Gautam Gambhir: ସିରିଜ ପରାଜୟ ପରେ ଗୌତମ ଗମ୍ଭୀରଙ୍କ ଉପରେ ପ୍ରଶ୍ନବାଚୀ
ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଲଜ୍ଜାଜନକ ସିରିଜ୍ ପରାଜୟ ପରେ ଚାପରେ ଭାରତୀୟ ଦଳର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର । ଟିମ୍ ଇଣ୍ଡିଆର ହେଡ୍ କୋଚ୍ ଭାବରେ ନିଯୁକ୍ତ ହେବାର ମାତ୍ର ତିନି ମାସ ମଧ୍ୟରେ ଗମ୍ଭୀରଙ୍କ ପ୍ରଶିକ୍ଷଣରେ ଭାରତୀୟ ଦଳର ପ୍ରଦର୍ଶନ ଏତେ ଭଲ ନାହିଁ । ବାଂଲାଦେଶ ବିପକ୍ଷ ସିରିଜରେ ଆକ୍ରାମକ ଅନ୍ଦାଜରେ ଖେଳି ୨-୦ରେ ସିରିଜ ଜିତିବା ପରେ ଯେଉଁମାନେ ଗମ୍ଭୀରଙ୍କୁ ପ୍ରଶଂସା କରୁଥିଲେ, ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ସିରିଜ ପରାଜୟ ପରେ ସେମାନେ ଏବେ ଏହି ଯୋଡ଼ି ଉପରେ ପ୍ରଶ୍ନ ଉଠାଇବା ଆରମ୍ଭ କଲେଣି।
ମୁଖ୍ୟ ପ୍ରଶିକ୍ଷକ ଭାବେ ଗମ୍ଭୀର ଦାୟିତ୍ୱ ଗ୍ରହଣ କରିବା ପରେ ଭାରତ ୨୭ ବର୍ଷରେ ପ୍ରଥମ ଥର ପାଇଁ ଶ୍ରୀଲଙ୍କା ବିପକ୍ଷରେ ଏକ ଦିନିକିଆ ସିରିଜ ହାରିଥିଲା। ଏବେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଟେଷ୍ଟରେ ଘରୋଇ ମାଟିରେ ଭାରତ ୦-୩ରେ ସିରିଜ ହାରିଛି। ଏହା ପୂର୍ବରୁ ତିନି କିମ୍ବା ଅଧିକ ମ୍ୟାଚ୍ ବିଶିଷ୍ଟ ସିରିଜରେ ଭାରତ କେବେ ମୂଳପୋଛ ହୋଇନଥିଲା।

ଜଣେ ପ୍ରଶିକ୍ଷକ ଦଳ ସହିତ ଖେଳକୁ ନେଇ ଯୋଜନା କରିପାରିବେ। କିନ୍ତୁ ସ୍ପିନରଙ୍କ ବିପକ୍ଷରେ ଭାରତୀୟ ବ୍ୟାଟରଙ୍କ ଦୁର୍ବଳତା ଜାଣିବା ସତ୍ତ୍ୱେ ମୁମ୍ବାଇରେ ସମ୍ପୂର୍ଣ୍ଣ ସ୍ପିନରଙ୍କୁ ସୁହାଇଲା ଭଳି ପିଚ୍ ଚୟନ କରିବାକୁ ନେଇ ଗମ୍ଭୀରଙ୍କ ଉପରେ ପ୍ରଶ୍ନ ଉଠିଛି। ପ୍ରତ୍ୟେକ ପରିସ୍ଥିତିରେ ସେ ଖେଳାଳିଙ୍କଠାରୁ ସମାନ ମନୋଭାବ ଆଶା କରୁଛନ୍ତି। ଏହାକୁ ନେଇ ବହୁ ପୂର୍ବତନ କ୍ରିକେଟର ମଧ୍ୟ ପ୍ରଶିକ୍ଷକଙ୍କ ଉପରେ ପ୍ରଶ୍ନ ଉଠାଇଛନ୍ତି। ମୁମ୍ବାଇରେ ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟେଷ୍ଟର ଦ୍ୱିତୀୟ ସନ୍ଧ୍ୟାରେ ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କୁ ନାଇଟ୍-ୱାଚର୍ ଭାବରେ ପଠାଇବା ଏବଂ ପ୍ରଥମ ଇନିଂସରେ ସରଫରାଜ ଖାନଙ୍କୁ ଆଠ ନମ୍ବର ସ୍ଥାନରେ ବ୍ୟାଟିଂ ପାଇଁ ପଠାଇବା ନିଷ୍ପତ୍ତି ଉପରେ ମଧ୍ୟ ସମସ୍ତେ ପ୍ରଶ୍ନ ଉଠାଉଛନ୍ତି।
ଭାରତୀୟ ଦଳ ସହିତ କୋଚ୍ ଗମ୍ଭୀରଙ୍କ ପ୍ରାରମ୍ଭିକ ରିପୋର୍ଟ ସେତେଟା ଭଲ ନାହିଁ। ବିଭିନ୍ନ ସିରିଜ ପାଇଁ ଦଳ ଚୟନ ପ୍ରସଙ୍ଗରେ ଗମ୍ଭୀରଙ୍କୁ ମଧ୍ୟ ଅନେକ ସ୍ୱାଧୀନତା ଦିଆଯାଇଛି। ଏହା ସତ୍ତ୍ୱେ ଦଳର ପ୍ରଦର୍ଶନ ଆଖିଦୃଶିଆ ହୋଇନାହିଁ। ତେବେ ଯଦି ଅଷ୍ଟ୍ରେଲିଆ ଗସ୍ତ ସମୟରେ ଦଳର ପ୍ରଦର୍ଶନରେ କୌଣସି ଉନ୍ନତି ପରିଲକ୍ଷିତ ନହୁଏ, ତେବେ ଭବିଷ୍ୟତରେ ସେ ଦଳ ଚୟନ ସମ୍ବନ୍ଧୀୟ ପ୍ରସଙ୍ଗରେ ଆଉ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବେ ନାହିଁ ବୋଲି କୁହାଯାଉଛି।












Click it and Unblock the Notifications