ଜିମ୍ବାୱେର ପୂର୍ବତନ କ୍ରିକେଟର ହିଥ୍ ଷ୍ଟ୍ରିକ୍‌ଙ୍କ ପରଲୋକ

Zimbabwe Cricketer Heath Streak: ଜିମ୍ବାୱେର ପୂର୍ବତନ କ୍ରିକଟ ଖେଳାଳି ହିଥ୍ ଷ୍ଟ୍ରିକଙ୍କ ପରଲୋକ । ଏନେଇ ତାଙ୍କ ପରିବାର ଲୋକଙ୍କ ପକ୍ଷରୁ ସୂଚନା ଦିଆଯାଇଛି । ତାଙ୍କ ସ୍ତ୍ରୀ ନାଦିନେ ହିଥ୍ ଷ୍ଟ୍ରିକଙ୍କ ପରଲୋକ ନେଇ ନିଜ ସୋସିଆଲ ମିଡିଆରେ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଇଥିଲା ।

ଦୀର୍ଘ ଦିନ ହେଲା ହିଥ୍ ଷ୍ଟ୍ରିକ୍‌ ଲିଭର କ୍ୟାନସରରେ ପୀଡ଼ିତ ଥିଲେ । ଶେଷରେ ଆଜି ଆଖି ବୁଜିଛନ୍ତି । ତାଙ୍କ ମୃତ୍ୟୁଶଯ୍ୟା ନିକଟରେ ପରିବାର ଲୋକଙ୍କ ସହିତ ବନ୍ଧୁବାନ୍ଧବ ଊପସ୍ଥିତ ରହିଥିଲେ । ଜୀବନର ଶେଷ ସମୟ ସେ ପରିବାର ଲୋକଙ୍କ ଗହଣରେ ବିତାଇଥିବା ତାଙ୍କ ପତ୍ନୀ କହିଛନ୍ତି ।

Zimbabwe Cricketer Heath Streak

ଷ୍ଟ୍ରିକ୍ ଜିମ୍ବାୱେ ପାଇଁ ୧୨ ବର୍ଷ ଧରି କ୍ରିକେଟ ଖେଳିଥିଲେ । ନିଜ କ୍ୟାରିୟରରେ ୬୫ଟି ଟେଷ୍ଟ ଓ ୧୮୯ଟି ଦିନିକିଆ ମ୍ୟାଚ୍ ଖେଳିଥିଲ । ୬୫ଟି ଟେଷ୍ଟରୁ ସେ ୧୯୯୦ ରନ୍ କରିଥିବା ବେଳେ ୨୧୬ଟି ୱିକେଟ୍ ନେଇଥିଲେ । ସେହିପରି ୧୮୯ଟି ଦିନିକିଆରୁ ୨୯୪୨ ରନ୍ କରିଥିବା ବେଳେ ୨୩୯ଟି ୱିକେଟ ନେଇଥିଲେ । ସେ ୧୯୯୩ରେ ଜିମ୍ବାୱେ ପାଇଁ ଡେବ୍ୟୁ କରିଥିଲେ । ୨୦୦୫ ପର୍ଯ୍ୟନ୍ତ ସେ ତାଙ୍କ ଦେଶ ପକ୍ଷରୁ କ୍ରିକେଟ୍ ଖେଳିଥିଲେ ।

କ୍ରିକେଟରେ ଜଣେ ଭଲ ଅଲରାଉଣ୍ଡର ଭାବେ ତାଙ୍କର ପରିଚୟ ଥିଲା । ଅବସର ପରେ ସେ କାଚିଂ ଉପରେ ଧ୍ୟାନ ଦେଇଥିଲେ । ବାଂଲାଦେଶ ଟିମ୍ର କୋଚ ଭାବେ ସେ କାର୍ଯ୍ୟ କରିଥିଲେ । ତେବେ ୨୦୨୧ରେ ତାଙ୍କ କୋଚିଂ କ୍ୟାରିୟରକୁ ଝଟକା ଲାଗିଥିଲା । ଦୁର୍ନୀତିରେ ସାମିଲ ହୋଇଥିବା ଦର୍ଶାଇ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ ତାଙ୍କ ଉପରେ ୮ ବର୍ଷର କଟକଣା ଲଗାଇଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+