Get Updates
Get notified of breaking news, exclusive insights, and must-see stories!

ଇତିହାସ ରଚିଲେ ଗୋଲ୍ଡେନ ବଏ ନୀରଜ ଚୋପ୍ରା

ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୯ ବର୍ଷ ପରେ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଭାରତକୁ ପଦକ ମିଳିଛି ।

ନୂଆଦିଲ୍ଲୀ: ରୌପ୍ୟ ଜିତିଲେ ସୁନା ପୁଅ । ବିଶ୍ବ ଆଥଲେଟିକ ଚାମ୍ପିଅନସିପରେ ଭାରତ ରଚିଲା ଇତିହାସ । ଜାଭିଲିନ ଥ୍ରୋରେ ଗୋଲ୍ଡେନ ବଏ ନୀରଜ ଚୋପ୍ରାଙ୍କୁ ମିଳିଲା ରୌପ୍ୟ ପଦକ । ଚତୁର୍ଥ ରାଉଣ୍ଡରେ ୮୮ ଦଶମିକ ୧୩ ମିଟର ଜାଭିଲନ ଫିଙ୍ଗି ରୌପ୍ୟ ପଦକ ଜିତିଛନ୍ତି ନିରୋଜ ଚୋପ୍ରା । ଅଞ୍ଜୁ ବବି ଜର୍ଜଙ୍କ ପରେ ଦ୍ବିତୀୟ ଭାରତୀୟ ଭାବେ ଜିତିଲେ ନୀରଜ ।

Neeraj Chopra

ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ରୌପ୍ୟ ଜିତି ଇତିହାସ ସୃଷ୍ଟି କରିଛନ୍ତି । ୧୯ ବର୍ଷ ପରେ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପରେ ଭାରତକୁ ପଦକ ମିଳିଛି । ୨୦୦୩ ମସିହାରେ ଅଞ୍ଜୁ ବବି ଜର୍ଜ ଲଙ୍ଗ ଜମ୍ପରେ ବ୍ରୋଞ୍ଜ ପଦକ ଜିତିଥିଲେ । ସେବେଠାରୁ କୌଣସି ଭାରତୀୟ ୱାଲ୍ଡ ଆଥଲେଟିକ୍ସ ଚାମ୍ପିଅନ୍ସିପ୍ରେ ପଦକ ଜିତିନଥିଲେ । ନୀରଜଙ୍କ ଏହି ସଫଳତା ପରେ ପରିବାରରେ ଖୁସି ଦେଖିବାକୁ ମିଳିଛି । ପରିବାର ଓ ସଂପର୍କୀୟ ମିଠା ବାଣ୍ଟି ଖୁସି ମନାଇଛନ୍ତି ।

ଟୋକିଓ ଅଲମ୍ପିକ ଚାମ୍ପିଅନ ନୀରଜ ବିଶ୍ବ ଚମ୍ପିଆନସିପରେ ଦ୍ବିତୀୟ ସ୍ଥାନରେ ରହି ରୌପ ପଦକ ନିଜ ନାମରେ କରିପାରିଛନ୍ତି । ୯୦.୪୬ ମିଟର ଶ୍ରେଷ୍ଠ ଥ୍ରୋ ସହ ସ୍ବର୍ଣ୍ଣ ପଦକ ହାତେଇଛନ୍ତି ଏଣ୍ଡରସନ ପିଟର୍ସ । ପ୍ରାରମ୍ଭିକ କ୍ଷେତ୍ରରେ ଆଣ୍ଡରସନ ଲଗାତାର ଦୁଇଥର ୯୦ ମିଟରରୁ ଅଧିକ ଥ୍ରୋ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+