ଶ୍ରୀଲଙ୍କାର ପୂର୍ବତନ ଅଧିନାୟକଙ୍କର ହତ୍ୟା
Dhammika Niroshana: ଶ୍ରୀଲଙ୍କାର ବଡ଼ ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି । ଦେଶର ପୂର୍ବତନ କ୍ରିକେଟର Dhammika Niroshanaଙ୍କ ଘରେ ପସି କିଛି ଦୃବୁତ୍ତ ତାଙ୍କ ପରିବାର ସଦସ୍ୟଙ୍କ ସାମ୍ନାରେ ଗୁଳି କରି ହତ୍ୟା କରିଛନ୍ତି । ଏହି ଦୁଃଖଦ ଘଟଣା ଗତ ମଙ୍ଗଳବାର ଅର୍ଥାତ୍ ଜୁଲାଇ 16 ଅମ୍ବାଲାଙ୍ଗୋଡାର ଧମ୍ମିକା ନିରୋଶନଙ୍କ ଘରେ ଘଟିଥିଲା। ଏନେଇ ଖବର ପ୍ରକାଶ ପାଇବାରେ ପରେ କ୍ରିକେଟ୍ ଜଗତରେ ଶୋକର ଛାୟା ଖେଳିଯାଇଛି ।

ଶ୍ରୀଲଙ୍କାର ସମସ୍ତ ସ୍ଥାନୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଯେତେବେଳେ ଏହି ଘଟଣା ଘଟିଲା ସେତେବେଳେ ପୂର୍ବତନ କ୍ରିକେଟର ତାଙ୍କ ପତ୍ନୀ ଏବଂ ଦୁଇ ପିଲାଙ୍କ ସହ ଘରେ ଉପସ୍ଥିତ ଥିଲେ। ଶ୍ରୀଲଙ୍କାର ପୂର୍ବତନ ଅଧିନାୟକଙ୍କୁ ହତ୍ୟା କରିଥିବା ବ୍ୟକ୍ତିଙ୍କ ବିଷୟର ବର୍ତ୍ତମାନ କୌଣସି ସୂଚନା ନାହିଁ । ଏହି ମାମଲା ସମ୍ପର୍କରେ ସୂଚନା ପାଇବା ମାତ୍ରେ ପୋଲିସ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ହେଲେ କେଉଁ କାରଣରୁ ତାଙ୍କର ହତ୍ୟା କରାଯାଇଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ଅଭିଯୁକ୍ତ ଘଟଣାସ୍ଥଳରୁ ଫେରାର ଅଛି ।
ଧାମ୍ମିକ ନିରୋଶନ ଶ୍ରୀଲଙ୍କା ପାଇଁ ଫଷ୍ଟ କ୍ଲାସ୍ ଏବଂ ଅଣ୍ତର 19 ମ୍ୟାଚ୍ ଖେଳିଥିଲେ । ସେ 2000 ରେ ସିଙ୍ଗାପୁର ବିପକ୍ଷରେ ଡେବ୍ୟୁ ମ୍ୟାଚ୍ ଖେଳିଥିଲେ। ଧାମ୍ମିକା ନିରୋଶନ ମଧ୍ୟ ଅନେକ ଥର ଦଳର ଅଧିନାୟକତ୍ୱ ସମ୍ଭାଳିଛନ୍ତି । ନିରୋଶନ ଜଣେ ଦ୍ରୁତ ବୋଲର ଥିଲେ ଏବଂ 2002 ଅଣ୍ଡର -19 ବିଶ୍ୱକପ୍ ର 5 ଇନିଂସରେ ହାରାହାରି 19.28 ୱିକେଟ୍ ନେଇଥିଲେ ।












Click it and Unblock the Notifications