ବିଶ୍ୱକପ୍ ବିଜୟୀ ପୂର୍ବତନ କ୍ରିକେଟର ଯଶପାଲ ଶର୍ମାଙ୍କ ପରଲୋକ, କାନ୍ଦି ପକାଇଲେ କପିଲ ଦେବ
ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ପରଲୋକ ଘଟିଛି । ଆଜି ନୂଆଦିଲ୍ଲୀରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା।
ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ଯଶପାଲ ଶର୍ମାଙ୍କର ପରଲୋକ ଘଟିଛି । ଆଜି ନୂଆଦିଲ୍ଲୀରେ ହୃଦ୍ଘାତରେ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୬ ବର୍ଷ ହୋଇଥିଲା। ସେ ୧୯୮୩ ବିଶ୍ୱକପ୍ ବିଜୟୀ ଟିମ୍ର ସଦସ୍ୟ ଥିଲେ। ଶର୍ମାଙ୍କ ବିୟାଗରେ ଏକ ଟିଭି ଚ୍ୟାନେଲରେ ସାକ୍ଷାତକାର ଦେବା ସମୟରେ କାନ୍ଦି ପକାଇଲେ ୧୯୮୩ ବିଶ୍ବକପ୍ ବିଜୟୀ ଅଧିନାୟକ କପିଳ ଦେବ।

ଯଶପାଲ ୧୯୫୪ ଅଗଷ୍ଟ ୧୧ ତାରିଖରେ ପଞ୍ଜାବର ଲୁଧିଆନାରେ ଜନ୍ମ ହୋଇଥିଲେ। ସେ ଜଣେ ଭଲ ମିଡିଲ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ଥିଲେ। ସେ ୧୯୭୯ରେ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ଡେବ୍ୟୁ କରିଥିଲେ। ଭାରତ ପକ୍ଷରୁ ସେ ମୋଟ ୩୭ଟି ଟେଷ୍ଟ୍ ମ୍ୟାଚ୍ ଖେଳିଥିଲେ। ଟେଷ୍ଟରେ ୨ଟି ଶତକ ଓ ୯ଟି ଅର୍ଦ୍ଧଶତକ ସହିତ ୧୬୦୬ ରନ୍ ସଂଗ୍ରହ କରିଥିଲେ ଯଶପାଲ। ୧୯୮୩ରେ ୱେଷ୍ଟଇଣ୍ଡିଜ୍ ବିରୋଧରେ ସେ ଶେଷ ଟେଷ୍ଟ ମ୍ୟାଚ୍ ଖେଳିଥିଲେ। ୧୯୭୮ ମସିହାରେ ପାକିସ୍ତାନ ବିପକ୍ଷରେ ଯଶପାଲ ଦିନିକିଆ ଡେବ୍ୟୁ କରିଥିଲେ। ୪୨ଟି ଦିନିକିଆରୁ ସେ ୮୮୩ ରନ୍ ସଂଗ୍ରହ କରିଥିଲେ। ୧୯୮୫ରେ ସେ ଇଂଲଣ୍ଡ ବିପକ୍ଷରେ ତାଙ୍କର ଶେଷ ଦିନିକିଆ ମ୍ୟାଚ୍ ଖେଳିଥିଲେ।
ଯଶପାଲ ଶର୍ମାଙ୍କ କ୍ରିକେଟ କ୍ୟାରିୟର:
- ୩୭ ଟି ଟେଷ୍ଟ ମ୍ୟାଚ୍
- ୧୬୦୬ ରନ୍
- ସର୍ବାଧିକ ସ୍କୋର ୧୪୦ ରନ୍
- ୪୨ଟି ଦିନିକିଆ ଖେଳି
- ୮୮୩ ରନ୍
ଟିମ୍ ଇଣ୍ଡିଆର ଚୟନକର୍ତ୍ତା:
ଯଶପାଲ ଶର୍ମା ୨୦୦୩-୨୦୦୬ ମସିହା ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆର ଚୟନକର୍ତ୍ତା ଭାବେ ଦାୟିତ୍ବ ତୁଲାଇଥିଲେ। ଯାହା ଭାରତୀୟ କ୍ରିକେଟ ସମୟ ପାଇଁ ଅଜବ ସମୟ ଥିଲା। ସେ କୋଚ୍ ଗ୍ରେଗ୍ ଚାପେଲଙ୍କ ବିପକ୍ଷରେ ସ୍ବର ଉଠାଇବା ସହ ସୌରଭ ଗାଙ୍ଗୁଲିଙ୍କ ପକ୍ଷରେ ବାହାରିଥିଲେ। ପରେ ୨୦୦୮ ମସିହାରେ ଶର୍ମା ଦ୍ବିତୀୟ ଥର ପାଇଁ ଟିମ୍ ଇଣ୍ଡିଆର ଚୟନକର୍ତ୍ତା ଭାବେ ନିଯୁକ୍ତ ହୋଇଥିଲେ। ଏଥିସହିତ ସେ ଉତ୍ତର ପ୍ରଦେଶ ରଣଜୀ ଟିମର କୋଚ୍ ଦାୟିତ୍ବ ମଧ୍ୟ ତୁଲାଇଥିଲେ।












Click it and Unblock the Notifications