ବିସିସିଆଇ ସିଲେକ୍ସନ କମିଟିରେ ପୂର୍ବତନ ଓଡିଆ କ୍ରିକେଟର ଶିବ ସୁନ୍ଦର ଦାସ
ପୁଣିଥରେ ଜାତୀୟ ସ୍ଥରରେ ଓଡିଆ ପୁଅଙ୍କୁ ମିଳିଲା ଗୁରୁଦାୟିତ୍ୱ । ଭାରତୀୟ କ୍ରିକେଟ ଦଳର ପାଇଁ ବିସିସିଆଇ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ ଓଡିଆ କ୍ରିକେଟର୍ । ବିସିସିଆଇ ସିଲେକ୍ସନ କମିଟିରେ ସ୍ଥାନ ପାଇଲେ ପୂର୍ବତନ ଓଡିଆ କ୍ରିକେଟର ଶିବ ସୁନ୍ଦର ଦାସ ।
Shiv Sunder Das on BCCI Selection Committee: ପୁଣିଥରେ ଜାତୀୟ ସ୍ଥରରେ ଓଡିଆ ପୁଅଙ୍କୁ ମିଳିଲା ଗୁରୁଦାୟିତ୍ୱ । ଭାରତୀୟ କ୍ରିକେଟ ଦଳର ପାଇଁ ବିସିସିଆଇ ଚୟନ କମିଟିର ସଦସ୍ୟ ହେଲେ ପୂର୍ବତନ ଓଡିଆ କ୍ରିକେଟର୍ । ବିସିସିଆଇ ସିଲେକ୍ସନ କମିଟିରେ ସ୍ଥାନ ପାଇଲେ ପୂର୍ବତନ ଓଡିଆ କ୍ରିକେଟର ଶିବ ସୁନ୍ଦର ଦାସ ।

ଓଡିଶାରୁ ତୃତୀୟ ଖେଳାଳି ଭାବେ ଅନ୍ତର୍ଜାତୀୟ ଡେବ୍ୟୁ କରିଥିବା ଶିବ ସୁନ୍ଦର ଏବେ ପଞ୍ଜାବ କ୍ରିକେଟ ଦଳର ବ୍ୟାଟିଂ ପ୍ରଶିକ୍ଷକ ଭାବରେ କାର୍ଯ୍ୟରତ ଅଛନ୍ତି । ଗତ ନଭେମ୍ବର ମାସରେ ଚୟନ କମିଟି ପାଇଁ ଆବେଦନ କରିଥିଲେ ଶିବ ସୁନ୍ଦର । ଏହାପୂର୍ବରୁ ସେ ନ୍ୟାସନାଲ କ୍ରିକେଟ୍ ଏକାଡେମୀରେ ଏବଂ ଭାରତୀୟ ମହିଳା ଦଳ ସହ ପ୍ରଶିକ୍ଷକ ଭାବରେ କାର୍ଯ୍ୟ କରି ସାରିଛନ୍ତି ।
ତେବେ ଶିବ ସୁନ୍ଦର ଏବେ ଚୟନ କମିଟିରେ ନିଯୁକ୍ତି ପାଇବା ପରେ ସେ ସେ ପୂର୍ବତନ ଓଡିଆ କ୍ରିକେଟର ଦେବାଶିଷ ମହାନ୍ତିଙ୍କ ସ୍ଥାନ ନେଇଛନ୍ତି । କାରଣ ଏହା ପୂର୍ବରୁ ଚେତନ ଶର୍ମାଙ୍କ ନେତୃତ୍ବାଧିନ ଚୟନ କମିଟିର ସଦସ୍ୟ ବନିଥିଲେ ଦେବାଶିଷ ।
ଭୁବନେଶ୍ୱରରେ ଜନ୍ମିତ ଦେବାଶିଷ 2000 ମସିହା ନବେମ୍ବର 10 ତାରିଖରେ ଭାରତ ପାଇଁ ଟେଷ୍ଟ ଦେବ୍ୟୁ କରିଥିଲେ । ସେ ତାଙ୍କ ଅନ୍ତର୍ଜାତୀୟ କ୍ୟାରିଅରରେ ମୋଟ୍ 23ଟି ଟେଷ୍ଟ ଖେଳି 1326 ରନ ସଂଗ୍ରହ କରିଛନ୍ତି । ଯେଉଁଥିରେ ଦୁଇଟି ଶତକ ମଧ୍ୟ ସାମିଲ ଅଛି । ସେହିପରି 4ଟି ଦିନିକିଆରୁ ସେ 39 ରନ କରିପାରିଛନ୍ତି ।












Click it and Unblock the Notifications