ଜୟସୱାଲ, ଗିଲ୍‌ଙ୍କ ଶତକ; ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତ ୩/୩୫୯

ଜୟସ୍ବାଲଙ୍କ ଶତକ ଏବଂ ଟେଷ୍ଟ୍‌ ଅଧିନାୟକ ଭାବେ ପ୍ରଥମ ପାଳିରେ ଶୁବମନ ଗିଲ୍‌ଙ୍କ ଅପରାଜିତ ଶତକ ବଳରେ ଭାରତ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ୍‌ର ପ୍ରଥମ ଦିନକୁ ଭାରତ ନିଜ ନିୟନ୍ତ୍ରଣରେ ମଧ୍ୟ ରଖିଛି। ବିଶ୍ବ ଟେଷ୍ଟ୍‌ ଚାମ୍ପିଅନ୍‌ସିପ୍‌ (ଡବ୍‌ଲ୍ୟୁଟିସି) ୨୦୨୫-୨୬ ଚକ୍ରର ଏହି ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ୍‌ ଶୃଙ୍ଖଳାର ହେଡିଂଲେରେ ଖେଳାଯାଇଥିବା ଏହି ମ୍ୟାଚ୍‌ର ପ୍ରଥମ ଦିନର ରିପୋର୍ଟ ଲେଖା ବେଳକୁ ଭାରତ ୩ ୱିକେଟ୍‌ ହରାଇ ୩୫୦ ରନ୍‌ କରିଛି। ଗିଲ୍‌ ୧୨୬* (୧୬୬, ୧୬ ଚୌକା, ୧ ଛକା) ଏବଂ ପନ୍ତ ୫୭* (୯୬ ବଲ୍‌, ୬ ଚୌକା, ୧ ଛକା) ରନ୍‌ରେ ବ୍ୟାଟିଂ କରୁଛନ୍ତି। ଟେଷ୍ଟ୍ ଜୀବନରେ ଏହା ଜୟସ୍ବାଲଙ୍କ ପଞ୍ଚମ ଏବଂ ଗିଲ୍‌ଙ୍କ ଷଷ୍ଠ ଶତକ।

ଶୁକ୍ରବାର ଆଣ୍ଡରସନ୍‌-ତେନ୍ଦୁଲକର ଟ୍ରଫିର ପ୍ରଥମ ମ୍ୟାଚ୍‌ରେ ଇଂଲଣ୍ଡ ଟସ୍‌ ଜିତି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା। ଦୁଇ ଓପନର୍‌ କେଏଲ୍‌ ରାହୁଲ ଓ ଜୟସ୍ବାଲ ପ୍ରଥମ ୱିକେଟ୍‌ରେ ୯୧ ରନ୍‌ ଯୋଡ଼ି ଭଲ ଆରମ୍ଭ ଦେଇଥିଲେ।

Gill and Jaiswal hundreds power India

ରାହୁଲ (୪୨)ଙ୍କୁ ବ୍ରାଇଡନ୍‌ କାର୍ସ ଆଉଟ୍‌ କରିବା ପରେ ପଦାର୍ପଣ କରିଥିବା ସାଇ ସୁଦର୍ଶନ (୦)ଙ୍କୁ ଅଧିନାୟକ ବେନ୍‌ ଷ୍ଟୋକ୍ସ ପ୍ୟାଭିଲିୟନ ପଠାଇ ଦେବାରୁ ଭାରତ ୯୨/୨ରେ ସଂଘର୍ଷ କରିଥିଲା। ମଧ୍ୟାହ୍ନ ଭୋଜନ ବିରତି ପରେ ଜୟସ୍ବାଲ ଓ ଗିଲ୍‌ ତୃତୀୟ ୱିକେଟ୍‌ରେ ୧୨୯ ରନ୍‌ ଯୋଡ଼ି ସ୍ଥିତି ସୁଧାରି ନେଇଥିଲେ। ଜୟସ୍ବାଲ (୧୦୧, ୧୫୯ ବଲ୍‌, ୯ ଚୌକା, ୧ ଛକା)ଙ୍କୁ ଷ୍ଟୋକ୍ସ ବୋଲ୍ଡ କରି ଦେଇଥିଲେ। ଏଥିସହ ଇଂଲଣ୍ଡ ମାଟିରେ ପଦାର୍ପଣରେ ଶତକ ଅର୍ଜନ କରିବାରେ ଜୟସ୍ବାଲ ପଞ୍ଚମ ଖେଳାଳି ହୋଇଥିଲେ। ତାଙ୍କ ପୂର୍ବରୁ ବିଜୟ ମଞ୍ଜେରକର (୧୩୩ ରନ୍‌, ହେଡିଂଲେ, ୧୯୫୨), ସନ୍ଦୀପ ପାଟିଲ (୧୨୯*, ଓଲ୍ଡ ଟ୍ରାଫୋର୍ଡ, ୧୯୮୨), ସୌରଭ ଗାଙ୍ଗୁଲି (୧୩୧, ଲର୍ଡ୍ସ, ୧୯୯୬) ଏବଂ ମୁରଲୀ ବିଜୟ (୧୪୬, ଟ୍ରେଣ୍ଟ ବ୍ରିଜ୍‌, ୨୦୧୪) ଶତକ ଅର୍ଜନ କରିଥିଲେ। ସେହିଭଳି ଗିଲ୍‌ ମଧ୍ୟ ଟେଷ୍ଟ୍‌ ପଦାର୍ପଣ ଅଧିନାୟିକତ୍ବ ପାଳିରେ ଶତକ ଅର୍ଜନ କରିବାରେ ଚତୁର୍ଥ ଭାରତୀୟ ହୋଇଛନ୍ତି। ‌ତାଙ୍କ ପୂର୍ବରୁ ବିଜୟ ହଜାରେ (୧୬୪*, ଇଂଲଣ୍ଡ, ଦିଲ୍ଲୀ, ୧୯୫୧), ସୁନିଲ ଗାଭାସ୍କର (୧୧୬, ନ୍ୟୁଜିଲାଣ୍ଡ, ଅକ୍‌ଲାଣ୍ଡ, ୧୯୭୬) ଏବଂ ବିରାଟ କୋହଲି (୧୧୫, ଅଷ୍ଟ୍ରେଲିଆ, ଆଡିଲେଡ୍‌, ୨୦୧୪) ଅଧିନାୟକତ୍ବ ପଦାର୍ପଣ ପାଳିରେ ଶତକ ଅର୍ଜନ କରିଥିଲେ। ଏ କ୍ଷେତ୍ରରେ ସେ ବିଶ୍ବର ୨୩ତମ ଏବଂ ହର୍ବି ଟେଲର, ଆଲିଷ୍ଟର କୁକ୍‌ ଓ ଷ୍ଟିଭେନ୍‌ ସ୍ମିଥ୍‌ଙ୍କ ପରେ ଚତୁର୍ଥ କନିଷ୍ଠ ଅଧିନାୟକ ହୋଇଛନ୍ତି।

ସଂକ୍ଷିପ୍ତ ସ୍କୋର୍‌: ଭାରତର ପ୍ରଥମ ପାଳି ୮୨.୪ ଓଭରରେ ୩୫୦/୩ (ଶୁବମନ ଗିଲ୍‌ ୧୨୬*, ଯଶସ୍ବୀ ଜୟସ୍ବାଲ ୧୦୧, କେଏଲ୍‌ ରାହୁଲ ୪୨, ଋଷଭ ପନ୍ତ ୫୭*, ବେନ୍‌ ଷ୍ଟୋକ୍ସ ୨/୪୩, ବ୍ରାଇଡନ୍‌ କାର୍ସ ୧/୭୦)।

ଗୋଟିଏ ଓଭରରେ ୭ ବଲ୍‌
ମ୍ୟାଚ୍‌ର ୫୧ତମ ଓଭରରେ ଏକ ମଜାଦାର ଘଟଣା ଦେଖିବାକୁ ମିଳିଥିଲା। ଏହି ଓଭର ବେନ୍‌ ଷ୍ଟୋକ୍ସ ବୋଲିଂ କରିଥିଲେ। ଅମ୍ପାୟାର ସିବି ଗଫାନିଙ୍କ ଅନ୍ୟମନସ୍କତା ଯୋଗୁଁ ଷ୍ଟୋକ୍ସ ଏହି ଓଭରରେ ୭ ବଲ୍‌ ପକାଇଥିଲେ। ‌ୱିକେଟ୍‌ ପଛପଟେ ଥିବା ହେଲ୍‌ମେଟ୍‌ରେ ବଲ୍‌ ବାଜିବାରୁ ଭାରତ ଖାତାରେ ‌୫ ପେନାଲ୍‌ଟି ରନ୍‌ ଯୋଡ଼ା ହୋଇଥିଲା। ଏଥିସହ ଏହି ଓଭର‌ରୁ‌ ୬ ରନ୍‌ ସଂଗୃହୀତ ହୋଇଥିଲା।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+