ଫ୍ୟାନ୍ସଙ୍କ ପାଇଁ ଖୁସି ଖବର, ଡିସଚାର୍ଜ ହେଲେ ଅଭିଶେକ ଶର୍ମା
ଟିମ ଇଣ୍ଡିଆକୁ ମିଳିଲା ଆଶ୍ବସ୍ତି । ମେଡିକାଲରୁ ଡିସଚାର୍ଜ ହେଲେ ଷ୍ଟାର ବ୍ୟାଟ୍ସମ୍ୟାନ ଅଭିଶେକ ଶର୍ମା । ବୁଧବାର ଅସୁସ୍ଥତା କାରଣରୁ ମେଡିକାଲରେ ଭର୍ତ୍ତି ହୋଇଥିଲେ । ତେବେ କୁହାଯାଉଥିଲା କି, ନାମ୍ବିଆ ବିପକ୍ଷ ମ୍ୟାଚରୁ ବାଦ ପନିପାରନ୍ତି । ଯଦି ସୁସ୍ଥ ହେବେ ସେ ଏହି ମ୍ୟାଚ ଖେଳିବେ । ମାତ୍ର ଏବେ ମେଡିକାଲରୁ ଡିସଚାର୍ଜ ହେବା ପରେ ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ।

ଅଭିଷେକଙ୍କ ହସ୍ପିଟାଲରେ ଭର୍ତ୍ତି ହେବାର ଖବର ପ୍ରସାରିତ ହେବା ପରଠାରୁ, ଭାରତୀୟ ପ୍ରଶଂସକମାନେ ସେ ଦ୍ୱିତୀୟ ମ୍ୟାଚ୍ ଖେଳିପାରିବେ କି ନାହିଁ ସେ ବିଷୟରେ ଚିନ୍ତିତ ଥିଲେ। ଏପର୍ଯ୍ୟନ୍ତ କୌଣସି ଘୋଷଣା କରାଯାଇ ନଥିଲେ ମଧ୍ୟ, ମ୍ୟାଚ୍ ର ଗୋଟିଏ ଦିନ ପୂର୍ବରୁ କିଛିଟା ଆଶ୍ୱସ୍ତି ମିଳିଛି । ଟିମ୍ ଇଣ୍ଡିଆର ବ୍ୟାଟ୍ସମ୍ୟାନ୍ ତିଲକ ବର୍ମା ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଥିଲେ ଯେ ଅଭିଷେକଙ୍କୁ ହସ୍ପିଟାଲରୁ ଡିସଚାର୍ଜ ହୋଇଛନ୍ତି । ଆଶା କରୁଛି, ସେ ଏହି ମ୍ୟାଚ୍ ପାଇଁ ଫିଟ୍ ହେବେ। ଆମ ପାଖରେ ଆଉ ଗୋଟିଏ ଦିନ ଅଛି, ତେଣୁ ଆମେ ଆସନ୍ତାକାଲି ନିଷ୍ପତ୍ତି ନେବୁ।"
ସେପଟେ ଅଭିଶେକ ଶର୍ମା ଯଦି ମ୍ୟାଚ ନଖେଳନ୍ତି ତାଙ୍କ ସ୍ଥାନରେ ସଞ୍ଜ ସାମସନ ଇଶାନଙ୍କ ଓପନିଂ କରିବେ ବୋଲି ଆଲୋଚନା ହେଉଛି । ନ୍ରୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ନୈରାଶ୍ୟ ଜନକ ପ୍ରଦର୍ଶନ କରିବା ପରେ ଅଣଦେଖା ହେଉଛନ୍ତି ସଞ୍ଜୁ । ତେବେ ଆସନ୍ତାକାଲି ଦ୍ବିତୀୟ ମ୍ୟାଚ ଖେଳାଯିବାକୁ ଥିବାବେଳେ ସୁଯୋଗ ମିଳିପାରେ । ଏହି ସୁଯୋଗର ଫାଇଦା ଉଠାଇଲେ ଆଗାମୀ ମ୍ୟାଚରେ ଦଳରେ ସ୍ଥାନ ପକ୍କା କରିପାରିବେ ।












Click it and Unblock the Notifications