Gautam Gambhir: ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର
ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍ ହେଲେ ଗୌତମ ଗମ୍ଭୀର । ଗୌତମ ଗମ୍ଭୀର ହେଲେ ଟିମ୍ ଇଣ୍ଡିଆର ମୁଖ୍ୟ କୋଚ୍। ବିସିସିଆଇ ସଂପାଦକ ଜୟ ଶାହ ଆଜି ଏହି ଘୋଷଣା କରିଛନ୍ତି। ଟିମ ଇଣ୍ଡିଆ ପାଇଁ ଗୌତମ ଗମ୍ଭୀରଙ୍କ ଅନେକ ଅବାଦନ ରହିଛି ।
ଗମ୍ଭୀର ୨୦୧୧ ବିଶ୍ୱକପ ଦଳର ସଦସ୍ୟ ରହିଥିଲେ । ଏହାସହ ତାଙ୍କ ଦମଦାର ପ୍ରଦର୍ଶନ ପାଇଁ ଭାରତ ବିଶ୍ୱକପ ଜିତିବାରେ ସଫଳ ହୋଇପାରିଥିଲା । ସେହିପରି ଗମ୍ଭୀର ଟିମ ଇଣ୍ଡିଆ ପାଇଁ ୫୮ ଟେଷ୍ଟ ମ୍ୟାଚ ଖେଳି ୪ ହଜାର ୧୫୪ ରନ କରିଛନ୍ତି । ୧୪୭ ଦିନିକିଆ ଖେଳି ୫ ହଜାର ୨୩୮ ରନ କରିଛନ୍ତି । ଟି-୨୦ରେ ୩୭ ମ୍ୟାଚ ଖେଳି ୯୩୨ ରନ କରିପାରିଛନ୍ତି । ତେବେ ଆଇପିଏଲରେ କୋଲକାତାକୁ ୩ ଥର ଚାମ୍ପିୟନ କରାଇବାରେ ଗମ୍ଭୀରଙ୍କ ଅନେକ ଭୂମିକା ରହିଛି । ୨ଥର ଅଧିନାୟକ ଭାବେ ଚାମ୍ପିୟନ କରାଇଥିବା ବେଳେ ଥରେ କୋଚ ଭାବେ ସଫଳତା ଦେଇଛନ୍ତି ।

ଟିମ ଇଣ୍ଡିଆର କୋଚ ହେବା ନେଇ ଗମ୍ଭୀରଙ୍କ ନାଁ ଅନେକ ଦିନ ହେବ ଚର୍ଚ୍ଚା ହେଉଥିଲା । କାରଣ ଟି-୨୦ ବିଶ୍ୱକପ ପରେ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ ଶେଷ ହୋଇ ସାରିଛି ।
It is with immense pleasure that I welcome Mr @GautamGambhir as the new Head Coach of the Indian Cricket Team. Modern-day cricket has evolved rapidly, and Gautam has witnessed this changing landscape up close. Having endured the grind and excelled in various roles throughout his… pic.twitter.com/bvXyP47kqJ
— Jay Shah (@JayShah) July 9, 2024
ଆଇପିଏଲ ଟିମ୍ କୋଲକାତା ନାଇଟ ରାଇଡର୍ସ(KKR)କୁ ଝଟକା ଲାଗିଛି । କାରଣ ଗମ୍ଭୀର ମାର୍ଗଦର୍ଶନରେ ଦଳ ଚଳିତ ବର୍ଷ ଆଇପିଏଲ୍ ଚାମ୍ପିୟନ ହୋଇଥିଲା। ସେହିପରି ତାଙ୍କୁ ଆସନ୍ତା ୧୦ ବର୍ଷ ପାଇଁ ଟିମ୍ର ମେଣ୍ଟର ବା ମାର୍ଗଦର୍ଶକ କରି ରଖିବା ପାଇଁ ଯୋଜନା କରିଥିଲେ ଏହାର ସହ-ମାଲିକ ଶାହରୁଖ ଖାନ।
ତେବେ ଗମ୍ଭୀରଙ୍କ ସ୍ଥାନ ପୂରଣ କରିବାକୁ ରାହୁଲ ଡ୍ରାଭିଡଙ୍କ ଉପରେ ନଜର ପକାଇଛି କୋଲକାତା ନାଇଟ ରାଇଡର୍ସ। ସୂଚନା ଅନୁଯାୟୀ, ଗମ୍ଭୀରଙ୍କ ପରେ ଦଳ ଆଉ କାହାକୁ ମେଣ୍ଟର କରିବ, ସେ ନେଇ ଏକ ତାଲିକା ପ୍ରସ୍ତୁତ କରିଛି। ଆଉ ସେଥିରେ ରାହୁଲ ଡ୍ରାଭିଡଙ୍କ ନାଁ ମଧ୍ୟ ରହିଛି। କିନ୍ତୁ ଦଳ ଏଯାଏଁ ରାହୁଲଙ୍କ ସହିତ ଏ ନେଇ କଥାବାର୍ତ୍ତା କରି ନାହିଁ ।
-
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ -
ସାବଧାନ ! ଖାଉଛନ୍ତି କଞ୍ଚା ଆମ୍ବ ତେବେ ନିହାତି ଜାଣନ୍ତୁ ଏହି କଥା, ନଚେତ୍...












Click it and Unblock the Notifications