ବିରାଟ କୋହଲିଙ୍କୁ ଲିପ୍ କିସ୍ କଲେ ଏହି ଯୁବତୀ ! ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଏହି ଭିଡିଓ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ ଝଟକା ଲାଗିଥିବା ନିଶ୍ଚିତ୍ । ହେଲେ ବାସ୍ତବରେ ଘଟଣା କିଛି ଏମିତି...

Virat Kohli News: ବିରାଟ କୋହଲିଙ୍କୁ ଲିପ୍ କିସ୍ । ପବ୍ଲିକଲି କୋହଲିଙ୍କୁ କିସ୍ କଲେ ଏହି ଯୁବତୀ । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଆପଣଙ୍କୁ ଝଟକା ଲାଗିଥିବା ନିଶ୍ଚିତ୍ । ହେଲେ ବାସ୍ତବରେ ଘଟଣା କିଛି ଏମିତି...
ଯୁବତୀ ଜଣଙ୍କ ବିରାଟ କୋହଲିଙ୍କ ଏକ ମହମ ଷ୍ଟାଚ୍ୟୁ ପାଖରେ ଠିଆ ହୋଇଛନ୍ତି। କୋହଲିଙ୍କ ଏହି ମହମହ ଷ୍ଟାଚ୍ୟୁ ମ୍ୟାଡାମ୍ ତୁସାଦ ସଂଗ୍ରହାଳୟରେ ସ୍ଥାପିତ ହୋଇଛି । ଏଠାରେ ଅବିକଳ କୋହଲିଙ୍କୁ ଦେଖି ଯୁବତୀ ବାସ୍ତବରେ ତାଙ୍କର ପ୍ରିୟ ଖେଳାଳିଙ୍କୁ ସାମ୍ନାରେ ପାଇଛନ୍ତି ବୋଲି ଭାବି ଦୌଡ଼ି ଯାଇଥିଲେ । ଆଉ ବିରାଟଙ୍କ ମହମ ଷ୍ଟାଚ୍ୟୁରେ ଚୁମ୍ବନ ଭରି ଦେଇଥିଲେ । ତେବେ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ କିଛି ଲୋକେ ଯୁବତୀଙ୍କୁ ସମର୍ଥନ କରୁଥିବା ବେଳେ ଆଉ କେହିକେହି ଯୁବତୀଙ୍କ ଏପରି ବ୍ୟବହାରରେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ।
Yeh dekhne se pehle main mar kyu nahi gayi😭😭😭😭 pic.twitter.com/vpTjmGXNUy
— Viratian forever! (@viratdiaries_) February 19, 2023
ସୂଚନାଥାଉ କି, ଅଷ୍ଟ୍ରେଲିଆ ବିପକ୍ଷ ଚାରି ଟେଷ୍ଟ ସିରିଜରେ ଭାରତୀୟ ଦଳ ୨-୧ରେ ଆଗୁଆ ରହିଛି । ଏହି ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍ ମାର୍ଚ୍ଚ ୨ ତାରିଖରୁ ଇନ୍ଦୋରର ହୋଲକର ଷ୍ଟାଡିୟମରେ ଖେଳାଯିବ। ଏହା ପରେ ମାର୍ଚ୍ଚ ୯ ରୁ ଅହମ୍ମଦାବାଦରେ ଚତୁର୍ଥ ଟେଷ୍ଟ ଅନୁଷ୍ଠିତ ହେବ । ଭାରତର ପୂର୍ବତନ ଅଧିନାୟକ ବିରାଟ କୋହଲି ପ୍ରଥମ ଦୁଇଟି ଟେଷ୍ଟରେ ବଡ଼ ଇନିଂସ ଖେଳିପାରି ନାହାଁନ୍ତି । ତେବେ ସେ କମ୍ ସ୍କୋରିଂ ମ୍ୟାଚ୍ ରେ ଉପଯୋଗୀ ଅବଦାନ ରଖିଛନ୍ତି ।
ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମର ଖେଳା ଯାଉଥିବା ମ୍ୟାଚରେ ବିରାଟ ପ୍ରଥମ ଇନିଂସରେ ୪୪ ଓ ଦ୍ୱିତୀୟ ଇନିଂସରେ ୨୦ ରନ କରିଥିଲେ । ତେବେ ବର୍ଡର-ଗାଭାସ୍କର ଟ୍ରଫିରେ ବୀରେନ୍ଦ୍ର ସେହୱାଗଙ୍କ ସର୍ବାଧିକ ରନ ହାସଲ ରେକର୍ଡକୁ ବିରାଟ ଅତିକ୍ରମ କରି ଯାଇଛନ୍ତି। ବିରାଟ ଭାରତର ସର୍ବାଧିକ ଟେଷ୍ଟ ରନ ସ୍କୋରର ତାଲିକାର ୬ଷ୍ଠ ସ୍ଥାନରେ ରହିଛନ୍ତି। ସେ ୧୦୬ଟି ଟେଷ୍ଟ ମ୍ୟାଚ୍ରେ ୮୧୯୫ ରନ କରିଛନ୍ତି।












Click it and Unblock the Notifications