Border Gavaskar Trophy 2024-25: ପ୍ଲେଇଂ ଏକାଦଶରୁ ଜାଡେଜା ବାଦ ! ଏହି ଖେଳାଳିଙ୍କୁ ସୁଯୋଗ

Border Gavaskar Trophy 2024-25: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଆରମ୍ଭ ହେବାକୁ ଥିବା ବର୍ଡର-ଗାଭାସ୍କର ଟ୍ରଫିର ପ୍ରଥମ ଟେଷ୍ଟକୁ ମଝିରେ କେବଳ ଗୋଟିଏ ଦିନ ବାକି ରହିଛି । ଶୁକ୍ରବାର ଭାରତ ଓ ଅଷ୍ଟ୍ରେଲିଆ ପର୍ଥରେ ମୁହାଁମୁହିଁ ହେବେ ।

ପ୍ରଥମ ଟେଷ୍ଟରେ ଭାରତରର ନେତୃତ୍ୱ ନିୟମିତ ଅଧିନାୟକ ରୋହିତ ଶର୍ମା ନେବେ ନାହିଁ । ତାଙ୍କ ବଦଳରେ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିବେ। ସେହିପରି ଆହତ କାରଣରୁ ଶୁଭମନ ଗିଲ ମଧ୍ୟ ପ୍ରଥମ ଟେଷ୍ଟରୁ ବାଦ ପଡ଼ିଛନ୍ତି ।

ଏବେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ପର୍ଥ ଟେଷ୍ଟର ଚୂଡ଼ାନ୍ତ ଏକାଦଶରେ ରବୀନ୍ଦ୍ର ଜାଡେଜାଙ୍କୁ ସୁଯୋଗ ମିଳିବ ନାହିଁ । ଭାରତ ଏକମାତ୍ର ସ୍ପିନର ରବିଚନ୍ଦ୍ର ଅଶ୍ୱିନଙ୍କ ସହ ପଡ଼ିଆକୁ ଓହ୍ଲାଇବ। ଦ୍ରୁତ ବୋଲରଙ୍କୁ ପିଚ୍‌ ସୁହାଇବାର ସମ୍ଭାବନା ଥିବାରୁ ଟିମ ମ୍ୟାନେଜମେଣ୍ଟ ଏପରି ନିଷ୍ପତ୍ତି ନେଇଛି ।

Ravindra Jadeja

ଦଳ ୩ ଦ୍ରୁତ ବୋଲର ଓ ଦ୍ରୁତି ବୋଲିଂ ଅଲରାଉଣ୍ଡର ନୀତୀଶ କୁମାର ରେଡ୍ଡୀଙ୍କୁ ନେଇ ପ୍ରଥମ ଟେଷ୍ଟ ଖେଳିବ । ନୀତୀଶ କୁମାର ରେଡ୍ଡୀ ଏଯାଏ ଟେଷ୍ଟରେ ଡେବ୍ୟୁ କରି ନାହାନ୍ତି । ତେଣୁ ପ୍ରଥମ ଟେଷ୍ଟରେ ସେ ଭାରତ ପାଇଁ ଡେବ୍ୟୁ କରିବେ ।

ଜାଡେଜାଙ୍କ ବଦଳରେ ଅଶ୍ୱିନଙ୍କୁ ସୁଯୋଗ ଦେବା ପଛରେ ଯଥେଷ୍ଟ କାରଣ ରହିଛି । କାରଣ ଅଷ୍ଟ୍ରେଲିଆର ଚୂଡ଼ାନ୍ତ ଏକାଦଶରେ ଉସମାନ ଖାୱାଜା, ଟ୍ରାଭିସ ହେଡ ଓ ଆଲେକ୍ସ କେରୀଙ୍କ ଭଳି ବାମହାତୀ ବ୍ୟାଟର ରହିଛନ୍ତି । ତେଣୁ ଅଶ୍ୱିନ ଏମାନଙ୍କ ବିପକ୍ଷରେ ଘାତକ ସାବ୍ୟସ୍ତ ହୋଇପାରନ୍ତି ।

ଅଶ୍ୱିନଙ୍କ ବ୍ୟତୀତ ସ୍କ୍ୱାଡରେ ଜାଡେଜା ଓ ସ୍ପିନ ଅଲରାଉଣ୍ଡର ୱାଶିଂଟନ ସୁନ୍ଦର ମଧ୍ୟ ରହିଛନ୍ତି।

ଦିନକ ପରେ ପର୍ଥ ଟେଷ୍ଟ: ଚୂଡ଼ାନ୍ତ ଏକାଦଶରୁ ବାଦ ପଡ଼ିବେ ଜାଡେଜା
ପ୍ରଥମ ଟେଷ୍ଟରେ ଭାରତରର ନେତୃତ୍ୱ ନିୟମିତ ଅଧିନାୟକ ରୋହିତ ଶର୍ମା ନେବେ ନାହିଁ। ତାଙ୍କ ବଦଳରେ ସ୍ପିଡଷ୍ଟର ଯଶପ୍ରୀତ ବୁମ୍ରା କମାଣ ସମ୍ଭାଳିବେ

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+