For Quick Alerts
Turn On Notification  
For Daily Alerts
Oneindia App Download

ଆଇପିଏଲ 2022 ପ୍ଲେ ଅଫ: ପ୍ରଥମ ଫାଇନାଲ ଲକ୍ଷରେ ପ୍ରଥମେ ବୋଲିଂ କରିବ ଗୁଜୁରାଟ୍ ଟାଇଟନ୍ସ

ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି ଚଳିତ ଆଇପିଏଲ ସିଜିନ (ଆଇପିଏଲ 2022)ର ପ୍ରଥମ କ୍ୱାଲିଫାୟର ମ୍ୟାଚ । ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି ।

|

କୋଲକତା: ସ୍ଥାନୀୟ ଇଡେନ୍ ଗାର୍ଡେନ୍ସ ଷ୍ଟାଡିୟମରେ ଗୁଜରାଟ ଟାଇଟାନ୍ ଏବଂ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଖେଳାଯାଉଛି ଚଳିତ ଆଇପିଏଲ ସିଜିନ ( ଆଇପିଏଲ 2022)ର ପ୍ରଥମ କ୍ୱାଲିଫାୟର ମ୍ୟାଚ । ଗୁଜୁରାଟ ଟାଇଟାନ୍ସ ଟସ୍ ଜିତି ରାଜସ୍ଥାନକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଛି । ଲିଗରେ ପ୍ରଥମ ଥର ପାଇଁ ଖେଳୁଥିବା ଟିମ୍ ଗୁଜୁରାଟର ଭାର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ କାନ୍ଧରେ ଥିବା ବେଳେ ଦ୍ବିତୀୟ ଟାଇଟଲ ଲକ୍ଷ୍ୟରେ ଥିବା ରାଜସ୍ଥାନ ଦଳର କମାଣ୍ଡ ସମ୍ଭାଳୁଛନ୍ତି ସଞ୍ଜୁ ସାମସନ୍ ।

GT vs RR IPL 2022

କହିରଖୁ କି, ଆଜି ମ୍ୟାଚର ବିଜେତା ସିଧାସଳଖ ଫାଇନାଲରେ ପହଞ୍ଚିବ । ଅନ୍ୟପଟେ ପରାଜିତ ଦଳ ଏଲିମିନେଟର ର ବିଜେତା ସହ ଦ୍ବିତୀୟ କ୍ୱାଲିଫାୟର ମ୍ୟାଚ ଖେଳିବାକୁ ବାଧ୍ୟ ହେବ ।

ଲିଗ୍ ଷ୍ଟେଜରେ ରାଜସ୍ଥାନ ଖେଳିଥିବା 14ଟି ମ୍ୟାଚରୁ 12ଟିରେ ଟସ ହାରିଥିଲେ ସଞ୍ଜୁସାମସନ । ସେହିପରି ରନ ଚେଜ୍ ରେ 6 ଥର ବିଜୟ ହୋଇଛି ଗୁଜୁରାଟ ଟାଇଟନ୍ସ । ତେବେ ରାଜସ୍ଥାନର ଏକାଦଶ କୌଣସି ପରିବର୍ତ୍ତନ ହୋଇନାହିଁ । ସେପଟେ ଗୁଜୁରାଟ ଦଳର ଗୋଟିଏ ପରିବର୍ତ୍ତନ ହୋଇଛି ।

1
53926
  • ରାଜସ୍ଥାନ ରୟାଲ୍ସ ଏକାଦଶ: ଯଶ୍ୱସୀ ଜସୱାଲ, ଜସ୍ ବଟଲର, ସଞ୍ଜୁ ସାମସନ (ୱିକେଟକିପର/ ଅଧିନାୟକ), ଦେବଦତ୍ତ ପାଡିକ୍କଲ, ରବିଚନ୍ଦ୍ରନ ଅଶ୍ୱିନ୍, ଶିମ୍ରନ୍ ହେଟମିୟର, ରିୟାନ୍ ପାରାଗ, ଟ୍ରେଣ୍ଟ ବୋଲ୍ଟ, ପ୍ରସିଦ୍ଧ କ୍ରିଷ୍ଣା, ୟୁଜଭେନ୍ଦ୍ର ଚହଲ, ଓବେଡ ମ୍ୟାକକୋଇ ।
1
53926
  • ଗୁଜୁରାଟ ଟାଇଟାନ୍ସ ଏକାଦଶ: ରିଦ୍ଧିମାନ ସାହା (ୱିକେଟକିପର), ଶୁବମନ ଗିଲ, ମାଥ୍ୟୁ ୱେଡ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଆର ସାଇ କିଶୋର, ୟଶ ଦିନଲ, ଅଲଜାରି ଜୋସେଫ, ମହମ୍ମଦ ଶାମି ।
ଆମକୁ ଫୋଲୋ କରନ୍ତୁ
Instagram Youtube
English summary
GT vs RR IPL 2022 Qualifier 1: Gujarat Titans won the toss, Rajasthan Royals team will bat first
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X