ସବୁଠୁ ମହଙ୍ଗା ମହିଳା ଆଇପିଏଲ ଦଳ କିଣିଲେ ଗୌତମ ଅଦାନୀ
ପୁରୁଷ ଆଇପିଏଲର ସଫଳତା ପରେ ବିସିସିଆଇ ଆୟୋଜିତ କରୁଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକା ଯାଇଛି ।
ନୂଆଦିଲ୍ଲୀ: ପୁରୁଷ ଆଇପିଏଲର ସଫଳତା ପରେ ବିସିସିଆଇ ଆୟୋଜିତ କରୁଛି ମହିଳା ପ୍ରିମିୟର ଲିଗ । ଏନେଇ ବିସିସିଆଇ ତରଫରୁ ଟିମ୍ ନିଲାମ କରାଯାଇଛି । ମୋଟ ୪୬୬୯.୯୯ କୋଟି ଟଙ୍କାର ନିଲାମ ଡକା ଯାଇଛି ।

ତେବେ ଏହି ଦଳମାନଙ୍କ ମଧ୍ୟକୁ ଏସିଆର ନଂ୧ ଧନୀ ଗୌତମ ଅଦାନୀଙ୍କ କମ୍ପାନି ଅଦାନୀ ଗ୍ରୁପ୍ ୧୨୯୦ କୋଟି ଟଙ୍କା ବିନିମୟରେ ଗୋଟିଏ ମହିଳା ଆଇପିଏଲ ଫ୍ରାଞ୍ଚାଇଜି କିଣିଛି । ଅଦାନୀ ଗ୍ରୁପର ଏକ ଶାଖା ଅଦାନୀ ସ୍ପୋର୍ଟସଲାଇନ ପ୍ରା. ଲିଃ ପକ୍ଷରୁ ଏହି ଟିମ କିଣାଯାଇଛି । ଟିମର ନାଁ ଘୋଷଣା ହୋଇ ନଥିଲେ ବି ତାହା ଅହମଦାବାଦକୁ ପ୍ରତିନିଧିତ୍ବ କରିବ ।
ସେହିପରି ଟିମ କିଣିଥିବା ଅନ୍ୟ ସଂସ୍ଥାମାନେ ହେଲେ ରିଲାଏନ୍ସ ଗ୍ରୁପ ଅଧିନସ୍ଥ ମୁମ୍ବାଇ ଇଣ୍ଡିଆନ୍ସ (୯୧୨ କୋଟି) , ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (୯୦୧ କୋଟି ଟଙ୍କା) , ଜେଏସଡବ୍ଲୁ ଗ୍ରୁବ ଅଧିନସ୍ଥ ଦିଲ୍ଲୀ କ୍ୟାପିଟାଲ୍ସ (୮୧୦ କୋଟି) ଓ କାପ୍ରି ଗ୍ଲୋବାଲ (୭୫୭ କୋଟି ଟଙ୍କା) । କାପ୍ରି ଗ୍ଲୋବାଲ ଲକ୍ଷ୍ନୌ ଟିମ ପାଇଁ ନିଲମ ଜିତିଛି ।
ସୂଚନାଥାଉ କି, ମହିଳା ଆଇପିଏଲର ଅଫିସିଆଲ ନାଁ ହେବ ଓମେନ୍ସ ପ୍ରିମିୟର ଲିଗ୍ ବା ଡବ୍ଲୁପିଏଲ । ପ୍ରଥମ ସିଜିନରେ ୫ଟି ଦଳ ରହିଛି । ସେମାନେ ହେଲେ ମୁମ୍ବାଇ, ଅହମ୍ମଦାବାଦ, ବେଙ୍ଗାଲୋର, ଲକ୍ଷ୍ନୌ ଓ ଦିଲ୍ଲୀ । ମହିଳା ପ୍ରିମିୟର ଲିଗର ୫ଟି ଟିମ୍ ମୁମ୍ବାଇରେ ମ୍ୟାଚ ଖେଳିବେ ।
ଅନ୍ୟପଟେ ମହିଳା ପ୍ରିମିୟର ଲିଗର ପ୍ରଥମ ସିଜିନରେ ପ୍ରତି ଟିମରେ ମୋଟ ୧୮ଜଣ ଲେଖାଏଁ ଖେଳାଳୀ ଭାଗନେବେ । ଏଥିରେ ପ୍ରତିଟିମରେ ୫ଜଣ ଲେଖାଏଁ ବିଦେଶୀ ଖେଳାଳୀ ରହିବେ । ୪ଜଣ ବିଦେଶୀ ଖେଳାଳୀ ଟେଷ୍ଟ ପ୍ଲେଇଙ୍ଗ ନେସନରୁ ଓ ଜଣେ ଖେଳାଳୀ ଆସୋସିଏଟ ଦେଶରୁ ରହିବେ । ଏହି ୫ଟି ଟିମ୍ ମୋଟ ୨୨ ଟି ମ୍ୟାଚ୍ ଖେଳିବେ ।
ସେପଟେ ଅନୁଷ୍ଠିତ ମ୍ୟାଚର ପ୍ରସାରଣ ପାଇଁ ବୈଦ୍ୟୁତିକ ଗଣମାଧ୍ୟମ ମଧ୍ୟରେ ମଧ୍ୟ ନିଲାମୀ ଡକା ଯାଇଥିଲା । ଏଥିରେ ଡିଜନୀ ଷ୍ଟାର ଓ ସୋନୀକୁ ପଛରେ ପକାଇ ଭାୟକମ୍ ବାଜି ମାରି ନେଇଛି । ଭାୟକମ୍ ଏହି ମ୍ୟାଚର ୫ ବର୍ଷ ପ୍ରସାରଣ ପାଇଁ ୯୫୧ କୋଟି ଟଙ୍କା ପ୍ରଦାନ କରିଛି ।












Click it and Unblock the Notifications