତ୍ର 2ଟି ମ୍ୟାଚ ଜିତିବାକୁ ସକ୍ଷମ ହୋଇଥିବା ବେଳେ ରାଜସ୍ଥାନ ମଧ୍ୟ 2ଟି ମ୍ୟାଚ ଜିତିଛି । ଫଳରେ ଆଜି ଦୁଇ ଦଳ ମଧ୍ୟରେ କାଣ୍ଟେ କି ଟକ୍କର ଦେଖିବାକୁ ମିଳିବ ।

ଗୁଜୁରାଟ ଟାଇଟନ୍ସ:

ଯଦି ଗୁଜୁରାଟ ଦଳ ବିଷୟରେ କଥା ହେବା ଉଭୟ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶୁଭମାନ ଗିଲ 400 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ତେବେ ଗତ 2 ଟି ମ୍ୟାଚରେ ଗିଲ ବିଫଳ ହୋଇଛନ୍ତି। ଉଭୟ ବ୍ୟାଟ୍ସମ୍ୟାନ୍ ମଧ୍ୟ 4-4 ଅର୍ଦ୍ଧଶତକ ହାସଲ କରିଛନ୍ତି। ଏଥି ସହିତ, ରିଦ୍ଧିମାନ ସାହା 9ଟି ମ୍ୟାଚରେ 3 ଅର୍ଦ୍ଧଶତକ ହାସଲ କରି ନିଜକୁ ପ୍ରମାଣିତ କରିଛନ୍ତି । ଡେଭିଲ୍ ମିଲର୍ ହାରାହାରି 54 ରେ 381 ରନ୍ ସଂଗ୍ରହ କରିଛନ୍ତି । ନିମ୍ନ କ୍ରମରେ ରାହୁଲ ତେୱଟିଆ ଏବଂ ରସିଦ ଖାନ ଯେକୌଣସି ବୋଲରଙ୍କ ଉପରେ ଭାରି ପଡିଛନ୍ତି । ଫଳରେ ଗୁଜୁରାଟର ବ୍ୟାଟିଂ ୟୁନିଟ୍ ଦମଦାର ରହିଛି ।

ସେହିପରି ଯଦି ବୋଲିଂ ବିଭାଗ କଥା କହିବା, ଲେଗ ସ୍ପିନର ରସିଦ ଖାନ ବୋଲର ଭାବେ 18 ୱିକେଟ୍ ନେଇଛନ୍ତି। ଦ୍ରୁତ ବୋଲର ମହମ୍ମଦ ଶାମି ମଧ୍ୟ 18 ୱିକେଟ୍ ନେଇଛନ୍ତି। ଲକି ଫର୍ଗୁସନ୍ ଏବଂ ୟଶ ଦୟାଲଙ୍କ ବ୍ୟତୀତ କ୍ୟାପଟେନ ପାଣ୍ଡ୍ୟା ମଧ୍ୟ ବୋଲିଂ ବିଭାଗ ସମ୍ଭାଳୁଛନ୍ତି ।

ରାଜସ୍ଥାନ ରୟାଲ୍ସ:

ରାଜସ୍ଥାନ ରୟାଲ୍ସ ପାଖରେ ଆଇପିଏଲ 2022 ର ସର୍ବାଧିକ ରନ୍ ସ୍କୋରର ଜୋସ୍ ବଟଲର ଅଛନ୍ତି । ଫଳରେ ଆଜି ମ୍ୟାଚରେ ବଟଲରଙ୍କ ବ୍ୟାଟ ଚାଳନା ଉପରେ ସମସ୍ତଙ୍କ ନଜର ରହିଛି । ଏପର୍ଯ୍ୟନ୍ତ ସେ 3 ଶତକ ଏବଂ 3 ଅର୍ଦ୍ଧଶତକ ସହାୟତାରେ 629 ରନ୍ ସଂଗ୍ରହ କରିଛନ୍ତି । କିନ୍ତୁ ଗତ 5 ଟି ମ୍ୟାଚରୁ ସେ ଅର୍ଦ୍ଧଶତକ ହାସଲ କରିପାରି ନଥିଲେ। ସେହିପରି କ୍ୟାପଟେନ ସଞ୍ଜୁ ସାମସନ ଏବଂ ଦେବଦତ୍ତ ପାଦିକ୍କଲ 300 ରୁ ଅଧିକ ରନ୍ ସଂଗ୍ରହ କରିଛନ୍ତି। ୟସ୍ୱଶୀ ଜସୱାଲ, ଆର ଅଶ୍ୱିନ୍ ଏବଂ ଶିମ୍ରନ୍ ହେଟମିୟର ମଧ୍ୟ ଦମଦାର ପ୍ରଦର୍ଶନ କରିଛନ୍ତି।

ରାଜସ୍ଥାନର ବୋଲିଂ ହେଉଛି ତାଙ୍କର ଦୃଢ ପାର୍ଶ୍ୱ। ଚଳିତ ସିଜନରେ ଲେଗ୍ ସ୍ପିନର ୟୁଜଭେନ୍ଦ୍ର ଚହଲ ସର୍ବାଧିକ ୱିକେଟ୍ ନେଇଛନ୍ତି। ସେ 26 ଟି ୱିକେଟ୍ ସହ ପର୍ପଲ କ୍ୟାପ ବିଜେତା ହୋଇଛନ୍ତି । ସେହିପରି ଦ୍ରୁତ ବୋଲର ପ୍ରସିଦ୍ଧ କ୍ରିଷ୍ଣା 15 ଟି ୱିକେଟ୍ ନେଇଛନ୍ତି, ଟ୍ରେଣ୍ଟ ବୋଲ୍ଟ 13 ଟି ଏବଂ ଅଫ-ସ୍ପିନର ଆର ଅଶ୍ୱିନ 11 ଟି ୱିକେଟ୍ ନେଇଛନ୍ତି ।

ଓପନିଂ ଯୋଡିଠୁ ମଧ୍ୟକ୍ରମ କିମ୍ବା ନିମ୍ନ ମଧ୍ୟକ୍ରମ ହେଉ ବା ପାୱାର-ପ୍ଲେ ରେ ନୂଆ ବଲ ସହ ୱିକେଟ କିମ୍ବା ଡେଥ ଓଭର ବୋଲିଂ ହେଉ । ପ୍ରତି ବିଭାଗରେ ଶକ୍ତିଶାଳୀ ନଜର ଆସୁଛନ୍ତି ଉଭୟ ଦଳ । ଫଳରେ ଆଜି ଦେଖିବାକୁ ମିଳିବ ଆଇପିଏଲ 2022ର ପାୱାର ପ୍ୟାକ୍ ପ୍ରଫରମାନ୍ସ ବାଲା ମ୍ୟାଚ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+