Get Updates
Get notified of breaking news, exclusive insights, and must-see stories!

Gautam Gambhir: ଗମ୍ଭୀର ହେବେ ଟିମ୍ ଇଣ୍ଡିଆ କୋଚ୍ ! ଖୁବଶୀଘ୍ର ହୋଇପାରେ ଘୋଷଣା

ଗମ୍ଭୀର ହେବେ ଟିମ୍ ଇଣ୍ଡିଆ କୋଚ୍ ! ଭାରତୀୟ କ୍ରିକେଟ୍ ଦଳର ମୁଖ୍ୟ କୋଚ୍ ଭାବେ ପୂର୍ବତନ ଭାରତୀୟ ଓପନର ଗୌତମ ଗମ୍ଭୀରଙ୍କୁ ଦାୟିତ୍ଵ ଦିଆଯିବ ବୋଲି ଏକ ପ୍ରକାରର ନିଶ୍ଚିତ । ବିସିସିଆଇ ଯେକୌଣସି ସମୟରେ ବିଧିବଦ୍ଧ ଭାବେ ତାଙ୍କ ନାମ ଘୋଷଣା କରିପାରେ ।

ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଗମ୍ଭୀରଙ୍କୁ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ଭାବେ ନିଯୁକ୍ତି ଦିଆଯିବ । ମିଳିଥିବା ସୂଚନା ଅନୁଯାୟୀ, କୋଚ୍ ପଦ ପାଇଁ ବିସିସିଆଇ ଓ ଗୌତମ ଗମ୍ଭୀରଙ୍କ ମଧ୍ୟରେ କଥାବାର୍ତ୍ତା ଚାଲିଛି । ଏପର୍ଯ୍ୟନ୍ତ ତାଙ୍କ ନାମ ଔପଚାରିକଭାବେ ଘୋଷଣା ହୋଇନଥିଲେ ବି ଗମ୍ଭୀରଙ୍କ ନାମରେ ମୋହର ଲାଗିଛି ବୋଲି ଜଣାପଡ଼ିଛି ।

ସେ ବିଶ୍ୱକପ୍ ବିଜେତା ଦଳର ସଦସ୍ୟ । ଗମ୍ଭୀର ଜଣେ ମେଣ୍ଟର ଭାବେ ମଧ୍ୟ ସଫଳ ହୋଇଛନ୍ତି । ସେ ଚଳିତ ଆଇପିଏଲ୍ରେ କୋଲକାତା ନାଇଟ୍ ରାଇଡର୍ସର ମେଂଟର ଥିଲେ ଏବଂ ଦଳ ଟାଇଟଲ୍ ଜିତିଛି ।

Gautam Gambhir

କ୍ରିକବଜର ଏକ ରିପୋର୍ଟ ଅନୁଯାୟୀ, ଏକ ଆଇପିଏଲ୍ ଫ୍ରାଞ୍ଚାଇଜର ମାଲିକ ଏହି ବିଷୟରେ ସୂଚନା ଦେଇଛନ୍ତି । ଖବର ଅନୁସାରେ ଗୌତମ ଗମ୍ଭୀର ଟିମ୍ ଇଣ୍ଡିଆର ପରବର୍ତୀ ମୁଖ୍ୟ କୋଚ୍ ହେବେ ବୋଲି ସେ କହିଛନ୍ତି ।

ଯଦି ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟରେ ଦଳରେ ସ୍ଥାନ ଦିଆଯାଏ, ତେବେ ସେ ପ୍ରଥମ ଥର ପାଇଁ କୌଣସି ଜାତୀୟ ଦଳର ପ୍ରଶିକ୍ଷକ ହେବେ। ଇଣ୍ଡିଆନ୍ ପ୍ରିମିୟର ଲିଗ୍ ରେ ଗୌତମ ଗମ୍ଭୀର ଲକ୍ଷ୍ନୌ ସୁପରଜାଏଣ୍ଟସର ମେଣ୍ଟର ଥିଲେ ଏବଂ ନିକଟରେ କୋଲକାତା ନାଇଟ୍ ରାଇଡର୍ସ ଆଇପିଏଲ ଜିତିଥିଲା। ଏହା ପରେ ବିସିସିଆଇ ସଚିବ ଜୟ ଶାହା ଓ ଗମ୍ଭୀରଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ବର୍ତ୍ତମାନର କୋଚ୍ ରାହୁଲ ଦ୍ରାବିଡ଼ ଆଗାମୀ ଟି୨୦ ବିଶ୍ବକପ୍ ପରେ କୋଚ ପଦ ଛାଡ଼ିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+