ଦିନିକିଆ କ୍ରିକେଟରୁ ଅବସର ଘୋଷଣା କଲେ ଗ୍ଲେନ୍ ମାକ୍ସୱେଲ

ଦିନିକିଆ କ୍ରିକେଟରୁ ଅବସର ନେଲେ ଅଷ୍ଟ୍ରେଲିଆର ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ଗ୍ଲେନ୍ ମ୍ୟାକ୍ସୱେଲ୍। ହଠାତ୍ ଏହି ଷ୍ଟାର କ୍ରିକେଟର ଅବସର ଘୋଷଣା କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛନ୍ତି। ଦିନିକିଆରୁ ଅବସର ନେଇଥିଲେ ବି ମ୍ୟାକ୍ସୱେଲ୍ ଟି-୨୦ କ୍ରିକେଟ୍ ଖେଳିବା ଜାରି ରଖିବେ। ୨୦୧୨ରେ ଆଫଗାନିସ୍ତାନ ବିପକ୍ଷ ଦିନିକିଆରେ ଡେବ୍ୟୁ ପରେ, ମ୍ୟାକ୍ସୱେଲ୍ ଅଷ୍ଟ୍ରେଲିଆ ପାଇଁ ୧୪୯ଓଡିଆଇ ଖେଳିଥିଲେ, ଯେଉଁଥିରେ ସେ ୩୩.୮୧ ହାରରେ ଏବଂ ୧୨୬.୭୦ଷ୍ଟ୍ରାଇକ୍ ରେଟ୍ ସହିତ ୩,୯୯୦ ରନ୍ କରିଥିଲେ। ମ୍ୟାକ୍ସୱେଲ୍ ତାଙ୍କର ଉତ୍କୃଷ୍ଟ ଅଫ୍-ସ୍ପିନ୍ ବୋଲିଂ ସହିତ ୫୦ଓଭର ଫର୍ମାଟରେ ୭୭ୱିକେଟ୍ ନେବା ସହ ୯୧ଟି କ୍ୟାଚ୍ ମଧ୍ୟ କରିଥିଲେ।

Glenn Maxwell

'ଫାଇନାଲ ୱାର୍ଡ ପୋଡକାଷ୍ଟ'ରେ ମ୍ୟାକ୍ସୱେଲ ତାଙ୍କ ଅବସର ବିଷୟ ଜଣାଇ କହିଥିଲେ ଯେ, " ମୋତେ ଲାଗିଲା ଯେ, ମୁଁ ମୋ ଟିମ୍‌କୁ ନିରାଶ କରୁଛି। ଏବିଷୟରେ ମୁଁ (ଚୟନକର୍ତ୍ତାଙ୍କ ଅଧ୍ୟକ୍ଷ) ଜର୍ଜ ବେଲିଙ୍କ ସହ କଥା ହୋଇଥିଲି ଏବଂ ତାଙ୍କୁ ପଚାରିଥିଲି ଯେ, ମୋ ଭବିଷ୍ୟତ ବିଷୟରେ ତାଙ୍କର ମତ କ'ଣ। ଆମେ ୨୦୨୭ବିଶ୍ୱକପ୍ ବିଷୟରେ କଥା ହୋଇଥିଲୁ ଏବଂ ମୁଁ ତାଙ୍କୁ କହିଥିଲି, 'ମୁଁ ଭାବୁନାହିଁ ଯେ ମୁଁ ଏଥିରେ ସଫଳ ହୋଇପାରିବି। ଏବେ ମୋ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ନେବା ପାଇଁ ଯୋଜନା କରିବାର ସମୟ ଆସିଛି, ଯାହା ଦ୍ୱାରା ସେମାନେ ଏହି ଦଳକୁ ଆସି ଦଳକୁ ଆଗକୁ ନେଇପାରିବେ। ଆଶା କରୁଛି ସେମାନେ ସେହି ଭୂମିକା ବଜାୟ ରଖିବା ପାଇଁ ପର୍ଯ୍ୟାପ୍ତ ସୁଯୋଗ ପାଇବେ। ଭଲ ଖେଳିପାରୁଥିଲେ ମୁଁ କେତେ ବି ଦିନିକିଆରୁ ଅବସର ନେଇ ନଥାନ୍ତି। ମୋ ହିସାବରେ ମୋର ଶରୀର ଏବେ ପରିସ୍ଥିତି ଅନୁଯାୟୀ ପ୍ରତିକ୍ରିୟା ଦେଇପାରୁନାହିଁ।"

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+