ଆଜିଠୁ ଚତୁର୍ଥ ଟେଷ୍ଟ, ‘କର ବା ମର’ ସ୍ଥିତିରେ ଟିମ୍ ଇଣ୍ଡିଆ

ଘରୋଇ ଇଂଲଣ୍ଡ ଓ ଭାରତ ମଧ୍ୟରେ ଆରମ୍ଭ ହେବାକୁ ଯାଉଛି ଚତୁର୍ଥ ଟେଷ୍ଟ । ୨-୧ରେ ଆଗୁଆ ରହିଥିବା ଇଂଲଣ୍ଡ ଏହି ମ୍ୟାଚ୍‌ ଜିତି ସିରିଜ କବ୍‌ଜା କରିବାକୁ ଲକ୍ଷ୍ୟ ରଖିଛି । ଆହତ ଜର୍ଜରିତ ଭାରତୀୟ ଦଳ ବର୍ତ୍ତମାନ 'କର ବା ମର' ପରିସ୍ଥିତିରେ ରହିଛି । ସିରିଜ ବଞ୍ଚାଇବାକୁ ହେଲେ ଏହି ମ୍ୟାଚ ଜିତିବା ଜରୁରି । ଅନ୍ତତଃ ପକ୍ଷେ ମ୍ୟାଚ୍‌ ଡ୍ର' ରଖିବା ପାଇଁ ଭାରତ ସବୁ ଶକ୍ତି ଲଗାଇବାକୁ ଚେଷ୍ଟା କରିବ ।

Fourth Test

ମାଞ୍ଚେଷ୍ଟରରେ ସବୁ ରେକର୍ଡ ଇଂଲଣ୍ଡ ପକ୍ଷରେ ରହିଛି । ଭାରତ ଏଠାରେ ୯ଟି ଟେଷ୍ଟ ଖେଳିଥିବା ବେଳେ ୪ଟି ମ୍ୟାଚ୍‌ ହାରିଛି ଓ ୫ଟି ମ୍ୟାଚ୍‌ ଡ୍ର' ରଖିଛି । ତଥାପି ଗିଲ୍‌ ବାହିନୀ ଘରୋଇ ଦଳର ବିଜୟ ଧାରରେ ବ୍ରେକ୍‌ ଲଗାଇବା ପାଇଁ ପ୍ରସ୍ତୁତ । ପ୍ରଥମ ୩ଟି ଯାକ ଟେଷ୍ଟରେ ଭାରତ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ମାତ୍ର କିଛି ଛୋଟ ମୋଟ୍‌ ତ୍ରୁଟି ଯୋଗୁଁ ୨ଟି ଟେଷ୍ଟ ପରାଜିତ ହୋଇଥିଲା । ଗତ ୯ ଦିନର ବିଶ୍ରାମ ମଧ୍ୟରେ ଭାରତୀୟ ଦଳ ସବୁ ତ୍ରୁଟି ସୁଧାରିବାକୁ ଗୁରୁତ୍ୱ ଦେଇଛି ।

ମାତ୍ର ଅନେକ ଖେଳାଳି ଆହତ ହେବା ଯୋଗୁଁ ଦଳ ପ୍ରଭାବିତ ହୋଇଛି । ରିଷଭ ପନ୍ତ ଫିଟ୍‌ ହୋଇ ୱିକେଟ୍‌ କିପିଙ୍ଗ୍‌ ଆରମ୍ଭ କରିଥିଲେ ହେଁ ନୀତିଶ କୁମାରେ ରେଡ୍ଡୀ, ଆକାଶ ଦୀପ, ଅର୍ଶଦୀପ ସିଂହ ଆହତ ହୋଇ ଦଳର ଚିନ୍ତା ବଢ଼ାଇଛନ୍ତି । ଏତେ ସବୁ ଖେଳାଳି ଆହତ ହେବା ଫଳରେ ଏକ ଶ୍ରେଷ୍ଠ ତଥା ସନ୍ତୁଳିତ ଏକାଦଶ ଗଠନ କରିବା କଷ୍ଟକର ହୋଇଛି ।

ଲର୍ଡ୍ସରେ ଆହତ ହୋଇଥିବା ରିଷଭ ପନ୍ତ ଫିଟ୍‌ ହୋଇଥିବାରୁ ଭାରତୀୟ ଦଳ ଆଶ୍ୱସ୍ତ ହୋଇଛି । ସେ ଏହି ଟେଷ୍ଟରେ ୱିକେଟ୍‌ କିପିଙ୍ଗ୍‌ କରିବାକୁ ପ୍ରସ୍ତୁତ ଥିବା ଶୁଭମନ ଗିଲ ସ୍ପଷ୍ଟ କରିଛନ୍ତି । ଭାରତ ଏପର୍ଯ୍ୟନ୍ତ ଏକାଦଶ ଘୋଷଣା କରିନଥିଲେ ହେଁ ଆଜି ଏକାଧିକ ପରିବର୍ତ୍ତନ ହେବ । ନୀତିଶ କୁମାର ରେଡ୍ଡୀ ଆହତ ହୋଇ ସିରିଜରୁ ବାଦ ପଡ଼ିଛନ୍ତି । ସେହିପରି ଆହତ ଆକାଶ ଦୀପଙ୍କୁ ଚତୁର୍ଥ ଟେଷ୍ଟରୁ ବିଶ୍ରାମ ଦିଆଯାଇଛି । ଭାରତ ନୀତିଶଙ୍କ ସ୍ଥାନରେ ଆଉ ଜଣେ ବ୍ୟାଟର ନେଇ ଖେଳିବାକୁ ଯୋଜନା କରିଛି ।

ଫଳରେ ସାଇ ସୁଦର୍ଶନ ଏକାଦଶକୁ ଫେରିବେ ଓ ୩ନଂ ସ୍ଥାନରେ ବ୍ୟାଟିଂ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ଏହି ସ୍ଥାନରେ ଖେଳୁଥିବା କରୁଣ ନାଏର ୬ନଂ ସ୍ଥାନରେ ବ୍ୟାଟିଂ କରିବେ । ରବିନ୍ଦ୍ର ଜାଡ଼େଜା ୭ନଂ ସ୍ଥାନରେ ଓ ୱାସିଂଟନ ସୁନ୍ଦର ୮ନଂ ସ୍ଥାନରେ ଖେଳିବା ଆଶା କରାଯାଉଛି । ଆହତ ଆକାଶ ଦୀପଙ୍କ ସ୍ଥାନରେ ଅଂଶୁଲ କାମ୍ବୋଜଙ୍କୁ ଖେଳାଯାଇପାରେ । ଅନ୍ୟ ପେସ୍‌ ବୋଲର ଭାବେ ପ୍ରସିଦ୍ଧ କ୍ରିଷ୍ଣା ଦଳରେ ରହିଛନ୍ତି । ସେ ମଧ୍ୟ ଏହି ସ୍ଥାନ ପାଇଁ ଦାବିଦାର ରହିଛନ୍ତି ।

କାମ୍ବୋଜ ୨୪ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି ୭୯ଟି ୱିକେଟ୍‌ ନେଇ ସାରିଛନ୍ତି । ଗତ ଏ' ସିରିଜରେ ମଧ୍ୟ ତାଙ୍କ ପ୍ରଦର୍ଶନ ଉନ୍ନତ ରହିଥିଲା । ତେଣୁ ସେ ପଦାର୍ପଣ କରିବାର ଯଥେଷ୍ଟ ସମ୍ଭାବନା ରହିଛି । ନୀତିଶଙ୍କ ବଦଳରେ ଭାରତ ପିଚ୍‌କୁ ଦେଖି ପେସ୍‌ ବୋଲିଂ ଅଲ୍‌ରାଉଣ୍ଡର ଭାବେ ସର୍ଦୁଲ ଠାକୁରଙ୍କୁ ଖେଳାଇପାରେ । ଏହା ସମ୍ଭବ ହେଲେ ୱାସିଂଟନ ସୁନ୍ଦର ଏକାଦଶରୁ ବାଦ ପଡ଼ିବେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+