• search
For Quick Alerts
Turn On Notification  
For Daily Alerts

ଶ୍ରୀଲଙ୍କାର 2011 ବିଶ୍ୱକପ୍ ଖେଳାଳି ଏବେ ଅଷ୍ଟ୍ରେଲିଆରେ ବସ ଡ୍ରାଇଭର୍

|

ଅଷ୍ଟ୍ରେଲିଆ : ଭାଗ୍ୟ କେତେବେଳେ ମଣିଷକୁ କେଉଁ ସ୍ଥାନରେ ପହଞ୍ଚାଇବା ତାକୁ ନେଇ କଳ୍ପନା କରି ହେବ ନାହିଁ । ଠିକ୍ ଏହିପରି ଏକ ଖବର କ୍ରିକେଟ୍ ଜଗତକୁ ନେଇ ଆସିଛି । ପୂର୍ବତନ ଶ୍ରୀଲଙ୍କା କ୍ରିକେଟର ଏବଂ ଚେନ୍ନାଇ ସୁପର କିଙ୍ଗ୍ସ (CSK)ର ଅଫ୍ ସ୍ପିନର ସୁରଜ ରଣଦୀଭଙ୍କ ପାଇଁ ଭାଗ୍ୟ ତାଙ୍କ ଜୀବନକୁ ଏକ ନୂତନ ଦିଗରେ ନେଇଛି । 2011 ବିଶ୍ୱକପ ଫାଇନାଲରେ ଶ୍ରୀଲଙ୍କାର ଏକାଦଶର ଅଂଶ ଥିବା ସୁରଜ ଅଷ୍ଟ୍ରେଲିଆରେ ଏକ ବସ୍ ଡ୍ରାଇଭର ଭାବରେ କାମ କରୁଛନ୍ତି । ସେଠାରେ ସେ ବସ୍ ଚଳାଉଥିବା ଦେଖିବାକୁ ମିଳିଛି । କେବଳ ସେତିକି ନୁହେଁ ତାଙ୍କ ସହ ଶ୍ରୀଲଙ୍କାର ଅନ୍ୟ ଜଣେ ପୂର୍ବତନ ଖେଳାଳି ଚିନ୍ଥାକା ନମସ୍ତେ ଏବଂ ଜିମ୍ବାୱେର ପୂର୍ବତନ କ୍ରିକେଟର ୱାଡିଙ୍ଗଟନ୍ ମୱେଙ୍ଗା ସମାନ ଭାବରେ ବସ୍ ଡ୍ରାଇଭର କାର୍ଯ୍ୟ କରିଛନ୍ତି । ସେମାନେ ମେଲବୋର୍ଣ୍ଣ (ଅଷ୍ଟ୍ରେଲିଆ) ରେ ବସ୍ ଚଲାଉଛନ୍ତି ।
36 ବର୍ଷୀୟ ସୁରଜ 12 ଟି ଟେଷ୍ଟ, 31 ଟି ODI ଏବଂ 7 ଟି -20 ରେ ନିଜ ଦେଶକୁ ପ୍ରତିନିଧିତ୍ୱ କରିଛନ୍ତି । ସେ ଟେଷ୍ଟରେ 43 ୱିକେଟ୍, ODI ରେ 36 ୱିକେଟ୍ ଏବଂ ସର୍ଟ ଫର୍ମାଟରେ 7ଟି ୱିକେଟ୍ ନେଇଛନ୍ତି ।

କ୍ରିକେଟ

ସେ ଟେଷ୍ଟ ଏବଂ ODI ରେ ଥରେ ପାଞ୍ଚ ୱିକେଟ୍ ନେଇଥିଲେ । ସୁରଜ ମଧ୍ୟ ଆଇପିଏଲରେ CSK କୁ ପ୍ରତିନିଧିତ୍ୱ କରିଥିଲେ । ସେ ସିଜିନ 2ରେ ସିଏସକେ ପାଇଁ ଖେଳିଥିଲେ । ଯେଉଁଥିରେ ସେ 8 ଟି ମ୍ୟାଚରେ 6 ଟି ୱିକେଟ୍ ନେଇଥିଲେ।
ବସ୍ ଚଳାଇବା ବ୍ୟତୀତ ଏହି 36 ବର୍ଷୀୟା ଖେଳାଳି ଜଣଙ୍କ ସେଠାରେ ଡାଣ୍ଡେନୋଙ୍ଗ କ୍ରିକେଟ୍ କ୍ଲବ ପାଇଁ ଜିଲ୍ଲା ସ୍ତରରେ ଖେଳ ଜାରି ରଖିଛନ୍ତି । ଏହି କ୍ଲବରୁ ଅତୀତରେ ପାଟ୍ କମିନ୍ସ,, ପିଟର ସିଡଲ୍ ଏବଂ ସାରା ଏଲିଅଟ୍ ଭଳି ଲୋକପ୍ରିୟ ଖେଳାଳି ଏକଦା ଖେଳିଥିଲେ ।
2020-21 ବର୍ଡର-ଗାଭାସ୍କର ସିରିଜ୍ ପୂର୍ବରୁ ଅଷ୍ଟ୍ରେଲିଆ ବ୍ୟାଟ୍ସମ୍ୟାନ ମାନଙ୍କୁ ସ୍ପିନ୍ ବିପକ୍ଷରେ ଖେଳିବା ନେଇ ସୁରଜ ଅଷ୍ଟ୍ରେଲିଆ ଖେଳାଳିଙ୍କୁ ନେଟ୍ ରେ ତାଲିମ ଦେବାରେ ସହଯୋଗ କରିଥିଲେ । ଏଠାରେ ସୂଚନାଥାଉକି, ସୁରଜ ହେଉଛନ୍ତି ସେହି ଖେଳାଳି ଯିଏ 2010ରେ ଦାମ୍ବୁଲ୍ଲାରେ ବିରେନ୍ଦ୍ର ସେହେଓ୍ୱାଗଙ୍କୁ ଶତକ କରିବାକୁ ଦେଇନଥିଲେ । 99 ରନ୍ କରି ଖେଳୁଥିବା ସେହଓ୍ୱାଗଙ୍କୁ ସେ ନୋ ବଲ୍ ପକାଇଥିଲେ । ଏହି ବଲରେ ସେହଓ୍ୱାଗ ଛକା ମାରିଥିଲେ । ହେଲେ ନୋ ବଲ୍ ପାଇଁ ଭାରତ ମ୍ୟାଚ୍ ଜିତି ଯାଇଥିବାରୁ ଏହି ଛକାକୁ ସେହେଓ୍ୱାଗଙ୍କ ସ୍କୋରରେ ଗଣା ହୋଇ ନଥିଲା ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Former Sri Lanka CSK Star Suraj Randiv Now a Bus Driver in Australia
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X