ଅବସର ଘୋଷଣା କଲେ ମହାନ ଟେନିସ ଖେଳାଳି ରୋଜର ଫେଡେରର
ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ଅବସର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ ପରେ ସେ ଟେନିସ୍ ପାଇଁ ସବୁଦିନ ପାଇଁ ବିଦାୟ ନେବେ ।
ନୂଆଦିଲ୍ଲୀ: ସୁଇଜରଲାଣ୍ଡର ମହାନ ଟେନିସ ଖେଳାଳି ରୋଜର ଫେଡେରର ଅବସର ଘୋଷଣା କରିଛନ୍ତି । ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ ପରେ ସେ ଟେନିସ୍ ପାଇଁ ସବୁଦିନ ପାଇଁ ବିଦାୟ ନେବେ । ଗୁରୁବାର ୪୧ ବର୍ଷିୟ ଏହି ଟେନିସ ଖେଳାଳି ଟ୍ୱିଟରରେ ଏକ ଇମୋସନାଲ ପୋଷ୍ଟ କରି ଅୂସର ଘୋଷଣା କରିଛନ୍ତି ।

ଫେଡେରର ପୁରୁଷ ସିଙ୍ଗିଲ୍ସରେ ସବୁଠାରୁ ଅଧିକ ଗ୍ରାଣ୍ଡ ସ୍ଲାମ ଜିତିଥିବା ଖେଳାଳିଙ୍କ ମଧ୍ୟରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ସେ ତାଙ୍କ କ୍ୟାରିୟରରେ ମୋଟ ୨୦ଗ୍ରାଣ୍ଡସ୍ଲାମ ଜିତିଛନ୍ତି। ଏଥିମଧ୍ୟରେ ୬ ଟି ଅଷ୍ଟ୍ରେଲିୟ ଓପନ୍, ଗୋଟିଏ ଫ୍ରେଞ୍ଚ ଓପନ୍, ଆଠଟି ୱିମ୍ବଲଡନ୍ ଏବଂ ପାଞ୍ଚଟି ୟୁଏସ୍ ଓପନ୍ ଟାଇଟଲ୍ ଅନ୍ତର୍ଭୁକ୍ତ । ରାଫେଲ ନାଡାଲ ସବୁଠାରୁ ଅଧିକ ୨୨ ଥର ଚାମ୍ପିୟନ ହୋଇଛନ୍ତି ।
ରୋଜର ଫେଡେରର୍ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ନୋଟ୍ରେ ଲେଖିଛନ୍ତି 'ଟେନିସ୍ ମୋତେ ବର୍ଷ ବର୍ଷ ଧରି ଦେଇଥିବା ସମସ୍ତ ଉପହାର ମଧ୍ୟରେ ସବୁଠୁ ବଡ଼ ହେଉଛି ଏହି ରାସ୍ତାରେ ମୁଁ ସାକ୍ଷାତ କରିଥିବା ସମସ୍ତ ବ୍ୟକ୍ତି। ମୋର ବନ୍ଧୁ, ମୋର ପ୍ରତିଯୋଗୀ ଏବଂ ସମସ୍ତ ପ୍ରଶଂସକ ଯେଉଁମାନେ ଖେଳ ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଛନ୍ତି, ସେମାନେ ହିଁ ମୋ ଉପହାର। ଆଜି ମୁଁ ତୁମ ମାନଙ୍କ ସହିତ ଏହି ଖବର ସେୟାର କରୁଛି।'
ଏଥି ସହିତ ବିଶ୍ବର ତୃତୀୟ ସର୍ବାଧିକ ଗ୍ରାଣ୍ଡସ୍ଲାମ ବିଜେତା ଓ ସର୍ବଶ୍ରେଷ୍ଠ ଟେନିସ୍ ଖେଳାଳି ରୋଜର ଫେଡେରର୍ କହିଛନ୍ତି ଯେ ଆସନ୍ତା ସପ୍ତାହରେ ଲଣ୍ଡନରେ ହେବାକୁ ଥିବା ଲାଭର କପ୍ ତାଙ୍କର ଶେଷ ଏଟିପି ଟୁର୍ନାମେଣ୍ଟ ହେବ । ୨୩ ରୁ ୨୬ ସେପ୍ଟେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ଲାଭର କପ୍ ଖେଳାଯିବ । ଫେଡେରର ଗତ ତିନି ବର୍ଷ ଧରି ଟେନିସ୍ କୋର୍ଟରେ ପ୍ରତ୍ୟାବର୍ତ୍ତନ ପାଇଁ ପ୍ରୟାସ କରୁଛନ୍ତି। ଆଣ୍ଠୁ ଅସ୍ତ୍ରୋପଚାର ହେତୁ ସେ ସମ୍ପୂର୍ଣ୍ଣ ଫିଟ୍ ହୋଇପାରି ନାହାଁନ୍ତି। ଫେଡେରର ମଧ୍ୟ ତାଙ୍କ ସଂଗ୍ରାମର କାହାଣୀକୁ ନୋଟରେ କହିଛନ୍ତି।












Click it and Unblock the Notifications