ଗମ୍ଭୀରଙ୍କ ଟାର୍ଗେଟରେ ବିରାଟ : 8 ବର୍ଷ ହେଲା ଗୋଟିଏ ଟ୍ରଫି ନାହିଁ, ତଥାପି ଅଧିନାୟକ?
ଗମ୍ଭୀରଙ୍କ ଟାର୍ଗେଟରେ ବିରାଟ
ନୂଆଦିଲ୍ଲୀ : ବିରାଟ କୋହଲୀଙ୍କ ଅଧିନାୟକତ୍ତ୍ୱରେ ଥିବା ରୟାଲ ରାଲେଞ୍ଜର୍ସ ବାଙ୍ଗାଲୋର ଆଇପିଏଲରୁ ବିଦା ହୋଇ ସାରିଛି । ଗତ ଶୁକ୍ରବାର ଖେଳାଯାଇଥିବା ଏଲମିନେଟର୍ ମ୍ୟାଚରେ ସନରାଇର୍ଜସ ହାଇଦ୍ରାବାଦ ଠାରୁ ହାରି ଆରସିବି ଚଳିତ ଆଇପିଏଲରୁ ବାଦ୍ ପଡିଛି । ବିରାଟ ନିର୍ଧାରିତ 20 ଓଭରରେ 131 ରନ୍ କରିଥିବା ବେଳେ 132ରନ ବିଜୟର ପିଛା କରି ସନରାଇର୍ଜସ 19.4 ଓଭରରେ 4 ଉଇକେଟ୍ ହରାଇ ଏହି ମ୍ୟାଚକୁ ଜିତି ନେଇଛି ।
ଆରସିବିର ଏହି ପରାଜୟ ପରେ ଟିମ୍ ଇଣ୍ଡିଆର ପୂର୍ବତନ ଖେଳାଳୀ ଗୌତମ ଗମ୍ଭୀର ବିରାଟଙ୍କ ଅଧିନାୟକତ୍ତ୍ୱ ଏବଂ ଟିମ୍ ଉପରେ ବର୍ଷିଛନ୍ତି । ଏକ ସାକ୍ଷାତକାରରେ ସେ କହିଛନ୍ତି ଆରସିବି ଏବେ ତାର ଅଧିନାୟକ ବଦଳାଇବା ଦିଗ ପ୍ରତି ଧ୍ୟାନ ଦେବା ଦରକାର । କାରଣ ସମସ୍ୟା ଏଠି ଦଳର ଦାଇତ୍ତ୍ୱ ନେବା ନେଇ ସୃଷ୍ଟି ହୋଇଛି ।

ଏହାଛଡା ଆରସିବି ବିନା ଟ୍ରଫିରେ 8 ବର୍ଷ । ଅନ୍ୟ କ୍ୟାପଟେନ୍ କିମ୍ବା ଖେଳାଳୀଙ୍କୁ ବିନା ଟ୍ରଫିରେ ଏଠି ରଖନ୍ତି ନାହିଁ । ଆରସିବି ବିରାଟ କୋହଲୀଙ୍କୁ ଅଧିନାୟକରୁ ହଟାଇ ଆଉ କାହାକୁ ଦେବା କଥା ଚିନ୍ତା କରିବା ଉଚିତ୍ ବୋଲି ଗମ୍ଭୀର କହିଛନ୍ତି । ଆହୁରୀ ମଧ୍ୟ ବିରାଟଙ୍କ ନାଁ ନନେଇ ଗମ୍ଭୀର କହିଛନ୍ତି ଯେପର୍ଯ୍ୟନ୍ତ ହାର୍ ପାଇଁ ଲିଡରସିପ୍ ନିଜକୁ ଦାୟୀ ନ କରିବ ସେ ପର୍ଯ୍ୟନ୍ତ ଏମିତି ଚାଲିବ । ପ୍ରତିବର୍ଷ କୋଚ୍ ବଦଳା ଯାଉଛି । କିନ୍ତୁ ସମସ୍ୟା ଅନ୍ୟ କେଉଁଠି ରହୁଛି । ଗମ୍ଭୀରଙ୍କ ଏହି ଶାଣୀତ ଟାର୍ଗେଟକୁ ନେଇ କ୍ରିକେଟରେ ଚର୍ଚ୍ଚା ଦେଖିବାକୁ ମିଳିଛି । ସୂଚନାଥାଉକି, ଚଳିତ ବର୍ଷ ଆଇପିଏଲରେ ଆରସିବି 5ଟି ମ୍ୟାଚ ଜିତି ଥିବା ବେଳେ 5ଟି ମ୍ୟାଚ୍ ହାରିଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications