ଆଇପିଏଲରୁ ଗାଏକ୍ବାଡ୍ ବାଦ୍, ଧୋନି ନେବେ ସିଏସ୍‌କେର ନେତୃତ୍ବ

ପାଞ୍ଚଟି ମ୍ୟାଚ୍‌ରୁ ମାତ୍ର ଗୋଟିକରେ ବିଜୟୀ ହୋଇ ନବମ ସ୍ଥାନରେ ସଂଘର୍ଷ କରୁଥିବା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଗୁରୁବାର ଆଉ ଏକ ଶକ୍ତ ଝଟ୍‌କା ଲାଗିଛି। କହୁଣୀ ହାଡ଼ ଭାଙ୍ଗିଯାଇଥିବା ଜଣାପଡ଼ିବା ପରେ ନିୟମିତ ଅଧିନାୟକ ଋତୁରାଜ ଗାଏକ୍ବାଡ୍ ଚଳିତ ଆଇପିଏଲ୍‌ର ଅବଶିଷ୍ଟ ମ୍ୟାଚ୍‌ଗୁଡ଼ିକରୁ ବାଦ୍ ପଡ଼ିଛନ୍ତି। ଫଳରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପୁଣି ଥରେ ଅଧିନାୟକ ପଦକୁ ଫେରିଛନ୍ତି।

ଗାଏକ୍ବାଡ୍ ଖେଳିବା ଏକ ପ୍ରକାର ଅସମ୍ଭବ ହୋଇଯାଇଥିବାରୁ ଧୋନିଙ୍କ ନେତୃତ୍ବରେ ସିଏସ୍‌କେ ତା'ର ପରବର୍ତ୍ତୀ ମ୍ୟାଚ୍‌ଗୁଡ଼ିକ ଖେଳିବ ବୋଲି ପ୍ରଶିକ୍ଷକ ଷ୍ଟି‌ଫେନ୍ ଫ୍ଲେମିଂ ସୂଚନା ଦେଇଛନ୍ତି। ୪୩ ବର୍ଷୀୟ ଧୋନି ୨୦୦୮ରୁ ୨୦୨୩ ପର୍ଯ୍ୟନ୍ତ ସିଏସ୍‌କେର ଅଧିନାୟକ ଥିଲେ। ତେବେ କୌଣସି ଋତୁ ଅଧାରୁ ଏହି ଦଳର ନେତୃ୍ତ୍ବ ନେବା ତାଙ୍କ ପାଇଁ ଦ୍ବିତୀୟ ଘଟଣା ହେବ। ୨୦୨୨ରେ ସିଏସ୍‌କେର ପ୍ରାରମ୍ଭିକ ମ୍ୟାଚ୍‌ଗୁଡ଼ିକରେ ଅଲରାଉଣ୍ଡର୍ ରବୀନ୍ଦ୍ର ଜାଡ଼େଜା ଏହି ଦଳର ନେତୃତ୍ବ ନେଇଥିଲେ।

Gaikwad resigns Dhoni to lead CSK

ତେବେ ଲଗାତାର ଖରାପ ପ୍ରଦର୍ଶନ କରିବା ପରେ ଅଭିଯାନ ଅଧାରୁ ଧୋନି ତାଙ୍କଠାରୁ ପୁନର୍ବାର ଅଧିନାୟକ ପଦ ଗ୍ରହଣ କରିଥିଲେ। ପରବର୍ତ୍ତୀ ଋତୁରେ ଧୋନି ହିଁ ସିଏସ୍‌କେର ଅଧିନାୟକ ରହିଥିଲେ। ତେବେ ୨୦୨୪ରେ ଆନୁଷ୍ଠାନିକ ଭାବେ ଗାଏକ୍ବାଡ୍ ଧୋନିଙ୍କ ପରିବର୍ତ୍ତେ ସିଏସ୍‌କେର ନିୟମିତ ଅଧିନାୟକ ହୋଇଥିଲେ। ତାଙ୍କ ଆଘାତ ଜନିତ ସମସ୍ୟା ପରେ କିନ୍ତୁ ଦେଢ଼ ଋତୁ ପରେ ଧୋନି ପୁନର୍ବାର ସିଏସ୍‌କେର ଅଧିନାୟକ ଭାର ନେବାକୁ ବାଧ୍ୟ ହୋଇଛନ୍ତି। ସିଏସ୍‌କେ ତାର ଷଷ୍ଠ ମୁକାବିଲାରେ ଶୁକ୍ରବାର କେକେଆର୍‌କୁ ଭେଟିବ। ଏଥିରେ ଦଳକୁ ବିଜୟ ଧାରାକୁ ଫେରାଇ ଆଣିବାକୁ ଧୋନି ଚେଷ୍ଟା କରିବେ।

ସୂଚନାଯୋଗ୍ୟ ଯେ ଗାଏକ୍ବାଡ୍ ମାର୍ଚ୍ଚ ୩୦ରେ ଗୁଆହାଟୀଠାରେ ଖେଳାଯାଇଥିବା ରାଜସ୍ଥାନ ରୟାଲ୍‌ସ ବିପକ୍ଷ ମ୍ୟାଚ୍‌ରେ ଆହତ ହୋଇଥିଲେ। ପ୍ରତିପକ୍ଷ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଆଗକୁ ଆସି ଆକ୍ରମଣ କଲା ବେଳେ ବଲ୍ ସିଧା ଯାଇ ତାଙ୍କ ସୁରକ୍ଷାକବଚ ବିହୀନ କହୁଣୀରେ ବାଜିଥିଲା। ତଥାପି ସେ ବ୍ୟାଟିଂ ଜାରି ରଖି ସିଏସ୍‌କେର ଅସଫଳ ପଶ୍ଚାତ୍‌ଧାବନରେ ୬୩ ରନ୍‌ର ଉପଯୋଗୀ ପାଳି ଖେଳିଥିଲେ। ଏହି ମ୍ୟାଚ୍ ପରେ ସେ ଦିଲ୍ଲୀ କ୍ୟାପିଟାଲ୍‌ସ ଓ ପଞ୍ଜାବ କିଙ୍ଗ୍ସ ବିପକ୍ଷରେ ଆଉ ଦୁଇଟି ମ୍ୟାଚ୍ ଖେଳିଥିଲେ। ତେବେ ଏକ୍ସରେ ପରେ ତାଙ୍କ କହୁଣୀର ଅବସ୍ଥା ଦିନକୁ ଦିନ ଖରାପ ହୋଇ ଚାଲିଥିବାରୁ ଡାକ୍ତରମାନେ ତାଙ୍କୁ ସଂପ୍ରତି ନ ଖେଳିବାକୁ ପରାମର୍ଶ ଦେଇଛନ୍ତି।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+