ରୋହିତ ଓ ବିରାଟଙ୍କୁ ପ୍ରଶଂସା କଲେ ଗିଲ୍, କହିଲେ ‘ସେମାନଙ୍କର ଆବଶ୍ୟକତା ରହିଛି’

ଟେଷ୍ଟ ଟିମ୍ ପରେ ଶୁବମନ ଗିଲଙ୍କୁ ଦିନିକିଆ ଟିମର ଦାୟିତ୍ବ ଦିଆଯାଇଛି । ରୋହିତ ଶର୍ମାଙ୍କ ସ୍ଥାନରେ ଦିନିକିଆ ଟିମର ଅଧିନାୟକ ହୋଇଛନ୍ତି ଶୁବମନ ଗିଲ୍ । ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଦିନିକିଆ ଟିମର ଦାୟିତ୍ବ ନେବେ ଗିଲ୍ । ଅଷ୍ଟ୍ରେଲିଆ ଗସ୍ତରେ ଟିମ୍ ଇଣ୍ଡିଆ ୩ଟି ମ୍ୟାଚ ବିଶିଷ୍ଟ ସିରିଜ ଖେଳିବ । ଗିଲ୍ ଙ୍କ ଅଧିନାୟକତ୍ବରେ ରୋହିତ ଶର୍ମା ଏବଂ ବିରାଟ କୋହଲି ଭଳି ସିନିଅର ଖେଳାଳି ଖେଳିବେ ।

ୱେଷ୍ଟଇଣ୍ଡିଜ ବିପକ୍ଷରେ ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ହେବାକୁ ଥିବା ଦ୍ବିତୀୟ ଟେଷ୍ଟ ପୂର୍ବରୁ ଗିଲଙ୍କ ପ୍ରତିକ୍ରିୟା ସାମ୍ନାକୁ ଆସିଛି । ଶୁବମନ ଗିଲ କହିଛନ୍ତି, ରୋହିତ ଭାଇଙ୍କ ଧୈର୍ଯ୍ୟ ଏବଂ ଟିମରେ ଯେଉଁ ବନ୍ଧୁତା ରଖିଛନ୍ତି, ମୁଁ ସେଭଳି ରଖିବାକୁ ଚାହୁଁଛି । ତାଙ୍କ ଭଳି ମାହୋଲକୁ ଶାନ୍ତ ରଖିବାକୁ ଚାହୁଁଛି । ଏହାସହିତ ଦୁହିଁଙ୍କର ପ୍ରଶଂସା କରି କହିଛନ୍ତି, ମୁଁ ସେମାନଙ୍କ ସହିତ ଅନେକ ମ୍ୟାଚ ଖେଳିଛି । ଆଉ ବହୁତ କମ୍ ଲୋକଙ୍କ ପାଖରେ କୌଶଳ ଏବଂ ଅନୁଭବ ରହିଛି । ଆମକୁ ସେମାନଙ୍କର ଆବଶ୍ୟକତା ରହିଛି । ଆମକୁ ଅନେକ ମୁସ୍କିଲ ପରିସ୍ଥିତିରୁ ସେମାନେ ଉଦ୍ଧାର କରିଛନ୍ତି ।

Gill praises Rohit and Virat says they are needed

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ୧୯ ଅକ୍ଟୋବରରୁ ଖେଳାଯିବ । ଏହାପରେ ୨୩ ଅକ୍ଟୋବରରେ ଦ୍ବିତୀୟ ମ୍ୟାଚ ଏବଂ ୨୫ ଅକ୍ଟୋବରରେ ୩ୟ ମ୍ୟାଚ୍ ଖେଳାଯିବ । ଭାରତୀୟ ସମୟ ଅନୁସାରେ ଏହି ମ୍ୟାଚ ସକାଳ ୯ରେ ଆରମ୍ଭ ହେବ । ଏଥିପାଇଁ ପୂର୍ବରୁ ଟିମ୍ ଇଣ୍ଡିଆ ଘୋଷଣା ହୋଇସାରିଛି । ଯେଉଁଥିରେ ରୋହିତ ଶର୍ମା ଏବଂ ବିରାଟ କୋହଲି ସାମିଲ ରହିଛନ୍ତି ।

ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜ ପାଇଁ ଟିମ୍ : ରୋହିତ ଶର୍ମା, ବିରାଟ କୋହଲି, ଶୁବମନ ଗିଲ(ଅଧିନାୟକ), ଶ୍ରେୟସ ଆୟର (ଉପଅଧିନାୟକ), ଅକ୍ଷର ପଟେଲ, କେଏଲ ରାହୁଲ (ୱିକେଟ କିପର), ନୀତିଶ କୁମାର ରେଡ୍ଡୀ, ୱାଂଶିଟନ ସୁନ୍ଦର, କୁଲଦୀପ ଯାଦବ, ହର୍ଷିତ ରାଣା, ମହମ୍ମଦ ସିରାଜ, ଅର୍ଶଦୀପ ସିଂହ, ପ୍ରସିଦ୍ଧ କ୍ରିଷ୍ଣା, ଧ୍ରୁବ ଜୁରେଲ ଏବଂ ଯଶସ୍ବୀ ଜୟସୱାଲ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+