ଭାରତୀୟ ପୁରୁଷ କ୍ରିକେଟ ଟିମ୍ର ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର
Gautam Gambhir India Team Head Coach: ଭାରତୀୟ ପୁରୁଷ କ୍ରିକେଟ ଟିମ୍ର ହେଡ୍ କୋଚ୍ ହେଲେ ଗୌତମ ଗମ୍ଭୀର । ଏ ନେଇ ସୂଚନା ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ଜୟ ଶାହା । ସେ ନିଜ 'ଏକ୍ସ' ରେ ଏ ନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି ।

ଜୟ ଶାହା ଏକ୍ସରେ ଲେଖିଛନ୍ତି, "ଅତି ଆନନ୍ଦରେ ମୁଁ ଶ୍ରୀ ଗୌତମ ଗମ୍ଭୀରଙ୍କୁ ଭାରତୀୟ କ୍ରିକେଟ୍ ଦଳର ନୂତନ ହେଡ୍ କୋଚ୍ ଭାବରେ ସ୍ୱାଗତ କରୁଛି । ଆଧୁନିକ ଯୁଗର କ୍ରିକେଟ୍ ଦ୍ରୁତ ଗତିରେ ବିକଶିତ ହୋଇଛି ଏବଂ ଗୌତମ ଏହି ପରିବର୍ତ୍ତନକୁ ଅତି ନିକଟରୁ ଦେଖିଛନ୍ତି । ନିଜ କ୍ୟାରିଅରରେ ବିଭିନ୍ନ ଭୂମିକାରେ ଉତ୍କର୍ଷ ପ୍ରଦର୍ଶନ ପରେ ମୁଁ ନିଶ୍ଚିତ ଯେ, ଭାରତୀୟ କ୍ରିକେଟ୍ କୁ ଆଗେଇ ନେବା ପାଇଁ ଗୌତମ ଜଣେ ଆଦର୍ଶ ବ୍ୟକ୍ତି ।"
It is with immense pleasure that I welcome Mr @GautamGambhir as the new Head Coach of the Indian Cricket Team. Modern-day cricket has evolved rapidly, and Gautam has witnessed this changing landscape up close. Having endured the grind and excelled in various roles throughout his… pic.twitter.com/bvXyP47kqJ
— Jay Shah (@JayShah) July 9, 2024












Click it and Unblock the Notifications